30.1 C
Bhubaneswar
Wednesday, April 24, 2024
Homeଓଡିଶାଅରାଚୁଆ ରାସ୍ତା ଶୋଚନୀୟ

ଅରାଚୁଆ ରାସ୍ତା ଶୋଚନୀୟ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ମଠତେନ୍ତୁଳିଆ ପଚାଂୟତର ଅରାଚୁଆ ରାସ୍ତାଟି ଅତି ଶୋଚନୀୟ ହୋଇ ପଡିରହିଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଦେଇ ଆମ୍ବଲାନ୍ସ ଯିବା ଆସିବା କରିପାରୁନଥିବାରୁ ରୋଗୀଙ୍କୁ ଖଟିଆରେ ବୋହିବାକୁ ପଡୁଛି । ବର୍ଷା ହେଲେ ରାସ୍ତାର ଅବସ୍ଥା ନ କହିବା ଭଲ । ଚାଲିକି ଯିବା ବି ରାସ୍ତାରେ କଷ୍ଟସାଧ୍ୟ ହୋଇପଡିଥାଏ । ରାସ୍ତାରେ ସାଇକେଲ ଓ ବାଇକ୍ ଯାଇ ପାରୁ ନାହିଁ ବୋଲି ସମାଜ ସେବୀ ମାନସ ମତ ଦେଇଛନ୍ତି । ଏହି ରାସ୍ତାଟି ପଚାଂୟତ ବିଭାଗରେ ଆସୁଥିବାରୁ ନୀଳକଣ୍ଠପୁର, ବରପାଳ, ନୂଆ ଅରାଚୁଆ, ଜମ୍ବୁ, ବରନାଳି ଆଦି ଗ୍ରାମର ପ୍ରାୟ ୨୦୦୦ ରୁ ଅଧିକ ଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଅତି ଜରୁରୀ ସମୟରେ କେହି ଶିଘ୍ର ଯାଇପାରୁ ନାହାନ୍ତି । ମାତ୍ର ଏହି ରାସ୍ତା ବିଷୟରେ ଦୀର୍ଘଦିନ ହେଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏଥି ପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି । ତେଣୁ ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ରାସ୍ତାର ମରାମତି କରାଇବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking