34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶସନ୍ନି ଲିଓନିଙ୍କ ମ୍ୟୁଜିକ୍ ଭିଡିଓକୁ ନେଇ ବିବାଦ

ସନ୍ନି ଲିଓନିଙ୍କ ମ୍ୟୁଜିକ୍ ଭିଡିଓକୁ ନେଇ ବିବାଦ

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନି ଅଭିନୀତ ଏକ ମ୍ୟୁଜିକ୍ ଭିଡିଓକୁ ନେଇ ବର୍ତ୍ତମାନ ବିବାଦର ସୂତ୍ରପାତ ହୋଇଛି । ସାରେଗାମା ମ୍ୟୁଜିକ୍ କମ୍ପାନୀ ଦ୍ୱାରା ଗତ ବୁଧବାର ରିଲିଜ୍ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓରେ ସନ୍ନି ‘ମଧୁବନ ମେଁ ରାଧିକା ନାଚେ’ ଗୀତରେ ନୃତ୍ୟ ପରିବେଷଣ କରିଛନ୍ତି । ତେବେ ସନ୍ନି ଏହି ଗୀତରେ ଅଶାଳୀନ ମୁଦ୍ରାରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି ବୋଲି ଉତ୍ତରପ୍ରଦେଶର ବୃନ୍ଦାବନ ସହରର ସନ୍ଥ ନଭଲ ଗିରି ମହାରାଜ ଅଭିଯୋଗ କରିଛନ୍ତି ।

ଏହା ହିନ୍ଦୁଙ୍କ ଧାର୍ମିକ ମନୋଭାବକୁ କ୍ଷୁର୍ଣ୍ଣ କରୁଛି ବୋଲି ସେ କହିଛନ୍ତି । ଉକ୍ତ ଦୃଶ୍ୟକୁ ଭିଡିଓରୁ ବାଦ୍ ଦେବା ସହିତ ସନ୍ନି କ୍ଷମାଭିକ୍ଷା ନକଲେ, ସାଧୁ ସମାଜ ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି ସେ ଧମକ ଦେଇଛନ୍ତି । ହିନ୍ଦୀ ଚଳଚ୍ଚିତ୍ର ‘କୋହିନୂର’ରେ ସ୍ୱର୍ଗତ ମହମ୍ମଦ ରଫି ଅରିଜିନାଲ ଗୀତଟି ଗାଇଥିବାବେଳେ ଉକ୍ତ ମ୍ୟୁଜିକ୍ ଭିଡିଓରେ ଏହି ଗୀତକୁ କନିକା କପୁର ଓ ଅରିନ୍ଦମ ଚକ୍ରବର୍ତ୍ତୀ ଗାଇଛନ୍ତି । ସନ୍ନିଙ୍କ ଏଭଳି ନୃତ୍ୟକୁ ଅଖିଳ ଭାରତୀୟ ତୀର୍ଥ ପୁରୋହିତ ମହାସଭାର ଜାତୀୟ ଅଧ୍ୟକ୍ଷ ମହେଶ ପାଠକ ତୀବ୍ର ନିନ୍ଦା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking