29.1 C
Bhubaneswar
Monday, May 6, 2024
Homeଓଡିଶାସମ୍ବିଧାନକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଉ

ସମ୍ବିଧାନକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଉ

ବଲାଙ୍ଗୀର,- ଦେଶରେ ଦିନକୁ ଦିନ ଗଣତନ୍ତ୍ରର ମୁଲ୍ୟବୋଧ ହ୍ରାସ ଘଟୁଛି । ଗଣତନ୍ତ୍ର ପ୍ରତି ବିପଦ ମାଡି ଆସୁଛି । ଗଣତନ୍ତ୍ରର ସୁରକ୍ଷା ପାଇଁ ସମ୍ବିଧାନିକ ଚେତନାର ଆବଶ୍ୟକତା ରହିଛି । ସମ୍ବିଧାନିକ ଚେତନା ପାଇଁ ସମସ୍ତ ଭାରତୀୟ ନାଗରିକଙ୍କୁ ସମ୍ବିଧାନ ଜାଣିବାର ନିତାନ୍ତ ଆବଶ୍ୟକତା ରହିଛି । ଏହା କେବଳ ପାଠ୍ୟକ୍ରମରେ ସମ୍ବିଧାନ ସାମିଲ ହେଲେ ସମ୍ଭବ ହୋଇପାରିବ ଉପଲବ୍ଧି କରି ଗଣ୍ଡାବଜା ଖବର କାଗଜ ତରଫରୁ ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ବାଦିକ ଭବନ ବଲାଙ୍ଗିର ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

ସଂପାଦକ ତ୍ରିଲୋଚନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ଡ.ଦୟାନିଧି ବାଗ, ସହକାରୀ ନିର୍ଦ୍ଦେଶକ କବି ଉନ୍ନୟନ କୋରାପୁଟ, ସ୍ୱତନ୍ତ୍ର ଅତିଥି ଭାବରେ ତରଣୀ ସୁନା ଗୋଷ୍ଠି ଉନ୍ନୟନ ଅଧିକାରୀ ଖପ୍ରାଖୋଲ, ମୁଖ୍ୟବକ୍ତା ଭାବରେ ସ୍ତମ୍ଭକାର କିଶୋର ମେହେର, ସମ୍ମାନିତ ଅତିଥି ଭାବରେ ବିଜ୍ଞାନ କୁମ୍ଭାର ଓଡିଶା ପ୍ରଶାସନିକ ସେବା ଅଧିକାରୀ ପ୍ରଫେସର ସାମନ୍ତ ଚନ୍ଦ୍ର ସାହୁ ଅଧ୍ୟକ୍ଷ ଡୁଙ୍ଗୁରିପାଲି ଡିଗ୍ରୀ କଲେଜ, ସମାଜସେବୀ କୁଶରାଜ ନାଗ, ଅର୍ଜୁନ ମୁଗ୍ରୀ ଯୋଗଦାନ କରିଥିଲେ । ସମ୍ବିଧାନ ବଞ୍ଚଲେ ଗଣତନ୍ତ୍ର ବଂଚିବ । ସମ୍ବିଧାନ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେଲେ ହିଁ ଲୋକେ ସମ୍ବିଧାନକୁ ଜାଣିପାରିବେ । ସମ୍ବିଧାନିକ ଚେତନାର ବୃଦ୍ଧି ଘଟିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଦେଶରେ ଆମ୍ବେଦକରବାଦ ଦ୍ରୁତ ଗତିରେ ବଢି ଚାଲିଛି, ଯାହା ସମ୍ବିଧାନ ସୁରକ୍ଷା ପାଇଁ ସହାୟକ ହେବ । ଏହି ଅବଶରରେ ଆମ୍ବେଦକରଙ୍କ ଚିନ୍ତାଧାରା ଉପରେ ବିଶ୍ୱାସ ରଖି କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking