30.1 C
Bhubaneswar
Wednesday, April 24, 2024
Homeଆଇପିଏଲ୍ -2022ହର୍ଷଲ୍‌ଙ୍କ ୩ ୱିକେଟ୍ ବେକାର , ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ତୃତୀୟ ବିଜୟ

ହର୍ଷଲ୍‌ଙ୍କ ୩ ୱିକେଟ୍ ବେକାର , ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ତୃତୀୟ ବିଜୟ

ଆବୁଧାବି : ବୁଧବାର ଏଠାରେ ଖେଳାଯାଇଥିବା ଆଇପିଏଲ୍‌-୧୪ର ୫୨ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍ (ଏସ୍‌ଆର୍‌ଏଚ୍‌) ୪ ରନ୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ହରାଇ ଦେଇଛି । ଏହ ଚଳିତ ଟୁର୍ଣ୍ଣାମେଣ୍ଟ୍‌ରେ ଏସ୍‌ଆର୍‌ଏଚ୍‌ର ତୃତୀୟ ବିଜୟ । ଟସ୍ ହାରି ବ୍ୟାଟିଂ କରିଥିବା ହାଇଦ୍ରାବାଦ ୭ ୱିକେଟ୍ ବିନିମୟରେ ୨୧୪ ରନ୍ କରିଥିଲା । ୨୪୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଆର୍‌ସିବି ୬ ୱିକେଟ୍ ବିନିମୟରେ ମାତ୍ର ୧୩୭ ରନ୍ କରିପାରିଥିଲା । କ୍ୟାପ୍‌ଟେନ୍ ବିରାଟ କୋହଲି (୫) ପ୍ରଥମ ଓଭର୍‌ର ଶେଷ ବଲ୍‌ରେ ଭୁବନେଶ୍ୱର କୁମାରଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ । ପରେ ପରେ ଦାନିଏଲ୍ କ୍ରିଷ୍ଟିଆନ୍ (୧) ମଧ୍ୟ ପ୍ୟାଭିଲିଅନ୍ ଫେରିଥିଲେ । ଦେବଦତ୍ତ ପାଡିକଲ୍‌ଙ୍କ ସହ ଯୋଗ ଦେଇଥିବା ଶ୍ରୀକର ଭରତ (୧୨) ଗୋଟିଏ ଲେଖାଏଁ ଚୌକା ଓ ଛକା ସହାୟତାରେ ରନ୍ ଗତି ବଢ଼ାଇବାକୁ ଉଦ୍ୟମ କରୁଥିବା ବେଳେ ୱିକେଟ୍ ପଛରେ ଧରାପଡ଼ି ଆଉଟ୍ ହୋଇଥିଲେ । ବ୍ୟାଟିଂ ପାଇଁ ଆସିଥିବା ଗ୍ଲେନ୍ ମ୍ୟାକ୍ସୱେଲ୍ ବିସ୍ଫୋରକ ବ୍ୟାଟିଂ କରି ରନ୍ ଗତି ବଢ଼ାଇବା ସହିତ ପାଡିକଲ୍‌ଙ୍କ ସହ ୪ର୍ଥ ୱିକେଟ୍ ପାଇଁ ୫୪ ରନ୍ ଯୋଗ କରିଥିଲେ । ତେବେ ସେ ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହେବା ଫଳରେ ବାଙ୍ଗାଲୋର ବିଜୟ ଆଶା କମିଯାଇଥିଲା । ସେ ୨୫ ବ୍‌ରୁ ୩ଟି ଚୌକା ଓ ୨ ଛକା ସହାୟତାରେ ୪୦ ରନ୍ କରିଥିଲେ । ପାଡିକଲ୍ ୫୨ ବଲ୍‌ରୁ ୪ଟି ଚୌକା ସହାୟତାରେ ୪୧ ରନ୍ କରି ରଶିଦ୍ ଖାନ୍‌ଙ୍କ ଶିକାର ହୋଇଥିଲେ । ତେବେ ଡିଭିଲିୟର୍ସ (୧୯³) ଓ ଶାହବାଜ ଅହମଦ (୧୨) ଭଲ ଖେଳିଥିଲେ ମଧ୍ୟ ଟିମ୍‌କୁ ବିଜୟୀ କରାଇବାରେ ସଫଳ ହୋଇନଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦର ଆରମ୍ଭ ଭଲ ନଥିଲା । ଦ୍ୱିତୀୟ ଓଭର୍‌ରେ ହିଁ ଅଭିଷେକ ଶର୍ମା (୧୩) ଜର୍ଜ ଗାର୍ଟନ୍‌ଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ । ଆର୍‌ସିବିକୁ ଦ୍ୱିତୀୟ ସଫଳତା କେନ୍ ୱିଲିଅମ୍‌ସନ୍‌ଙ୍କ ରୂପରେ ହର୍ଷଲ୍ ପଟେଲ୍ ଦେଇଥିଲେ । ୱିଲିଅମ୍‌ସନ୍ ୨୯ ବଲ୍‌ରେ ୪ ଚୌକା ସହାତରେ ୩୧ ରନ୍ କରିଥିବା ବେଳେ ହର୍ଷଲ୍‌ଙ୍କୁ ରିଭର୍ସ କ୍ୟାଚ୍ ଦେଇଥିଲେ । ୧୦୭ ରନ୍‌ରେ ଟିମ୍‌ର ଅଧା ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିଅନ୍ ଫେରିଥିଲେ । ଟିମ୍ ଶେଷ ୮ ଓଭର୍‌ରେ ମାତ୍ର ୫୦ ରନ୍ କରିପାରିଥିଲା । ଟିମ୍ ପକ୍ଷରୁ ଜେସନ୍ ରୟ ସର୍ବାଧିକ ୪୪ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରିୟମ ଗର୍ଗ ୧୫, ଋଦ୍ଧିମାନ ଶାହା ୧୦ ଓ ଜେସନ୍ ହୋଲ୍ଡର ୧୬ ରନ୍ କରିଥିଲେ । ରଶିଦ୍ ଖାନ୍ ୭ ରନ୍ କରି ଅପରାଜିତ ଥିଲେ । ଆର୍‌ସିବି ପକ୍ଷରୁ ଜର୍ଜ ଗାର୍ଟନ୍ ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking