33.1 C
Bhubaneswar
Monday, May 6, 2024
Homeଓଡିଶାପ୍ରିୟଙ୍କା ଗାନ୍ଧୀଙ୍କ ଗିରଫ ପ୍ରତିବାଦରେ କଂଗ୍ରେସ ର ପ୍ରତିବାଦ

ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫ ପ୍ରତିବାଦରେ କଂଗ୍ରେସ ର ପ୍ରତିବାଦ

ଭୁବନେଶ୍ୱର,  : ଗତ ରବିବାର ଉରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବରେ କଳାପତାକା ଧରି ପ୍ରତିବାଦ କରୁଥିବା କୃଷକମାନଙ୍କୁ ଯେଉଁଭଳି ଭାବରେ ଭାରତୀୟ ଜନତା ପାର୍ଟିର କେନ୍ଦ୍ର ରାଜ୍ୟ ଗୃହମନ୍ତ୍ରୀଙ୍କ ପୁଅ ଏବଂ ବିଜେପି ଦଳର ନେତୃବର୍ଗ କୃଷକମାନଙ୍କୁ ଯେଉଁଭଳି ଭାବରେ ତାଙ୍କ ଥର୍‌ଜିପ୍ ଏବଂ ଫର୍ଚୁନର ଗାଡ଼ି ଚଢାଇ ମାରିଦେଲେ ଏବଂ ସର୍ବଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦିକା ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଲକ୍ଷେ୍ମø ବିମାନ ବନ୍ଦରରେ ଉରପ୍ରଦେଶ ପୋଲିସ୍ ଅତି ଅନ୍ୟାୟ ଉପାୟରେ ତାଙ୍କୁ ବିନା କୌଣସି ଏଫ୍‌ଆଇଆର ବା ଆରେଷ୍ଟ ୱାରେ ଯେଉଁଭଳି ଭାବରେ ତାଙ୍କ ପ୍ରତି ଓ ଲୋକସଭାର ସାଂସଦ ଶ୍ରୀ ଦୀପେନ୍ଦ୍ର ସିଂ ହୋଡ଼ାଙ୍କୁ ଜବରଦସ୍ତ ଓ ବଳ ପ୍ରୟୋଗ କରି ତାଙ୍କୁ ପୋଲିସ୍ ଏକ ଗେଷ୍ଟହାଉସରେ ରଖିଲା ଏବଂ ଦୀର୍ଘ ୩୦ ଘା ପରେ ତାଙ୍କୁ ଗିରଫ କରାଗଲା, ତାର ପ୍ରତିବାଦରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସର ନେତୃବର୍ଗ ମାଷ୍ଟରକ୍ୟାିନ ଛକଠାରେ ଏକ ବିକ୍ଷୋଭ କରିବା ସହିତ ଉଭୟ ଉର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶ ପୁଳିକା ଦାହ କରିବା ସହିତ ଏହି ଅନ୍ୟାୟ ଓ ଅଗଣତାନ୍ତ୍ରିକ ଉପାୟରେ ଶ୍ରୀମତୀ ଗାନ୍ଧୀ ଓ କଂଗ୍ରେସ ନେତୃବର୍ଗଙ୍କ ଉପରେ କରାଯାଇଥିବା ବଳପ୍ରୟୋଗକୁ ଦୃଢ ଭାବରେ ନିନ୍ଦା କରିଥିଲେ । ଭାରତବର୍ଷରେ ଏକ ମାନବ ରକ୍ତର ହୋରି ଖେଳୁଥିବା ସରକାର ଆଜି ଶାସନ କରୁଛି । ଶାନ୍ତିପୂର୍ଣ୍ଣ ଢଙ୍ଗରେ କୃଷକମାନଙ୍କୁ ନିଜେ କେନ୍ଦ୍ର ରାଜ୍ୟ ଗୃହମନ୍ତ୍ରୀଙ୍କ ପୁଅ ନିଜ ଗାଡ଼ି ଚଢାଇ ମାରି ଦେଉଥିବା ବେଳେ ତାଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । କିନ୍ତୁ ଅପର ପକ୍ଷରେ ଆଇନକୁ ସମ୍ମାନ ଦେଇ ପୀଡ଼ିତ ପରିବାରଙ୍କ ପାଖରେ ପôହ ତାଙ୍କୁ ଦୁଃଖ ସମୟରେ ସମବେଦନା ଜଣାଇବା ପାଇଁ କଂଗ୍ରେସ ନେତୃବର୍ଗ ଯାଉଥିବା ବେଳେ ତାଙ୍କୁ ବଳ ପ୍ରୟୋଗ ଆକ୍ରମଣ ଏବଂ ଗିରଫ ଖୁବ୍ ମହଙ୍ଗା ପଡ଼ିବ ବୋଲି ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃବର୍ଗମାନେ ବର୍ଷିଛନ୍ତି । ଖାଲି ସେତିକି ନୁହେଁ, ଆସନ୍ତା ଦିନରେ ଭାରତୀୟ ଜନତା ପାର୍ଟିର ଏହି କୁକର୍ମ ଓ ଆଇନ୍‌କୁ ଦଳି ଚକଟି ଦେବାର ପରିଣାମ ଭୋଗ କରିବାକୁ ପଡ଼ିବ । ଏହି ବିକ୍ଷୋଭରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି, ଉର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଓ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ କୁଶ ପୁଳିକା ଦାହ କରାଗଲା । ପ୍ରଦେଶ କଂଗ୍ରେସ ସାରା ରାଜ୍ୟରେ ପ୍ରତ୍ୟେକ ଗ୍ରାମାଳକୁ ଭାରତୀୟ ଜନତା ପାର୍ଟିର ଏହି ହିଟିଲରୀ ଶାସନ ବ୍ୟବସ୍ଥା ତଥା ଗଣହତ୍ୟାକୁ ନେଇ ଲୋକମାନଙ୍କୁ ସଚେତନ କରାଇବ ଏବଂ ଆସନ୍ତା ଦିନରେ ଭାରତୀୟ ଜନତା ପାର୍ଟିର ପ୍ରତ୍ୟେକ ନେତୃବର୍ଗଙ୍କୁ ଓଡ଼ିଶାରେ ମୁହଁତୋଡ଼ ଜବାବ ଦିଆଯିବ । ଏହି ପ୍ରତିବାଦ ସଭାରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜୀବ ବିଶ୍ୱାଳ, ରାଜ୍ୟସଭା ସାଂସଦ ଶ୍ରୀମତୀ ରଜନୀ ପାଟିଲ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ଶରତ ରାଉତ, ଗଣେଶ୍ୱର ବେହେରା, ଶିବାନନ୍ଦ ରାୟ, ସୁରେଶ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ମହିଳା କଂଗ୍ରେସ ସଭାପତି ବିଜୟଲକ୍ଷ୍ମୀ ପରିଡ଼ା, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସ, ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ଜାନକୀ ବଲ୍ଳଭ ପଟ୍ଟନାୟକ, ମନୋରଞ୍ଜନ ଦାସ, କିଶୋର ଜେନା, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ଛାତ୍ର କଂଗ୍ରେସ ସଭାପତି ୟାସୀ ନୱାଜ, ଛାତ୍ର କଂଗ୍ରେସ ଓଡ଼ିଶା ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ଅନୁଲେଖା ଭୁଷା, ସୁରେନ୍ଦ୍ର ନାଥ କର, ହଳଧର ସେଠୀ, ରଶ୍ମୀ ମହାପାତ୍ର, ଅମୀୟ ପଟ୍ଟନାୟକ, ବାଙ୍କନିଧି ବେହେରା, ପଦ୍ମାକର ଗୁରୁ, ଅଭିଶେକ ମହାନନ୍ଦ, ଅଭିଶେକ ମହାନନ୍ଦ, ସ୍ୱାଧୀନବାଳା ଦାସ, ନିରୁପମା ପାତ୍ର, ପ୍ରକାଶ ମିଶ୍ର, ଗୀତାଞ୍ଜଳୀ ମହାନ୍ତି, ତାପସ ସେଠୀ, ସୁବ୍ରତ ମହାପାତ୍ର, ଜୟନ୍ତ ଭୋଇ, ବଟକୃଷ୍ଣ ରାଉତରାୟ, ଦେବୀ ପ୍ରସାଦ ବାହାଲିଆ, ଚୈତାଳି ପଟ୍ଟନାୟକ, ଶ୍ରୀୟାସ୍ମିତା ପଣ୍ଡା, ମଞ୍ଜୁଶ୍ରୀ ରାଉତରାୟ, ପ୍ରଭାବତୀ ପଟ୍ଟନାୟକ, ସୁବାସ ପ୍ରଧାନ, ଲିଙ୍ଗରାଜ ସାହୁ, କୈଳାସ ସାହୁ, ସ୍ୱାଗତ କର, ନଳିନିକାନ୍ତ ନାୟକ, ଆତ୍ମାରାମ ପତି, ସାଗର ପରିଡ଼ା, ମନୋଜ ମହାପାତ୍ର, ରାଜକିଶୋର ବାରିକ, ବିଶ୍ୱରଞ୍ଜନ ମହାପାତ୍ର, ସଞ୍ଜୀବ ମହାନ୍ତି, ଅନ୍ନପୂର୍ଣ୍ଣା ସାହୁ, କନକଲତା ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking