29.1 C
Bhubaneswar
Monday, May 6, 2024
Homeଓଡିଶାଜାତୀୟ କିକ୍ ବକ୍ସିଂ ଦଳକୁ ଜିଲ୍ଲାପାଳଙ୍କ ଶୁଭେଚ୍ଛା

ଜାତୀୟ କିକ୍ ବକ୍ସିଂ ଦଳକୁ ଜିଲ୍ଲାପାଳଙ୍କ ଶୁଭେଚ୍ଛା

ଢେଙ୍କାନାଳ : ଗୋଆର କରସୱାଡା, ମାପୁସା, ପେଦାମ କ୍ରୀଡା ପରିସରସ୍ଥିତ ବ୍ୟାଡମିଂଟନ ହଲ୍‌ରେ ଆସନ୍ତା ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ୱାକ୍ ଇଣ୍ଡିଆ ସିନିଅର ଓ ମାଷ୍ଟର ଜାତୀୟ କିକ୍ ବକ୍ସିଂ ଚାମ୍ପିଆନସିପ୍ ଅନୁଷ୍ଠିତ ହେବ । ସେଥିରେ ଢେଙ୍କାନାଳ ଜିଲ୍ଲାରୁ ୪ ଜଣ ପୁରୁଣ ଓ ୩ ଜଣ ମହିଳା ଖେଳାଳି ଯୋଗ ଦେବାକୁ ମନୋନୀତ ହୋଇଛନ୍ତି । ସେମାନେ ଆସନ୍ତା ୨୪ ତାରିଖରେ ଢେଙ୍କାନାଳରୁ ଗୋଆ ଅଭିମୁଖେ ଯାତ୍ରା କରିବେ । ଉକ୍ତ ଦଳକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଏବଂ ଆଇଏଏସ୍ ଟ୍ରେନି ବିଭୁତି ଭୂଷଣ ନାୟକ ସ୍ଥାନୀୟ ସର୍କିଟ ହାଉସ ଠାରେ ଶୁଭେଚ୍ଛା ଜଣାଇଛନ୍ତି । ମହିଳା ଦଳରେ କୀର୍ତିରାଣୀ ସାହୁ, ବବି ପ୍ରତିହାରୀ, ଲକି ବଶ୍ୱାସ ଏବଂ ପୁରୁଷ ଦଳରେ ମିହିର କୁମାର ସାହୁ, ମାନସ ରଞ୍ଜନ ଅମାତ, ଦୁଲ୍ଲାରାମ ହାଁସଦା ଓ ରୁପେନ୍ଦ ମାରାଣ୍ଡି ପ୍ରମୁଖ ସାମିଲ ରହିଛନ୍ତି । ଜାତୀୟ ସ୍ତରରେ ଏହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking