33.1 C
Bhubaneswar
Saturday, April 27, 2024
Homeଓଡିଶାକଂଗ୍ରେସ ସୋସିଆଲ ମିଡ଼ିଆରେ ଯୋଗ ଦିଅନ୍ତୁ, ବିଜେଡ଼ି-ବିଜେପିର ମିଥ୍ୟା ପ୍ରଚାର ବିରୁଦ୍ଧରେ ସଂଗ୍ରାମ କରନ୍ତୁ :...

କଂଗ୍ରେସ ସୋସିଆଲ ମିଡ଼ିଆରେ ଯୋଗ ଦିଅନ୍ତୁ, ବିଜେଡ଼ି-ବିଜେପିର ମିଥ୍ୟା ପ୍ରଚାର ବିରୁଦ୍ଧରେ ସଂଗ୍ରାମ କରନ୍ତୁ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର :  ଆଜି ଅଖିଳ ଭାରତ କଂଗ୍ରେସ ପକ୍ଷରୁ ଆରମ୍ଭ କରାଯାଇଥିବା କଂଗ୍ରେସ ସାମାଜିକ ଗଣମାଧ୍ୟମରେ ଯୋଗଦେବା (ଔକ୍ଟସଦ୍ଭ ମକ୍ଟଦ୍ଭଶକ୍ସରଗ୍ଦଗ୍ଦ ଗ୍ଦକ୍ଟମସବକ୍ଷ ଜ୍ଞରୟସବ) କ୍ୟାମ୍ପେନ ଆନୁଷ୍ଠନିକ ଭାବେ ଉଦ୍‌ଘାଟନ ହୋଇସାରିଛି । ଏହି ପ୍ରରୀପ୍ରେକ୍ଷୀରେ ଓଡ଼ିଶା କଂଗ୍ରେସ ସାମାଜିକ ଗଣମାଧ୍ୟମ ପକ୍ଷରୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ସାମାଜିକ ଗଣମାଧ୍ୟମରେ ଯୋଗଦେବା (ଔକ୍ଟସଦ୍ଭ ମକ୍ଟଦ୍ଭଶକ୍ସରଗ୍ଦଗ୍ଦ ଗ୍ଦକ୍ଟମସବକ୍ଷ ଜ୍ଞରୟସବ) କ୍ୟାମ୍ପେନ ର ଲୋଗୋ ଉନ୍ମୋଚନ କରିବା ସହ ମୋବାଇଲ ମିସ୍ କଲ ଦ୍ୱାରା କଂଗ୍ରେସ ସାମାଜିକ ଗଣମାଧ୍ୟମରେ ଯୋଡ଼ି ହେବା ପାଇଁ ଦେୟମୁକ୍ତ ୧୮୦୦୧୨୦୦୦୦୦୪୪ ନମ୍ବରଟି ଘୋଷଣା କରି ଯୁବ, ଛାତ୍ର ଓ ମହିଳାଙ୍କୁ ଯୋଗଦେବା ପାଇଁ ଆହ୍ୱାନ କରିଥିଲେ । ସେ କହିଥିଲେ ବର୍ତମାନ ସାଧାରଣ ଗଣମାଧ୍ୟମ ସରକାରଙ୍କ ଦ୍ୱାରା ପ୍ରଲୋଭିତ ହୋଇ ପ୍ରକୃତ ସତ୍ୟକୁ ଲୋକଙ୍କ ସାମ୍ନାରେ ରଖୁନାହିଁ । କିନ୍ତୁ ସୋସିଆଲ ମିଡ଼ିଆ ଦ୍ୱାରା ସତ୍ୟ ସାମନାକୁ ଆସିପାରୁଛି । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆସନ୍ତୁ ସମେସ୍ତ ସୋସିଆଲ ମିଡ଼ିଆରେ ଯୋଗଦେବା ଏବଂ ବିଜେଡ଼ି-ବିଜେପିର ମିଥ୍ୟା ପ୍ରଚାର ବିରୁଦ୍ଧରେ ସଂଗ୍ରାମ କରି ରାଜ୍ୟ ଓ ଦେଶର ପ୍ରଗତିର ବାହକ ହେବା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଏଆଇସିସି ସୋସିଆଲ ମିଡ଼ିଆ ସଂଯୋଜକ ବିନୟ ଦୋକାନିଆ ଯୋଗ ଦେଇ କହିଥିଲେ ସାରା ଭାରତରେ ବର୍ତମାନ ଅରାଜକତା ଦେଖାଦେଉଛି । ଏନଡିଏ ସରକାର କେବଳ ବହୁ ଅର୍ଥବ୍ୟୟ କରି ପ୍ରଚାର ଦ୍ୱାରା ସାଧାରଣ ଜନତାଙ୍କୁ ଠକି ଚାଲିବା ସହ ଦେଶର ଅର୍ଥ ଓ ସଂପତିକୁ ଲୁଟି ଚାଲିଛନ୍ତି । ବର୍ତମାନ ସମୟ ଆସିଛି ସୋସିଆଲ ମିଡ଼ିଆ ଜରିଆରେ ପ୍ରକୃତ କଥା ସାମ୍ମାନକୁ ଆଣି ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ । ଏହି କ୍ୟାମ୍ପେନ ମାଧ୍ୟମରେ ୫ଲକ୍ଷ ସ୍ୱେଚ୍ଛାସେବୀ ଏବଂ ୫୦ ହଜାର କଂଗ୍ରେସ କର୍ମୀଙ୍କୁ ସୋସିଆଲ ମିଡ଼ିଆରେ ଯୋଡ଼ିବାକୁ ଲକ୍ଷ ରଖିଛି ବୋଲି ଦୋକାନିଆ ପ୍ରକାଶ କରିଥିଲେ । ସେହିପରି ରାଜ୍ୟ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଶେଷ ମହାନନ୍ଦ ଯୋଗଦେଇ ୨୧ଟି ସଂସଦୀୟ କ୍ଷେତ୍ରରେ ୨୧ ହଜାର ସ୍ୱେଚ୍ଛାସେବୀ ନିୟୋଜିତ ହେବେ । ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆଯିବାପରେ ସେମାନଙ୍କ ମଧ୍ୟରୁ ୨୧ଶହ ପ୍ରଶିକ୍ଷକ ବଚ୍ଛାଯାଇ ତାଙ୍କୁ ସୋସିଆଲ ମିଡ଼ିଆ ବିଭାଗରେ ବିଭିନ୍ନ ପଦପଦବୀରେ ରଖାଯାଇ ଦାଇତ୍ୱ ଦିଆଯିବ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଯୋଗଦେଇ ସାରା ଦେଶରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ପ୍ରକାଶ କରିବା ସହି ସୋସିଆଲ ମିଡ଼ିଆ ଜରିଆରେ ଲୋକଙ୍କ ପାଖରେ ପଂହଚିବାକୁ ଉଦ୍ୟମ ଏକ ପ୍ରଶଂସାଯୋଗ୍ୟ ପଦକ୍ଷେପ ବୋଲି ସେ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କଂଗ୍ରେସ ସାମାଜିକ ଗଣମାଧ୍ୟମର କର୍ମକର୍ତା ସଂସିଦା ତାଏବ, ଜୟତା ରାୟ, ଶୈଳେନ୍ଦୁ ଦାସ, ଦୀପକ କୁମାର ମହାପାତ୍ର, ଜଗତଜୀବନ ମହାନ୍ତି, ସୁବାଷ ନାୟକ, ମୂରଲୀଧର ନାୟକ, ଅତିଥ୍ୟ ଦିବ୍ୟସିଂହ, ମହେପର ନିଖତ ପ୍ରମୁୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking