ଦୀପାବଳି ପାଇଁ ୧୭ ପ୍ଲାଟୁନ ଫୋର୍ସ ପୋଲିସ ମୁତୟନ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ସବୁକିଛି ଫିକା ପଡିଛି । ପ୍ରତିବର୍ଷ ଭଳି ଚଳିତ ଥର ନାହିଁ ସେଇ ସବୁ ପର୍ବ ପର୍ବାଣିର ମାହୋଲ । କରୋନା ପାଇଁ ଧର୍ମାନୁଷ୍ଠାନ ଠାରୁ ଆରମ୍ଭ କରି ସମସ୍ତ ପର୍ବପର୍ବାଣିରେ କଟକଣା ଜାରି କରିଛନ୍ତି ସରକାର । ତେବେ ଦୀପାବଳିକୁ ନେଇ ପୂର୍ବରୁ ଏକ ଗାଇଡଲାଇନା ଜାରି କରାଯାଇଥିଲା । ରାସ୍ତାରେ ବାଣ ଫୁଟାଇବାକୁ ନେଇ ରୋକ ଲଗାଯାଇଥିବା ବେଳେ ରାସ୍ତା ଉପରେ ମଧ୍ୟ ଦୀପ ଦୋକାନକୁ ଖୋଲିବାକୁ ବାରଣ କରାଯାଇଥିଲା । ସେପଟେ ଆଜି ଦୀପାବଳି ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦୀପ ବିକ୍ରି ଓ ବାଣ ଫୁଟେଇବାକୁ ମନା କରାଯାଇଛି । ଭୁବନେଶ୍ୱରବାସୀଙ୍କୁ କରୋନା କଟକଣାର ନିୟମ ମାନିବାକୁ ଡିସିପି ଅନୁରୋଧ କରିଛନ୍ତି । ନିୟମ ଉଲଙ୍ଘନ କଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି । ତେବେ ରାଜଧାନୀରେ ସୁରକ୍ଷା ଦୃଷ୍ଟିରୁ ୧୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଲୋକଙ୍କୁ ଅନୁରୋଧ ଯେଉଁଠି ବାଣ ବିକ୍ରି ହେଉ ଅବା ବାଣ ଫୁଟାଉଥିଲେ ୧୦୦ କୁ ଫୋନ କରନ୍ତୁ ।

LEAVE A REPLY

Please enter your comment!
Please enter your name here