ପୋଖରୀରେ ବୁଡି ବୃଦ୍ଧା ମୃତ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଟୁଙ୍ଗୁରୁବାହାଳ ଗାଁ ମୁଣ୍ଡାସାହି ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନା’ ବେଲ ମୁଣ୍ଡା । ଗୁରୁବାର ବେଲ ମୁଣ୍ଡା ନିଖୋଜ ଥିବା ପରିବାର ପକ୍ଷରୁ କୁହାଯାଉଥିବା ବେଳେ ଶୁକ୍ରବାର ସକାଳୁ ପାଣିରେ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ତେଲକୋଇ ଥାନାକୁ ଖବର ଦେବାପରେ ଅଗ୍ନିଶ୍ରମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ତେଲକୋଇ ମେଡିକାଲକୁ ପଠାଇ ଥିଲେ । ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ପୋଖରୀରେ ବୁଡିଯାଇଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here