36.1 C
Bhubaneswar
Thursday, May 2, 2024
Homeକରୋନା ଓଡିଶାଓଡ଼ିଶାରେ ହୁ ହୁ ହୋଇ ବଢ଼ୁଛି କରୋନା : ୨୪ ଘଣ୍ଟାରେ ୧୬୧ ପଜିଟିଭ ଚିହ୍ନଟ

ଓଡ଼ିଶାରେ ହୁ ହୁ ହୋଇ ବଢ଼ୁଛି କରୋନା : ୨୪ ଘଣ୍ଟାରେ ୧୬୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍ ପୁଣି ଥରେ ବଢ଼ିବାରେ ଲାଗିଛି । ରାଜ୍ୟରେ ଆଜି ବି କରୋନା ସଂକ୍ରମଣ ଶହେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୬୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୬୬ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୯୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୨୪ ଆକ୍ରାନ୍ତ ଥିବା ଜଣାପଡିଛି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୨, ଷ୍ଟେଟପୁଲରୁ ୧୫, ସୁନ୍ଦରଗଡ଼ରୁ ୧୩, ବାଲେଶ୍ୱର ଓ ସୋନପୁରରୁ ୮, ରାୟଗଡ଼ ଓ ପୁରୀରୁ ୫ ଳେଖାଏଁ, ଭଦ୍ରକ, ଜଗତସିଂହପୁର, ଝାରସୁଗୁଡ଼ାରୁ ୩ ଜଣ ଲେଖାଏଁ, ଯାଜପୁରରୁ ୨, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା ଓ ସମ୍ବଲପୁରରୁ ୧ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୬୦୨କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ମାମଲା ୬୨୯ ଥିବା ବେଳେ ୧୨,୭୯,୭୯୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking