27.1 C
Bhubaneswar
Sunday, August 7, 2022
Homeଖେଳରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ୨ ପଦକ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ୨ ପଦକ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଆଜି ଭାରତକୁ ଆଉ ଦୁଇ ପଦକ ମିଳିଛି। ଭାରତ ପାଇଁ ମହିଳା ୧୦ ହଜାର ମିଟର ଚାଲିବା ପ୍ରତିଯୋଗିତାରେ ପ୍ରିୟଙ୍କା ଗୋସ୍ୱାମୀ ଜିତିଛନ୍ତି ରୌପ୍ୟ ପଦକ। ସେ ଆଜିର ମାରାଥନ ରେସରେ ଦମଦାର ପ୍ରଦର୍ଶନ କରିଛନ୍ତି। ନିଜର ବ୍ୟକ୍ତିଗତ ପ୍ରଦର୍ଶନ ଠାରୁ ଭଲ ଟାଇମିଂରେ ରେସ ଶେଷ କରିଛନ୍ତି ପ୍ରିୟଙ୍କା । ଏଥି ସହିତ ୩୦୦୦ ମିଟର ଷ୍ଟପଲଚେଜରେ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି ଅବିନାଶ ମୁକୁନ୍ଦ ସାବଲେ। ଅବିନାଶ ପ୍ରଥମ ଭାରତୀୟ ଭାବେ ଷ୍ଟିପଲଚେଜ୍ ଇଭେଣ୍ଟରେ ଏପରି ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ସେ ମାତ୍ର ୫ ସେକେଣ୍ଡ ପାଇଁ ସ୍ୱର୍ଣ୍ଣ ପଦକ ହରାଇଥିଲେ ମଧ୍ୟ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking