34.1 C
Bhubaneswar
Thursday, April 25, 2024
HomeUncategorizedଭିନ୍ନକ୍ଷମଙ୍କୁ ଅଣଦେଖା

ଭିନ୍ନକ୍ଷମଙ୍କୁ ଅଣଦେଖା

କପ୍ତିପଦା : ଜଡିଦା ଗ୍ରାମ ପଞ୍ଚାୟତ ମୂଷାଖାଇ ଗ୍ରାମର ଭିନ୍ନ କ୍ଷମ ଜଗନ୍ନାଥ ଙ୍କୁ ମିଳୁନି ସରକାରୀ ସହାୟତା । ଵାଳମ୍ଵାର ପ୍ରସାଶନ ର ଦ୍ଵାରସ୍ଥ ହୋଇ ମଧ୍ୟ ନିରାଶ ହେବାକୁ ପଡିଛି, ସେଶରେ ଭଗବାନଙ୍କ ଭରସା |
 ଗରିବ ଗୁରୁଵାଙ୍କ ପାଇଁ ସରକାର ଙ୍କ କେତେ କଣ ଯୋଜନା ଵାର୍ଦ୍ଧକ୍ଯଭତ୍ତା,ଵିକଳାଙ୍ଗଭତ୍ତା,ମଧୁଵାଵୁ ପେନସନଯୋଜନା,ଏମତି କେତେକଣ,ମାତ୍ର ପ୍ରସାଶନିକ ଅଧିକାରୀ ଙ୍କ ଖାମଖିଆଲି ମନୋଭାଯୋଗୁଁ ଗ୍ରାମାଞ୍ଚଳରେ ଥିବା ଗରିବ ସାଧାରଣ ଲୋକ ସରକାରୀ ଯୋଜନା ଠାରୁ ଅନେକ ଦୂରରେ ।ଏ ହେଉଛନ୍ତି ଜଗନ୍ନାଥ ସରେନ ।ଵୟଷ ୫୦ ଅତିକ୍ରାନ୍ତ କଲାଣି ,ଏଵୟଷରେ ହାତ ଗୋଡ ଅଚଳ,ପରଘରେ କାମପାଇଟି କରି ୫ପ୍ରାଣୀ କୁଟୁମ୍ବ ପୋସିଵା ସମ୍ଭଵ ହୋଇ ପାରୁନି ଫଳରେ ଓଳିଏ ଖାଇଲେ ଓଳିଏ ଓପାସ ।
 ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ପର୍ଯ୍ୟନ୍ତ ସମସ୍ତ ଙ୍କୁଅଭିଯୋଗ କରିଛନ୍ତି ମାତ୍ର କିଛି ଫଳ ମିଳିନାହିଁ, ନିଜେ ଭିନ୍ନ କ୍ଷମ ହୋଇଥିବାରୁ ଗ୍ରାମ ପଡିଶାଙ୍କ ସହାୟତା ରେ ଯାଇ ନିବେଦନ କରୁଥିଲେ ମାତ୍ର କିଛି ଫଳ ହେଲାନାହିଁ, ଵାଳମ୍ଵାର ମୋତେ ଵୋହି ନେଵାକୁ ଆଉ କେହି ରାଜିହେଉ ନ ଥିଵାରୁ ଵାଧ୍ୟ ହୋଇ ଭଗବାନଙ୍କ ଭରସାରେ ଛାଡି ଦେଈଛି ।
 ଏ ସଂପର୍କରେ ଵିଡିଓ ଙ୍କ ପ୍ରତିକ୍ରିୟା ମଳିନଥିଵା ଵେଳେ ଗ୍ରାମ ଵାସୀ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ନିଵେଦନ କରି ଛନ୍ତି, ଆଗକୁ ଵର୍ଷା ଦିନ ଥିଵାରୁ ଵାସଗୃହ ସାଙ୍ଗକୁ ଭିନ୍ନ କ୍ଷମ ଭତ୍ତା ଟିଏ ଯୋଗାଇ ଦେବାକୁ ପ୍ରସାଶନ ନିକଟରେ ଅଭିଯୋଗ କରିଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking