33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆନ୍ତର୍ଜାତିକ ନିର୍ମାଣ କର୍ମଚାରୀ ମହାସଂଘ (ଈଡଓ) ଆନ୍ତର୍ଜାତିକ କମିଟି ବୈଠକରେ ଦକ୍ଷିଣ ଏସିଆ ଶ୍ରମିକଙ୍କ ଅଧିକାରୀ...

ଆନ୍ତର୍ଜାତିକ ନିର୍ମାଣ କର୍ମଚାରୀ ମହାସଂଘ (ଈଡଓ) ଆନ୍ତର୍ଜାତିକ କମିଟି ବୈଠକରେ ଦକ୍ଷିଣ ଏସିଆ ଶ୍ରମିକଙ୍କ ଅଧିକାରୀ ସୁରକ୍ଷା ଦାବୀ

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜାତୀୟ ଉପସଭାପତି, ଓଡ଼ିଶା ଶାଖାର ସଭାପତି, ଅଖିଳ ଭାରତ
କଂଗ୍ରେସ କମିଟିର କାର୍ଯ୍ୟକାରୀଣି ସଦସ୍ୟ, ତେଲେଙ୍ଗାନା ରାଜ୍ୟର ପ୍ରଭାରୀ,ପୂର୍ବତନ ସାଂସଦ, ଭାରତୀୟ
ଜାତୀୟ ନିର୍ମାଣ କର୍ମଚାରୀ ମହାସଂଘର ଓ ପ୍ରବାସୀ ମହାସଂଘର ସଭାପତି ଡକ୍ଟର ରାମଚନ୍ଦ୍ର ଖୁଂଟିଆ
ଗତକାଲି ତା. ୦୩.୦୬.୨୦୨୦ ରିଖ ଆନ୍ତର୍ଜାତିକ ନିର୍ମାଣ କର୍ମଚାରୀ ମହାସଂଘର ଜେନେଭା ସ୍ଥିତ ମୁଖ୍ୟ
କାର୍ଯ୍ୟାଳୟରେ ଅନୁଷ୍ଠିତ ପରିଚାଳନା ବୋର୍ଡର ବୈଠକରେ ଭିଡ଼ିଓ କନଫରେନ୍‌ସ ମାଧ୍ୟମରେ ସମଗ୍ର
ଦକ୍ଷିଣ ଏସିଆରେ କୋଭିଡ଼୍ – ୧୯ ଜନିତ ସଂକ୍ରମଣ ପରିସ୍ଥିତିରେ ଶ୍ରମିକ କର୍ମଚାରୀମାନଙ୍କର ରହିବା,
ଖାଇବା, ଚିକିତ୍ସା, ଘରକୁ ଫେରିବା, ମଜୁରୀ ଓ ନିଯୁକ୍ତି ସଂପର୍କରେ ଉପୁଜିଥିବା ସମସ୍ୟା ସମ୍ବନ୍ଧରେ ଅବଗତ
କରାଇଥିଲେ । ସାଉଥ ଏସିଆର ନେପାଳ, ପାକିସ୍ତାନ, ବାଙ୍ଗାଲାଦେଶ, ଶ୍ରୀଲଙ୍କାରେ ଥିବା ୫୪ଟି ଆନ୍ତର୍ଜାତିକ
ନିର୍ମାଣ କର୍ମଚାରୀ ସହିତ ଅନୁବନ୍ଧିତ ଶ୍ରମିକ ସଂଗଠନଗୁଡ଼ିକର କୋଭିଡ଼-୧୯ ସଂକ୍ରମଣ ପରିସ୍ଥିତିରେ
ସେବା ଓ ସାହାଯ୍ୟ ସଂପର୍କରେ ଉଲ୍ଲେଖ କରିଥିଲେ ଓ ଆନ୍ତର୍ଜାତିକ ମହାସଂଘ ତରଫରୁ ସଂକ୍ରମଣ ପରିସ୍ଥିତିରେ
କହିଥିଲେ, ଦେଇଥିବା ଆଶ୍ୱସନା, ସହଯୋଗ ଓ ଉଲ୍ଲେଖ୍ୟଯୋଗ୍ୟ ବୋଲି କହିଥିଲେ । ଆନ୍ତର୍ଜାତିକ ନିର୍ମାଣ
କର୍ମଚାରୀ ମହାସଂଘର ସାଧାରଣ ସଂପାଦକ ଆମ୍ବେଦ ୟୁସେନ ଓ ୟୁନିଅନ ମାନଙ୍କର ଧର୍ଯ୍ୟ, ସାହସ ଓ
ସହଯୋଗରେ ତାରିଫ କରିଥିଲେ । ଏସିଆ ପେସିଫିକ୍‌ର ଡାଭେ ନାନୁ, କୋଭିଡ଼-୧୯ର ସଂକ୍ରମଣ ପରିସ୍ଥିତିର
ସମ୍ମୁଖୀନ ନ ହୋଇ ଏକ ସଲିଡ଼ାଟିରି ଫଣ୍ଡ ସୃଷ୍ଟି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ
ମାଲେସିଆ, ଏଣ୍ଡିଆ, ପାକିସ୍ତାନ, ଅଷ୍ଟ୍ରେଲିଆ, ସାଉଥ କୋରିଆ ଓ ସୁଇଜରଲାଣ୍ଡ ଟ୍ରେଡ଼ ୟୁନିଅର ନେତାମାନେ
ଯୋଗ ଦେଇଥିଲେ । ଭାରତରେ ଶ୍ରମିକ କର୍ମଚାରୀଙ୍କ ସହିତ ଆଲୋଚନା ନ କରି କେନ୍ଦ୍ର ସରକାର ୪ଟି
ଲେବର କୋର୍ଡ ସୃଷ୍ଟି କରି ମଧ୍ୟପ୍ରଦେଶ, ଗୁଜୁରାଟ, ଉତର ପ୍ରଦେଶ ସରକାର ସମସ୍ତ ଶ୍ରମ ଆଇନ ଗୁଡ଼ିକ
୧୦୦ ପର୍ଯ୍ୟନ୍ତ ସସ୍‌ପେଣ୍ଡ କରିବା ଏବଂ ଓଡ଼ିଶା ସରକାର ଶ୍ରମ ଆଇନରୁ ପରିବର୍ତନ କରିବା ଉଦ୍ୟମକୁ
ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ବିରୋଧ କରି ମଇ- ୨୨ ତାରିଖରେ ସାରା ଦେଶରେ ପ୍ରତିକ ଧାରଣା
କରିବା ସଂଗେ ସଂଗେ ଆଗାମୀ ଦିନରେ ଆନ୍ଦୋଳନରୁ ଓହ୍ଲାଇବେ ବୋଲି ଆନ୍ତର୍ଜାତିକ ନିର୍ମାଣ କର୍ମଚାରୀ
ମହାସଂଘର ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ କୋଭିଡ଼-୧୯ର ଭୟଙ୍କର ସଂକ୍ରମଣ
ପରିସ୍ଥିତିରେ ମହାବାତ୍ୟା ‘ଅମ୍ପନ’ରେ ଭାରତ ଓ ବାଙ୍ଗାଲାଦେଶରେ ବହୁତ କ୍ଷୟକ୍ଷତି ଓ ମୃତ୍ୟୁାହତ ଏବଂ
ଗତକାଲି ଆରବ ସାଗର ଉପକୂଳରେ ଥିବା ମୁମ୍ବାଇ ଓ ଗୁଜୁରାଟ ହୋଇଥିବା ମହାବାତ୍ୟା ‘ନିସର୍ଗ’ ସଂପର୍କରେ
ସୂଚନା ଦେଇଥିଲେ । ପୂର୍ବରୁ ଆନ୍ତର୍ଜାତିକ ନିର୍ମାଣ କର୍ମଚାରୀ ମହାସଂଘର ଏଣ୍ଡିଆନ ଆଫିଲେଟେଡ଼୍ କାଉନ୍‌ସିଲ
ବୈଠକ ଓ ସାଉଥ ଏସିଆ ପାଇଁ ୫୪ଟି ୟୁନିଅନର ୨୦୦ ଟ୍ରେଡ଼ ୟୁନିଅନ ପ୍ରତିନିଧି ମାନଙ୍କର ଭିଡ଼ିଓ
କନଫରେନ୍‌ସ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଟାଭାଟି, ନିର୍ମାଣ, ସିମେଂଟ, ଜଙ୍ଗଲ ଓ ଏଫ୍‌.ଏସ୍‌.ସି.
ସାର୍ଟିଫାଏଡ଼ ଜଙ୍ଗଲରେ ନେପାଳ, ଇଣ୍ଡିଆ, ଶ୍ରୀଲଙ୍କା, ବାଙ୍ଗାଲାଦେଶ ଓ ପାକିସ୍ତାନରେ କାର୍ଯ୍ୟ କରୁଥିବା
ଶ୍ରମିକମାନେ ଦୁଃଖ ଓ ଦୁର୍ଦ୍ଦଶା ସଂପର୍କରେ ଆଲୋଚନା କରିଥିଲେ । ଏହି କୋଏତ୍ ଓ ଓମାନ ପ୍ରଭୂତି
ଦେଶରେ କାର୍ଯ୍ୟ କରୁଥିବା ଶ୍ରମିକ ନେତାମାନେ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking