39.1 C
Bhubaneswar
Friday, April 26, 2024
HomeUncategorizedଫିକା ପଡ଼ିଯିବକି ରଜ ମଉଜ !

ଫିକା ପଡ଼ିଯିବକି ରଜ ମଉଜ !

ଭୁବନେଶ୍ୱର : ଫିକା ପଡ଼ିଯିବକି ରଜ ମଉଜ !ଏବର୍ଷ ସମଗ୍ର ବିଶ୍ୱ କରୋନା ମହାମାରୀ ସହ ଲଢେଇ କରୁଛି । ଏଥିରୁ ବାଦ୍ ପଡ଼ିନାହିଁ ଆମ ରାଜ୍ୟ ଓଡ଼ିଶା । ଦିନକୁ ଦିନ ହୁହୁ ହୋଇ ବଢିଚାଲିଛି କରୋନା । ରାଜ୍ୟସରକାରଙ୍କ ମତାନୁଯାୟୀ ଜୁନ୍ ମାସରେ ରାଜ୍ୟବାସୀଙ୍କୁ ବେଶ୍ ସତର୍କତାର ସହ ରହିବାକୁ ପଡ଼ିବ । ପ୍ରବାସୀ ଓଡ଼ିଆ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଅନ୍ୟପଟେ ଆଶ୍ୱସ୍ତିକର ଖବର ହେଉଛି ପ୍ରତିଦିନ ଆକ୍ରନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ମଧ୍ୟ ବଢିଚାଲିଛି । କେନ୍ଦ୍ରସରକାର ଗତକାଲିଠାରୁ ବିଭିନ୍ନ ଧର୍ମାନୁଷ୍ଠାନ , ମଲ୍‌, ହୋଟଲ ଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ରାଜ୍ୟସରକାର ଏହି ନିଷ୍ପତ୍ତିକୁ ଗ୍ରହଣ କରିନାହାନ୍ତି । ରାଜ୍ୟରେ ଜୁନ ୩୦ ପର୍ଯ୍ୟନ୍ତ କଟକଣା ଲାଗି ରହିବ ବୋଲି ରାଜ୍ୟସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ନିଷ୍ପତ୍ତି ଦ୍ୱାରା ନା କୌଣସି ଧର୍ମାନୁଷ୍ଠାନ ଖୋଲିବ ନା ମଲ୍ କି ହୋଟେଲ ଖୋଲା ରହିବ । ସେପଟେ ସାମାଜିକ ଦୂରତାକୁ ମାନବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଏହି ପରିସ୍ଥିତିରେ ଯୁବତୀମାନେ ଏକାଠି ହୋଇପାରିବେ ନାହିଁ କି ପୂର୍ବ ପରି ଦୋଳି ଖେଳି ମଉଜ କରିପାରିବେନି । ରଜ ବଜାର ପୁରା ଖାଁ ଖାଁ ରହିଛି । କରୋନା ଭୟ ରହୁଥିବାରୁ ଲୋକେ ଘରୁ ବାହାରୁ ନାହାନ୍ତି । ତେଣୁ ବଜାର ଘାଟ ଫିଟିଥିବାବେଳେ ମଧ୍ୟ ଲୋକଙ୍କର ଦେଖା ମିଳୁନି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking