30.1 C
Bhubaneswar
Wednesday, April 24, 2024
Homeଓଡିଶାଗାନ୍ଧି ପାଠାଗାରରେ ସ୍କୁଲ ସ୍ତରିୟ ପ୍ରତିଯୋଗୀତା

ଗାନ୍ଧି ପାଠାଗାରରେ ସ୍କୁଲ ସ୍ତରିୟ ପ୍ରତିଯୋଗୀତା

ବଲାଙ୍ଗୀର,- ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିକ୍ରାପଡା ସ୍ଥିତ ଗାନ୍ଧି ପାଠାଗାର ଠାରେ ଗଣତନ୍ତ୍ର ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ ଆରମ୍ଭ ହୋଇଥିବା ପ୍ରତିଯୋଗୀତା କାର୍ଯ୍ୟକ୍ରମ ରାତି ୧୧ ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି ପ୍ରତିଯୋଗୀତାରେ ସହର ର ପ୍ରାୟତଃ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇ ସେମାନଙ୍କ କୃତିତ୍ୱ ପ୍ରଦର୍ଶନ କରିଥିଲେ ।

ରାତିରେ ପାଠାଗାର ର ସଭାପତି ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସଦର ବ୍ଳକ ଅଧ୍ୟକ୍ଷ ଗୋଲାପ ବାଗ ଯୋଗଦେଇ ପାଠାଗାର ର ଏଭଳି ଉଦ୍ୟମକୁ ପ୍ରଂଶସା କରିବା ସହିତ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି କରିବାରେ ପାଠାଗାର ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶରେ ସାମଗ୍ରିକ ବିକାଶ ହୋଇପାରିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ନାଗରିକ କମିଟିର ସଭାପତି ବିକ୍ରମାନନ୍ଦ ବହିଦାର , ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି ଯୋଗ ଦେଇଥିଲେ । ଶେଷରେ ପାଠାଗାର ସମ୍ପାଦକ ପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗୀତା , କୌତୁକ ବେଷ ପୋଷାକ ପ୍ରତିଯୋଗୀତା , ସଙ୍ଗୀତ ପ୍ରତିଯୋଗୀତା ଓ ନୃତ୍ୟ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହିତ ଗତ ଅକ୍ଟେବାର ଦୁଇ ତାରିଖରେ ପାଠାଗାର ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ କରିଥିବା ରକ୍ତାଦାତାମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନରେ ପାଠାଗାର ର ବରିଷ୍ଠ ସଭ୍ୟ ସନ୍ତକ କୁମାର ବହିଦାର , ଚିତ୍ତରଞ୍ଜନ ସାହୁ , ସଂଗ୍ରାମ ବହିଦାର , ରାଜୁ ମିଶ୍ର , ଅଜିତ ପଣ୍ଡା, ଜିତେନ୍ଦ୍ର ନାଗ ଓ ଆନିଶ ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking