36.1 C
Bhubaneswar
Monday, May 6, 2024
Homeଓଡିଶାବନ୍ଧା ହେଲେ ଗରିବଙ୍କ ଆବାସ ଗୃହ ଟଙ୍କା ଗିଳିଥିବା ଠିକାଦାର

ବନ୍ଧା ହେଲେ ଗରିବଙ୍କ ଆବାସ ଗୃହ ଟଙ୍କା ଗିଳିଥିବା ଠିକାଦାର

ନବରଙ୍ଗପୁର : ବନ୍ଧାହେଲେ ଗରିବଙ୍କ ଆବାସ ଟଙ୍କା ଗିଳିଥିବା ଠିକାଦାର । ଗୃହ ନିର୍ମାଣ ନ କରି ଟଙ୍କା ହଡପ କରିନେଇ ଥିଲେ । ରାଜ୍ୟରେ ବର୍ତ୍ତମାନ ଆବାସ ଯୋଜନାକୁ ନେଇ ମୁହାଁ ମୁହିଁ ବିଜେଡି ଓ ବିଜେପି । ଆବାସ ଯୋଜନାରେ ଯୋଗ୍ୟ ଗରିବ ହିତାଧିକାରୀଙ୍କ ଗୃହ ନିର୍ମାଣ ରେ ବ୍ୟାପକ ଦୁର୍ନୀତି ଓ ଟଙ୍କା ହଡପ ଅଭିଯୋଗ କରି ବିଜେପି ତରଫରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ଚାଲିଥିବା ବେଳେ ନବରଙ୍ଗପୁର ରୁ ଆସିଛି ଆବାସ ଯୋଜନା ରେ ହିତାଧିକାରୀଙ୍କ ଗୃହ ନିର୍ମାଣ ନ କରି ଠିକାଦାରଙ୍କ ଟଙ୍କା ହଡପ ଅଭିଯୋଗ । ଆଉ ଗରିବ ହିତାଧିକାରୀଙ୍କୁ ଆବାସ ଗୃହ ତିଆରି କରାଇ ଦେବାକୁ କହି ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଗିରଫ ହେଲେ ଠକ ଠିକାଦାର । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ । ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଗରିବ ହିତାଧିକାରୀଙ୍କ ଗୃହ ନିର୍ମାଣ ରେ ବ୍ୟାପକ ଅନିୟମିତତା କ୍ଷ ଗୃହ ନିର୍ମାଣ କୁ କାର୍ଯ୍ୟାଦେଶ ପାଇ ମଧ୍ୟ ଆର୍ôଥକ ଅସମର୍ଥତା ହେତୁ ଗରିବ ଲୋକେ ଗୃହ ନିର୍ମାଣ ପାଇଁ ଠିକାଦାର ଙ୍କ ଉପରେ ଭରସା କରିଥିବା ବେଳେ ଖୋଦ ଠିକାଦାର ଗୃହ ନିର୍ମାଣ ନ କରି ଟଙ୍କା ହଡପ କରି ନେଇଛି । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ କୁରସି ପଞ୍ଚାୟତରୁ । ଉକ୍ତ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା ରେ ଅନେକ ହିତାଧିକାରୀ ଙ୍କ ନାଁ ରେ ଆସିଥିବା ଅନୁଦାନ କୁ ଚଞ୍ଚକତା କରି ଉମରକୋଟ ର ଜଣେ ଠିକାଦାର ହଡ଼ପ କରିଥିବା ଉମରକୋଟ ଥାନା ରେ ଅଭିଯୋଗ ହୋଇଛି । ଅଭିଯୋଗ ଆସିଥିବା ଠିକାଦାର ଜଣକ ହେଲେ ଉମରକୋଟ ଝରିଗାଁ ରୋଡ ର ସଞ୍ଜୀବ ସୁବୁଦ୍ଧି । ଠିକାଦାର ଙ୍କ ନାମରେ ଉମରକୋଟ ଥାନା ରେ ଏକାଥରକେ ୫ ଟି ଏତଲା ଆସିବା ପରେ ଘଟଣା ର ପ୍ରାଥମିକ ତଦନ୍ତ କରି ଠିକାଦାର ସଞ୍ଜୀବ ସୁବୁଦ୍ଧି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଉମରକୋଟ ପୋଲିସ । ଘଟଣା ଅନୁସାରେ ଉମରକୋଟ ବ୍ଲକ କୁର୍ଶୀ ପଞ୍ଚାୟତ ରେ ଗତ ପାଞ୍ଚ ବର୍ଷ ତଳେ ରଜବତୀ କଲାର,ଫୁଲମତି ଗଣ୍ଡ,ମଙ୍ଗତି ଗଣ୍ଡ,ଜୟମଣି ଗଣ୍ଡ,ମାରୀ ଗଣ୍ଡ ଏମାନେ ପ୍ରଧାନ ମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନା ରେ ଘର ମିଳିଥିଲା । ନିରୀହ ହିତାଧିକାରୀ ମାନେ ଆସିବାସୀ ସମ୍ପ୍ରଦାୟ ହୋଇଥିବା ରୁ ପକା ଘର ତିଆରି କରିବାରେ ସେମାନଙ୍କର ଏତେ ଧାରଣା ନାହିଁ । ଏହାର ସୁଯୋଗ ନେଇ ସଂଜୀବ ସୁବୁଦ୍ଧି ନାମକ ଜଣେ ବ୍ୟକ୍ତି ସେମାନଙ୍କ ଘର ତିଆରି କରାଇ ଦେବାକୁ କହି ସେମାନଙ୍କ ର ଆଧାର କାର୍ଡ,ବ୍ୟାଙ୍କ୍ ପାସ୍ ବୁକ୍ ସହ ଆବଶ୍ୟକ କାଗଜପତ୍ର ମାଗି ନେଇଥିଲେ ଏବଂ ସେମାନଙ୍କ ଏକାଉଣ୍ଟ୍ କୁ ଆସିଥିବା ଟଙ୍କା କୁ ସେମାନଙ୍କୁ ବ୍ୟାଙ୍କ୍ କୁ ସାଥିରେ ନେଇ ତାଙ୍କ ଟିପ ଚିହ୍ନ ନେଇ ସମସ୍ତ ଟଙ୍କା ଉଠାଇ ନେଇଥିଲେ । ତାଙ୍କ ଉଠାଇବା ପରେ ସେମାନଙ୍କ ଘର କୁ ସମ୍ପୂର୍ଣ୍ଣ ନକରି ଅଧାପନ୍ତରିଆ କରି ଛାଡି ଦେଲେ ।ପରେ ଠିକାଦାର ଜଣକ ଆଉ ସେହି ଗ୍ରାମକୁ ଗଲେ ନାହିଁ । ଏହା ଭିତରେ ଅନେକ ଦିନ ବିତି ଗଲା ପରେ ସେମାନେ ବାଧ୍ୟ ହୋଇ ନିଜ ସୁନା,ଜମି ବନ୍ଧା ପକାଇ ସେହି ଅର୍ଥରେ ଅଧ ନିର୍ମିତ ଗୃହ କୁ ସମ୍ପନ୍ନ କରି ନଥିଲେ ମଧ୍ୟ କିଛି କିଛି ତିଆରି କରିଛନ୍ତି । କିଛି ଦିନ ପୂର୍ବରୁ ହିତାଧିକାରୀ ମାନେ ଠିକାଦାର ସଂଜୀବ ସୁବୁଦ୍ଧି ଙ୍କୁ ଫୋନ କରି ଘର କାମ ସଂପୂର୍ଣ୍ଣ କରିବାକୁ କହିବାରୁ ସେ ବିଭିନ୍ନ ଅସଭ୍ୟ ଭାଷା ରେ ଗାଳି ଗୁଳଜ କରିବା ସହ ଖରାପ ବ୍ୟବହାର କରିଲେ ଓ ଜୀବନରେ ମାରିଦେବୁ ବୋଲି ସେମାନଙ୍କୁ ଧମକ ଚମକ ଦେଉଥିବା ଉମରକୋଟ ଥାନାରେ ଅଭିଯୋଗ କରିଛନ୍ତି ହିତାଧିକାରୀ । ଅନ୍ୟପଟେ ଅଭିଯୋଗ କୁ ଭିତି କରି କେସ ନମ୍ବର ୨୫୦,୨୫୧,୨୫୨,୨୫୩,୨୫୪,ଅନୁଯାଇ ଉମରକୋଟ ପୋଲିସ ସଂଜୀବ ସୁବୁଦ୍ଧି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାମଲା ରେ ଆଟ୍ରୋସିଟ ସହ ଦଫା ୪୨୦ ଲାଗିଛି । ଉମରକୋଟ ଏସଡିପିଓ ଡା.ଦିନେସ ଚନ୍ଦ୍ର ନାୟକ ତଦନ୍ତ ର ଦାଇତ୍ୱ ନେଇଛନ୍ତି ଓ ଘଟଣାର ତଦନ୍ତ ଚାଲୁ ରଖିଥିବା ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ଠିକାଦାର ଜଣକ ମିଥ୍ୟା ବିଲ୍ କରାଇବାକୁ ବିଡ଼ିଓ ଙ୍କୁ ବାଧ୍ୟ କରିଥିଲେ ସେଥିରେ ରାଜି ନହେବାରୁ ବିଡ଼ିଓ ଙ୍କ ସହ ଗୋଣ୍ଡଗଳ କରି ଗିରଫ ହୋଇଥିଲେ ଓ ଜେଲ୍ ବି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking