32.1 C
Bhubaneswar
Sunday, May 19, 2024
Homeଓଡିଶାଦୁର୍ନୀତିରେ ଭରପୁର ଭାରତୀୟ ଜନତା ପାର୍ଟି ଦେଶକୁ ଆଜି ବହୁ ତଳକୁ ନେଇଯାଉଛି : କଂଗ୍ରେସ

ଦୁର୍ନୀତିରେ ଭରପୁର ଭାରତୀୟ ଜନତା ପାର୍ଟି ଦେଶକୁ ଆଜି ବହୁ ତଳକୁ ନେଇଯାଉଛି : କଂଗ୍ରେସ

ଭୁବନେଶ୍ୱର : ୨୦୧୪ ମସିହା ପାଖରୁ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାର ଭାରତର୍ବେର ଗରୀବ ଜନସାଧାରଣଙ୍କ ସମସ୍ୟା ସମାଧାନ କରିବା ପରିର୍ବେ ଭାରତର ଅଗଣିତ ଖଟିଖିଆ କୃଷକ, ସାଧାରଣ ମଧ୍ୟବର୍ଗର ଜନସାଧାରଣ ସମସ୍ତଙ୍କୁ ବହୁ ଦୁର୍ଗତି ଭିତରକୁ ଠେଲି ଦେଇଛନ୍ତି । ୨୦୧୪ ମସିହା ପାଖରୁ ଯେତେଗୁଡ଼ିଏ ମୋଦି ସରକାର ନିଷ୍ପି ନେଇଛନ୍ତି ତାହା ଦେଶର ସ୍ୱାର୍ଥର ପରିପନ୍ଥୀ ତଥା ଜନସାଧାରଣଙ୍କ ବିରୁଦ୍ଧରେ ଯେପରିକି ବିମୁଦ୍ରିକରଣ କରାଗଲା, କୁହାଗଲା ବିମୁଦ୍ରିକରଣ ଦ୍ୱାରା ଦେଶକୁ କଳାଧନ ଫେରିବ ଏବଂ ଦେଶ ଭିତରେ ଅରାଜକତା ତ୍ୱ ହ୍ରାସ ପାଇବ । କିନ୍ତୁ କଳାଧନ ଆସିଲା ନାହିଁ, ବରଂ ସାଧାରଣ ଲୋକ ନିଜର ରୋଜଗାର ହରାଇଲେ, ବହୁ ଲୋକ ବ୍ୟାଙ୍କରେ ଲାଇନ୍ ଲଗାଇ ମୃତ୍ୟୁବରଣ କଲେ ଏବଂ ଛୋଟ ବ୍ୟବସାୟୀ ଯେଉଁମାନେ ନିଜର ରୋଜଗାର ହରାଇଲେ । ଠିକ୍ ସେହିଭଳି ଭାବରେ ଜିଏସ୍‌ଟି ଆଇନ ତରବର ଭାବରେ ଲାଗୁ କରାଗଲା ଯାହାକୁ କି କୁହାଗଲା ଭାରତବର୍ଷର ବ୍ୟବସାୟ ମାନଙ୍କ ପାଇଁ ଏହା ଏକ ବଡ଼ ଆଶୀର୍ବାଦ । କିନ୍ତୁ ପରର୍ବୀ ପର୍ଯ୍ୟାୟରେ ଏହା ଭାରତବର୍ଷର ନିମ୍ନ, ମଧ୍ୟ ସାଧାରଣ ବର୍ଗର ବ୍ୟବସାୟୀମାନଙ୍କ ଏକ ପାହାଡ଼ ଭଳି ବୋଝ ହେଲା । ଏହା ଦ୍ୱାରା ଭାରତ ବର୍ଷର କୋଟି କୋଟି ଛୋଟ ବ୍ୟବସାୟୀ, ସାଧାରଣ ଓ ମଧ୍ୟମ ଧରଣର ବ୍ୟବସାୟୀ, ଛୋଟ ଶିଳ୍ପ, ଲଘୁ ଉଦ୍ୟାନ ସବୁ ଆଜି ବନ୍ଦ ହୋଇଗଲା । ଏହାଦ୍ୱାରା ଭାରତବର୍ଷର ପାଖାପାଖି ୧୪ କୋଟିରୁ ଅଧିକ ବେରୋଜଗାର ସୃଷ୍ଟି ହେଲା । ଠିକ୍ ସେହିଭଳି ଭାବରେ ଆଜି ପେଟ୍ରୋଲ ଏବଂ ଡ଼ିଜେଲ ଉପରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ କରୁଛନ୍ତି । ପେଟ୍ରୋଲ ଏବଂ ଡ଼ିଜେଲ ଲିଟର ପିଛା ୧୧୦ ଟଙ୍କାରୁ ଅତିକ୍ରମ କରିସାରିଲାଣି । ଜାଳେଣି ଗ୍ୟାସ୍ ୧୦୦୦ ଟଙ୍କାରୁ ଅଧିକ ହୋଇସାରିଲାଣି । ତଥାପି ମୋଦି ସରକାର କହୁଛନ୍ତି ଏହା ହିଁ ତ ଆଚ୍ଛାଦିନ । ଆଜି ପ୍ରଦେଶ କଂଗ୍ରେସ ଭବନରେ ରାଜ୍ୟସଭା ସାଂସଦ ତଥା ଜାମ୍ମୁ କାଶ୍ମୀର କଂଗ୍ରେସ ପ୍ରଭାରୀ ଶ୍ରୀମତୀ ରଜନୀ ପାଟିଲ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବାଦିକମାନଙ୍କୁ ଉଦ୍‌ବୋଧନ ଦେଇ କେନ୍ଦ୍ର ସରକାରଙ୍କ ଏହି ସମସ୍ତ ନୀତିକୁ ଘୋର ସମାଲୋଚନା କରିବା ସହିତ କିଭଳି ଭାବରେ କେନ୍ଦ୍ର ସରକାର କିଭଳି ମୋଦି ସରକାର ଏବଂ ଭାରତୀୟ ଜନତା ପାର୍ଟି ଦୁର୍ନୁୀତିରେ ବୁଡ଼ି ରହିଛି ତାହାର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଭାରତବର୍ଷର ଫ୍ୟୁଚର ଗ୍ରୁପ ସହିତ ବିଦେଶୀ ଆମାଜାନ ଗ୍ରୁପର ଯେଉଁ ଆଇନଗତ ବିବାଦ ସୃଷ୍ଟି ହେଲା, ସେହି ବିବାଦକୁ ନେେଇ ଆମାଜାନ ଗ୍ରୁପ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟକୁ ୮୫୪୬ କୋଟି ଟଙ୍କାର ଲିଗାଲ ଫିସ୍ ଡ଼ିପୋଜିଟ କରିଛି । ପ୍ରଶ୍ନ ଉଠୁଛି ଏହି ଫିସ୍ ସେ କିଭଳି ଭାବରେ ଦେଇଛନ୍ତି । ଇ କମର୍ସର ସବୁଠାରୁ ବଡ଼ ବିଜିନେସ ଆମାଜାନ ୨୦୧୮ମସିହାରୁ ଭାରତବର୍ଷର ପ୍ରବେଶ କରିବା ପରେ ଭାରତର ନିଜର ଉପସ୍ଥିତିକୁ ଜାହରି କରିବା ପାଇଁ ଏହି ଟଙ୍କାକୁ ଖର୍ଚ୍ଚ କରିଛି କି? ଆମାଜାନ ଗ୍ରୁପର ୬ଟି କମ୍ପାନୀ ଆମାଜାନ ଇଣ୍ଡିଆ ଲିମିଟେଡ଼, ଆମାଜାନ ରିଟେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼, ଆମାଜାନ ସେଲର ସର୍ଭିସେସ ପ୍ରାଇଭେଟ ଲିମିଟେଡ଼, ଆମାଜାନ ଇରନେଟ ସର୍ଭିସେସ ପ୍ରାଇଭେଟ ଲିମିଟେଡ଼, ଆମାଜାନ ହୋଲସେଲ ପ୍ରାଇଭେଟ ଲିମିଟେଡ଼ ଏବଂ ଆମାଜାନ ଟ୍ରାନ୍ସପୋର୍ଟ ଲିମିଟେଡ଼ ଏହି ଦୁଇବର୍ଷ ଭିତରେ ୮୫୪୬ କୋଟି ଟଙ୍କା କାହିଁକି ଖର୍ଚ୍ଚ କରିଛି । ଯେତେବେଳେ କି କେନ୍ଦ୍ର ସରକାରଙ୍କର ଆଇନ ମନ୍ତ୍ରଣାଳୟର ସମୁଦାୟ ବଜେଟ ମାତ୍ର ୧୧୦୦ କୋଟି ଅଟେ । ତେଣୁ ଭାରତବର୍ଷର ଆଇନରେ ପରିର୍ବନ କରିବା ଉଦ୍ଦେଶ୍ୟରେ ଆଇନ ମନ୍ତ୍ରଣାଳୟକୁ ଏହି ୮୫୪୬ କୋଟି ଟଙ୍କାର ଫି ଦିଆଯାଇଛି କି । ଯଦ୍ୱାରା କି ଆମାଜାନ ଭାରତବର୍ଷରେ ତାର କାୟା ବିସ୍ତାର କରିପାରିବ । ଏହାଦ୍ୱାର ଭାରତବର୍ଷ କୋଟି କୋଟି ଛୋଟ ବବ୍ୟସାୟୀମାନେ ନିଜର ଦୋକାନକୁ ବନ୍ଦ କରିବାକୁ ପଡ଼ିଲା । ଏକଥା କଂଗ୍ରେସ ଅଭିଯୋଗ କରୁନାହିଁ ଏହା ସତ୍ୟ ଆଜି ଭାରତବର୍ଷର ବହୁ ଛୋଟ ବ୍ୟବସାୟୀ ମଧ୍ୟମ ବ୍ୟବସାୟୀ, ଯେଉଁମାନେ ପୁରୁଷ ପୁରୁଷ ଧରି ବ୍ୟବସାୟ କରୁଥିଲେ ଏବଂ ସେଥିରୁ ସେମାନଙ୍କର ରୋଜଗାର ଚାଲିଥିଲା ତତ୍ ସହିତ ସେମାନେ ମଧ୍ୟ ରୋଜଗାର ଅନ୍ୟମାନଙ୍କ ପାଇଁ ସୃଷ୍ଟି କରୁଥିଲେ ଆଜି ଏଗୁଡ଼ିକ ସବୁ ବନ୍ଦ । ଆମାଜାନକୁ ଭାରତୀୟ ଜନତା ପାର୍ଟିର ମୋଦି ସରକାର କାହିଁକି ଭାରତର ବଜାରକୁ ଟେକି ଦେଇଛନ୍ତି ଏବଂ କେଉଁ ସ୍ୱାର୍ଥରେ । ଏହା କଣ ଆଚ୍ଛେ ଦିନର କଥା କି? ତେଣୁ କୋଟି କୋଟି ସାଧାରଣ ମଧ୍ୟମବର୍ଗ ବ୍ୟବସାୟୀମାନେ ଏଭଳି ବଡ଼ ବଡ଼ ଇ-କମର୍ସ ମାନଙ୍କ ସହିତ ବଜାରଭିିକ ପ୍ରତିଯୋଗିତା କରିପାରୁ ନାହାଁନ୍ତି । ତାଙ୍କ ପାଖରେ ଏତେ ବଡ଼ ପରିମାଣର ପୁଞ୍ଜି ମଧ୍ୟ ନାହିଁ । ତାହେଲେ କଣ ଭାରତବର୍ଷର କୋଟି କୋଟି ବ୍ୟବସାୟୀଙ୍କ ବ୍ୟବସାୟକୁ ବନ୍ଦ କରିଦେବା, ଅଧିକାରୁ ଅଧିକ ବେରୋଜଗାରୀ ସୃଷ୍ଟି କରିବା ଏବଂ ଭାରତବର୍ଷ ଲଘ, ମଧ୍ୟମ ଧରଣର ଉଦ୍ୟୋଗକୁ ବନ୍ଦ କରିଦେବା ଏକ ଚକ୍ରାନ୍ତ କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମତୀ ପାଟିଲ । ଏହି ସମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜୀବ ବିଶ୍ୱାଳ, ପ୍ରଦେଶ କଂଗ୍ରେସର ଗଣମାଧ୍ୟମର ଚେୟାରମ୍ୟାନ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା ଉପସ୍ଥିତ । ପ୍ରଦେଶ କଂଗ୍ରେସର ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାସ, ମନୋଜ ରାଉତ, ରଜନୀ ମହାନ୍ତି ଓ ପଦ୍ମାକର ଗୁରୁ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking