28.1 C
Bhubaneswar
Friday, April 26, 2024
Homeରାଜନୀତିଆଦିବାସୀଙ୍କ ଶାଳମଞ୍ଜି ବିକିବା ସଂକ୍ରାନ୍ତରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା

ଆଦିବାସୀଙ୍କ ଶାଳମଞ୍ଜି ବିକିବା ସଂକ୍ରାନ୍ତରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର – ଏବେ କରୋନା ପାଇଁ ପାହାଡ ଜଙ୍ଗଲରେ ଯେଉଁ ଆଦିବାସୀ
ଭାଇମାନେ ରୁହନ୍ତି ଏହି ଖରାଦିନେ ତାଙ୍କର ଗୋଟେ ଉପାର୍ଜନ ହୁଏ ବିଭିନ୍ନ ପ୍ରକାର ମଞ୍ଜି ସଂଗ୍ରହ
କରି ବିଶେଷ କରି ଶାଳ ମଞ୍ଜି ସଂଗ୍ରହ କରନ୍ତି । ସେହି ଅନୁସାରେ ସରକାର ନିଷ୍ପତି କରିଛନ୍ତି ଯେ
ତାଙ୍କଠୁ କେଜି ପିଛା ୨୦ ଟଙ୍କାରେ ନିଆଯିବ ବୋଲି । କିନ୍ତୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଯେଉଁଠି
ଜଙ୍ଗଲ ଅଛି ସେଠି ବର୍ତମାନ ବେପାରିମାନେ ୮ଟଙ୍କାରୁ ୧୦ଟଙ୍କା ଭିତରେ କିଣି ପ୍ରାୟ ରାୟପୁରକୁ
ସବୁ ମାଲ ପଠାଉଛନ୍ତି । କିନ୍ତୁ ସରକାର ନିରବଦ୍ରଷ୍ଟା ରହିଛନ୍ତି । ଯଦି ଆଦିବାସୀମାନଙ୍କ ପ୍ରତି
ସରକାରଙ୍କ ଦରଦ ଅଛି ତାହାଲେ ତୁରନ୍ତ ପଦକ୍ଷେପ ନେଇ ସରକାର ନିର୍ଣ୍ଣୟ କରିଥିବା ନିର୍ଦ୍ଧାରିତ
ମୂଲ୍ୟରେ ସେମାନେ ଯେପରି ବିକିବେ ତାର ସୁ ବ୍ୟବସ୍ଥା କରନ୍ତୁ ବୋଲି ପିସିସି ସଭାପତି ଶ୍ରୀ
ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି ।

ପେଟ୍ରୋଲ ଓ ଡିଜେଲ ଅହେତୁକ ମୂଲ୍ୟ ବୃଦ୍ଧି ଲୋକଙ୍କ ଉପରେ ବୋଝ
ଉପରେ ନଳିତା ବିଡ଼ା ନିରଞ୍ଜନ ପଟ୍ଟନାୟକ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଥିବା ବେଳେ କହୁଥିଲେ ଡିଜେଲ ଓ
ପେଟ୍ରୋଲ ଦର ଯେଉଁ ସରକାର ବଢ଼ାଉଛନ୍ତି ସେମାନେ ହେଉଛନ୍ତି ଦେଶଦ୍ରୋହୀ । ସେତେବେଳେ
ବ୍ୟାରେଲ ପିଛା ୧୦୭ ଟଙ୍କାରୁ ଉର୍ଦ୍ଧ ଥିଲା ବର୍ତମାନ ବ୍ୟାରେଲ ପିଛା ୩୦ ଟଙ୍କା କମ ଦର ତାହା
ସତ୍ୱେ ପ୍ରତିଦିନ ଡିଜେଲ ଓ ପେଟ୍ରୋଲ ଦର ବଢ଼ି ବଢ଼ି ଯାଉଛି ପ୍ରତି ଲିଟର ପିଛା ପ୍ରାୟ ଓଭୟ ରାଜ୍ୟ
ସରକାର ଓ କେନ୍ଦ୍ରସରକାର ମିଶିକି ୬୦ ଟଙ୍କାରୁ ଉର୍ଦ୍ଧ କମଉଛନ୍ତି । ଆଜି ଏ କରୋନା ନାରେ ଏ
ଦେଶକୁ ଓ ସାଧାରଣ ଲୋକଙ୍କୁ ଶୋଷଣ କରିବାରେ ଲାଗିଛନ୍ତି ।କରୋନା ସମୟରେ ସାଧାରଣ
ଲୋକଙ୍କୁ କିପରି ଅସୁବିଧାରେ ପକାଇବା ଲୋକମାନେ ଦେଶଦ୍ରୋହୀ ନା ଯେଉଁମାନେ ଶସ୍ତାରେ
ପେଟ୍ରୋଲ ଡିଜେଲ ଦେଉଥିଲେ ସେମାନେ ଦେଶଦ୍ରୋହୀ ବୋଲି ଆଜି ଏକ ପ୍ରେସବାର୍ତା ମାଧ୍ୟମରେ
ପିସିସି ସଭାପତି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking