40.1 C
Bhubaneswar
Thursday, April 25, 2024
Homeକରୋନାଉପ ମୁଖ୍ୟମନ୍ତ୍ରୀଙ୍କ ପରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ଉପ ମୁଖ୍ୟମନ୍ତ୍ରୀଙ୍କ ପରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ କରୋନା ପଜେଟିଭ ବାହାରିଛନ୍ତି । ତାଙ୍କ ଶରୀରରେ ଜ୍ୱର ଲାଗି ରହିବାରୁ ସେ ଦ୍ୱିତୀୟ ଥର ପାଇଁ କରୋନା ଟେଷ୍ଟ କରିଥିଲେ । ଯେଉଁଥିରେ ସେ ପଜେଟିଭ ଥିବା ରିପୋର୍ଟ ବାହାରିଛି । ତେବେ ପୂର୍ବରୁ ସେ ଯେତେବେଳେ କୋଭିଡ ଟେଷ୍ଟ କରାଇଥିଲେ, ସେତେବେଳେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ହେଲେ ପରେ ଲକ୍ଷଣ ସବୁ କରୋନାର ଜଣାପଡିବାରୁ ଡାକ୍ତର ଆଉଥରେ ଟେଷ୍ଟ ପାଇଁ କହିଥିଲେ । ଯେଉଁଥିରେ ସେ କରୋନା ପଜେଟିଭ ବୋଲି ସୂଚନା ମିଳିଛି । ଅତ୍ୟନ୍ତ ମାତ୍ରାରେ ଜ୍ୱର ଏବଂ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେତୁ ସୋମବାର ତାଙ୍କୁ ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।

ଅନ୍ୟପଟେ ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ତାଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଆଉ ଆଜି ତାଙ୍କ ରିପୋର୍ଟ ପଜେଟିଭ ଆସିଛି । ଏଥିସହିତ ଆପ୍ ବିଧାୟିକା ଆତିଶୀଙ୍କ ରିପୋର୍ଟ ମଧ୍ୟ ପଜେଟିଭ ଆସିଛି । ତେବେ ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦିନ ବଢିବା ସହିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking