31.1 C
Bhubaneswar
Tuesday, May 7, 2024
Homeଓଡିଶା*ରାଜୀବ ଗାନ୍ଧୀଙ୍କ  ପ୍ରତି ଶ୍ରଦ୍ଧାଞ୍ଜଳି

*ରାଜୀବ ଗାନ୍ଧୀଙ୍କ  ପ୍ରତି ଶ୍ରଦ୍ଧାଞ୍ଜଳି

 

*ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ପକ୍ଷରୁ ୱେବିନାର*

 

*କରୋନା ମୁକାବିଲା କରିବା କ୍ଷେତ୍ରରେ ରାଜୀବ ଗାନ୍ଧୀ ଙ୍କ ପଦକ୍ଷେପ ଆଜିବି ପ୍ରାସଙ୍ଗିକ l*

 

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଶ୍ରୀ ରାଜୀବ ଗାନ୍ଧୀ ଙ୍କ ୩୦ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ପକ୍ଷରୁ ଏକ ୱେବିନାର ଗତକାଲି ଅନୁଷ୍ଠିତ ହୋଇଯାଇଛି l ” ଏକବିଂଶ ଶତାବ୍ଦୀ ପାଇଁ ରାଜୀବ ଗାନ୍ଧୀ ଙ୍କ ସ୍ବପ୍ନ ଓ ସାମ୍ପ୍ରତିକ କରୋନା ମୁକାବିଲା” ଶୀର୍ଷକ ଏହି ଆଲୋଚନା ଚକ୍ରରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ଗବେଷଣା ବିଭାଗର ଅଧ୍ୟକ୍ଷ ପ୍ରଫେସର ରାଜୀବ ଗୌଡା, ଆର ଜି ପି ଆର ଏସ ର ଅଧ୍ୟକ୍ଷା ମିନାକ୍ଷୀ ନଟରlଜନ, ବିଶିଷ୍ଟ ଲେଖକ ଶ୍ରୀ ଦାଶ ବେନହୁର, ପି ସି ସି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ରାଜୀବ ଗାନ୍ଧୀଙ୍କ ଦୁରଦୃଷ୍ଟି ଏବଂ ପଦକ୍ଷେପ ଗୁଡିକ ଆଜିର କରୋନା ମହାମାରୀ କୁ ମୁକାବିଲା କରିବା କ୍ଷେତ୍ରରେ କିଭଳି ପ୍ରାସଙ୍ଗିକ ତାର ଅବତାରଣା କରିଥିଲେ l

‘ରାଜୀବ ଗାନ୍ଧୀ ଓ ପ୍ରଯୁକ୍ତି ବିପ୍ଳବ’ ବିଷୟବସ୍ତୁ ଉପରେ ଆଲୋଚନା ରଖି ପ୍ରଫେସର ଗୌଡା କହିଲେ ଯେ ଦୂରସଂଚାର କ୍ଷେତ୍ରରେ ରାଜୀବ ଗାନ୍ଧୀଙ୍କ ବଳିଷ୍ଠ ପଦକ୍ଷେପ ପାଇଁ ଆଜି ଦେଶ କରୋନା ମହାମାରୀ କୁ ମୁକାବିଲା କରିବା କ୍ଷେତ୍ରରେ ସମର୍ଥ ହୋଇପାରିଛି l ସେହିପରି ୧୯୮୬ ମସିହାରେ ସେ ଯେଉଁ ସାର୍ବଜନୀନ ଟୀକାକରଣ ଯୋଜନା କରିଥିଲେ ତାହା ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବୈପ୍ଲବିକ ପଦକ୍ଷେପ ଥିଲା l ମାତ୍ର ବର୍ତମାନ ର ସରକାର କରୋନା ମହାମାରୀ କୁ ପ୍ରତିହତ କରିବା କ୍ଷେତ୍ରରେ ଟୀକା କରଣ କୁ ସେହିଭଳି ପ୍ରଭାବି ଢଙ୍ଗରେ ନକରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସେ କହିଥିଲେ l

ସୁଶ୍ରୀ ନଟରlଜନ କ୍ଷମତାର ବିକେନ୍ଦ୍ରିକରଣ ଏବଂ ସ୍ୱାୟତ୍ତ ଶାସନ କ୍ଷେତ୍ରରେ ରାଜୀବ ଗାନ୍ଧୀ ଙ୍କ ଆବଦାନ ବିଷୟରେ ନିଜର ମତାମତ ରଖିବା ସହିତ ବିକେନ୍ଦ୍ରିତକରୋନା ମୁକାବିଲା ଓ  ପରିଚାଳନା ରେ ଆଜି ପଂଚାୟତ ଯେଉଁ ଭୂମିକା ନେଉଛି ତାହା ରାଜୀବ ଗାନ୍ଧୀଙ୍କ ଏକବିଂଶ ଶତାବ୍ଦୀ ରେ ଭାରତକୁ ନେଇ ସ୍ବପ୍ନ ର ଏକ ଅଂଶ ବିଶେଷ ବୋଲି କହିଥିଲେ l ବର୍ତମାନ ର ବିଜେପି ସରକାର କ୍ଷମତା ଏବଂ ସାଶନକୁ କେନ୍ଦ୍ରୀଭୂତ କରିବା ମହାମାରୀ ମୁକାବିଲା ଏବଂ ଦେଶର ବିକାଶ କ୍ଷେତ୍ରରେ ଆଦୌ ଶୁଭଙ୍କର ନୁହେଁ ବୋଲି କହିଥିଲେ l

ଶ୍ରୀ ଦାଶ ବେନହୁର କହିଲେ ଯେ ଜଣେ ଯୁବ ପ୍ରଧାନମନ୍ତ୍ରୀ ଭାବରେ ରାଜୀବ ଗାନ୍ଧୀ ଦେଶର ବିକାଶ ଓ ପ୍ରଗତି କ୍ଷେତ୍ରରେ  ଯେଉଁ ରାଜନୈତିକ ପ୍ରତିବଦ୍ଧତା ଦେଖାଇଥିଲେ, ତାହା ତାଙ୍କୁ ଭାରତ ଇତିହାସ ରେ ଜଣେ ଅନନ୍ୟ ରାଜନେତା ଭାବରେ ସ୍ୱୀକୃତି ଦେଇଛି l

ୱେବିନାର କୁ ଉଦଘାଟନ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓଡିଶା ର ପଶ୍ଚିମାଞ୍ଚଳ ପାଇଁ ରାଜୀବ ଗାନ୍ଧୀ ଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ l ସଂଗଠନ ର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ଏହାକୁ ପରିଚାଳନା କରିଥିଲେ l ରାଜ୍ୟ ଯୁଗ୍ମ ଆବାହକ ଶ୍ରୀ ବିଜୟ ପ୍ରଧାନ, ସଂଗଠନ ର ବରିଷ୍ଟ ସଦସ୍ୟ ଶ୍ରୀ ବିସ୍ମୟ ମହାପାତ୍ର, ନରହରି ବାଗ, ରୂପକ ତୁରୁକ, ଆଦିତ୍ୟ ନାଗ ପ୍ରମୁଖ ଏହାକୁ ପରିଚାଳନା କାଟିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking