32.1 C
Bhubaneswar
Thursday, March 28, 2024
Homeଓଡିଶାଓସିଏ ଜୁନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ : ଟିଟିଲାଗଡ ଓ ସାଇଟସ୍ପୋଟ୍ସ ବିଜୟୀ

ଓସିଏ ଜୁନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ : ଟିଟିଲାଗଡ ଓ ସାଇଟସ୍ପୋଟ୍ସ ବିଜୟୀ

ବଲାଙ୍ଗିର,- ସ୍ଥାନୀୟ ଗାନ୍ଧୀଷ୍ଟାଡିୟମ ଓ ରାଜେନ୍ଦ୍ର କଲେ ଖେଳ ପଡିଆଠାରେ ଅନୁଷ୍ଠିତ ଓସିଏ ଭିଜନ୍ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଚତୁର୍ଥ ଦିନର ପ୍ରଥମ ମ୍ୟାଚରେ ଭିକ୍ଟୋରିଅସ୍ କ୍ଳବ ଓ ଟିଟିଲାଗଡ ଏଥଲେଟିକ ଏସୋସିଏସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଭିକ୍ଟୋରିଅସ ଦଳ ୧୪.୨ ଓଭରରେ ସମସ୍ତ ଉଇକେଟ ହରାଇ ୬୬ ରନ୍ ସଂଗ୍ରହ କରିଥିଲେ । ବିପକ୍ଷରେ ଟିଟିଲାଗଡ ଦଳ ୧୦.୫ ଓଭରରେ ୫ଉଇକେଟ ହରାଇ ୬୮ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ସେହିପରି ରାଜେନ୍ଦ୍ର କଲେଜ ଖେଳ ପଡିଆଠାରେ ଦ୍ୱିତୀୟ ମ୍ୟାଚରେ ୟଙ୍ଗ୍ ଷ୍ଟୁଡେଣ୍ଟ କ୍ରିକେଟ କ୍ଳବ ଓ ସାଇଟ ସ୍ପୋଟ୍ସ ସୋସାଇଟି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ ଦଳ ବ୍ୟାଟିଂକରି ୧୯ ଓଭରରେ ସମସ୍ତ ଉଇକେଟ ହରାଇ ୮୪ ରନ୍ ସଂଗ୍ରହ କରିଥିଲେ । ବିପକ୍ଷରେ ସାଇଟସ୍ପୋଟ୍ସ ସୋସାଇଟି ୧୦.୫ ଓଭରରେ ୩ ଉଇକେଟ ହରାଇ ୮୫ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ । ଆଜିର ଏହି ଦୁଇଟି ମ୍ୟାଚକୁ ଓସିଏ ଅମ୍ପାୟାର ମୁକେଶ ସ୍ୱାଇଁ, ବିଶ୍ୱରଂଜନ ସିଂ,ରାଜେନ୍ଦ୍ର ସେଠ୍ ଓ ଜୟ ନାରାୟଣ ବହିଦାର ପରିଚାଲନା କରିଥିବା ବେଳେ ଅନଲାଇନ ସ୍କୋରର୍ ଭାବରେ ରଜତ ଦାସ ଓ ସୁଶିଲ କୁମାର ସୁନ୍ଦରାୟ ଓ ମେନୁଆଲ ସ୍କୋରର୍ ଭାବେ କୁମାରୀ ନିକିତା ଓ ରଶ୍ମିତା ଚିନାରା ଦାୟିତ୍ୱ ବହନ କରିଥିଲେ । ଆଜିର ଏହି ମ୍ୟାଚରେ ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ, ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, କ୍ରିକେଟ ସମ୍ପାଦକ ଓମପ୍ରକାଶ ଚାନ୍ଦ, ଅରୁଣ କୁମାର ନାଏକ, ଚେତନାନନ୍ଦ ପଣ୍ଡା, ବରିଷ୍ଠ ସଦସ୍ୟ ସତୃଘ୍ନ ସିଂ ଓ ସୁଧିରଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking