33.1 C
Bhubaneswar
Friday, April 26, 2024
Homeଓଡିଶାଯାଜପୁର ଜିଲ୍ଲା ଲେଖିକା "ସଂସଦ" ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ

ଯାଜପୁର ଜିଲ୍ଲା ଲେଖିକା “ସଂସଦ” ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ

ଯାଜପୁର : ଯାଜପୁର ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳର ମୁଣ୍ଡମାଳ ସ୍ଥିତ ଜଗନ୍ନାଥ ପ୍ରକଳ୍ପ ବିଦ୍ୟାଳୟ ସନ୍ନିକଟ ଆଦିବାସୀ ବସ୍ତି ଠାରେ ଶୁକ୍ରବାର ଅପରାହ୍ନରେ” ଯାଜପୁର ଜିଲ୍ଲା ଲେଖିକା ସଂସଦ” ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେଠାରେ ବାସକରୁଥିବା ଆଦିବାସୀ ପରିବାରଙ୍କୁ କରୋନା ମହାମାରୀର ଆତଙ୍କ ସମ୍ପର୍କରେ ଅବଗତ କରି ଏଥିରୁ କିଭଳି ଭାବେ ସେମାନେ ନିଜକୁ ଦୂରେଇ ରଖିପାରିବେ ସେ ସମ୍ପର୍କରେ ସେମାନଙ୍କୁ ସଚେତନ କରାଇବା ସହ ସଂସଦ ତରଫରୁ ମାସ୍କ୍ , ସାନିଟାଇଜର, ସାବୁନ୍ ଏବଂ ବିସ୍କୁଟ ବଣ୍ଟନ କରାଯାଇଥିଲା। ସଂସଦର ସଭାପତି ଶ୍ରୀମତୀ ହିରଣ୍ମୟୀ ମହାନ୍ତି, ସମ୍ପାଦିକା ବ୍ରଜେଶ୍ୱରି ସିଂହ, ସଂସଦର ମୁଖପତ୍ର ସମ୍ପାଦିକା ରୀନାମହାପାତ୍ର ,କୋଷାଧ୍ୟକ୍ଷା ଶକୁନ୍ତଳା ଦାଶ , ଅଧ୍ୟାପିକା ମାଙ୍ଗଲିକା ଦାସ, ସନ୍ଧ୍ୟାରାଣୀ ଘଡାଇ, ପ୍ରତିଭା ପାତ୍ର, ଧରିତ୍ରୀ ଦାସ, ଅଶାନ୍ତି ସାମଲ, ମଧୁସ୍ମିତା ନାୟକ, ଅଞ୍ଜୁବାଳା ଜେନା,ଗାୟତ୍ରୀ ନାୟକ, ପ୍ରମିଳା ପ୍ରତାପ , ଧିପ୍ରଭା ଦେବୀ,ଯୁଗପ୍ରଭା ସାବତ, କମଳିନୀ ପାଗଡ ଏବଂ ଅନିତା ବର୍ଦ୍ଧନ ପ୍ରମୁଖ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ରଥ ,ବ୍ୟଙ୍ଗ କବି ମହେଶ୍ୱର ନାୟକ ଏବଂ ଜ୍ଞାନ ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆଗାମୀ ଦିନରେ ଏହିପରି ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଜାରିରହିବ ବୋଲି ଅନୁଷ୍ଠାନର ସଦସ୍ୟାମାନେ ମତବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking