33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗକରୋନାସ୍ଥିତି ଭାରତରେ ନିୟନ୍ତ୍ରଣରେ ରହିଛି : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

କରୋନାସ୍ଥିତି ଭାରତରେ ନିୟନ୍ତ୍ରଣରେ ରହିଛି : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : କରୋନାସ୍ଥିତି ଭାରତରେ ନିୟନ୍ତ୍ରଣରେ ରହିଛି ।ବିଶ୍ୱରେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ରହିଛି । ଏ ନେଇ ଲୋକସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସୂଚନା ଦେଇଛନ୍ତି । ଦେଶରେ କୋଭିଡ଼ ପରିଚାଳନା ସଠିକ୍ ଭାବେ ଚାଲିଛି । ଦେଶରେ ସଂକ୍ରମଣ ହାର କମ୍ ରହିଛି । ଏବେ ଦେଶରେ କରୋନା ଜନିତ ମୃତ୍ୟୁ ହାର ୧.୬ ପ୍ରତିଶତ ରହିଛି । ଏଥିସହ ଦେଶରେ ସୁସ୍ଥ ହାର ୭୮ ପ୍ରତିଶତ ରହିଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା, ତେଲେଙ୍ଗାନା, ଆସାମ, ଉତ୍ତରପ୍ରଦେଶ,ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ, ଦିଲ୍ଲୀ , କେରଳ,ଗୁଜୁରାଟରେ ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି । ତେବେ ଆଜିର ଲୋକସଭା ଅବଧି ସମାପ୍ତ ପରେ ଆସନ୍ତାକାଲି ୩ଟା ପର୍ଯ୍ୟନ୍ତ ଗୃହକୁ ମୂଲତବୀ ଘୋଷଣା କରାଯାଇଛି ।
ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୭୯ ହଜାର ୭୨୨ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୧୩୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୯୨ ହଜାର ୦୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଲକ୍ଷ ୫୪ ହଜାର ୩୫୭କୁ ବୃଦ୍ଧି ପାଇଛି ।
ଅନ୍ୟପଟେ ଦେଶରେ ୯ ଲକ୍ଷ ୮୬ ହଜାର ୫୯୮ ଜଣ ଚିକିତ୍ସିତ ହେଉଥିବା ବେଳେ ୩୭ ଲକ୍ଷ ୮୦ ହଜାର ୧୦୭ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking