29.1 C
Bhubaneswar
Thursday, October 6, 2022
Homeଦେଶ ବିଦେଶତାଇଓ୍ବାନର ପ୍ରମୁଖ ଦ୍ୱୀପରେ ଆକ୍ରମଣ କଲା ଚୀନ ସେନା

ତାଇଓ୍ବାନର ପ୍ରମୁଖ ଦ୍ୱୀପରେ ଆକ୍ରମଣ କଲା ଚୀନ ସେନା

ନୂଆଦିଲ୍ଲୀ : ଚୀନ ଏବଂ ତାଇଓ୍ବାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ସ୍ଥିତି ମଧ୍ୟରେ ସାଂଘାତିକ ଅଭିଯୋଗ ଆଣିଛି ତାଇପେ । ଚୀନ ସେନା ବାରମ୍ବାର ତାଇଓ୍ବାନର ମୁଖ୍ୟ ଟାପୁ ତଥା ପ୍ରମୁଖ ପ୍ରବେଶ ପଥ ମଧ୍ୟରେ ବେଆଇନ ଭାବେ ପ୍ରବେଶ କରୁଛି । ଏପରିକି ଚୀନ ସେନା ଆକ୍ରମଣ କରିଥିବା ମଧ୍ୟ ତାଇଓ୍ବାନ ସାଂଘାତିକ ଅଭିଯୋଗ କରିଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଚୀନର ଫାଇଟର୍ ଜେଟ୍ ଏବଂ ସୈନ୍ୟ ବାହିନୀ ତାଇଓ୍ବାନ ଆଖପାଖ ଅଞ୍ଚଳରେ ଶନିବାର ଯୁଦ୍ଧାଭ୍ୟାସ କରୁଥିବାର ଦେଖିବାକୁ ମିଳିଛି । ଏପରିକି ତାଇଓ୍ବାନ ସୀମା ମଧ୍ୟରେ ପଶି ହରକତ ଜାରି ରଖିଛି ଚୀନ ସେନା । ଆଉ ଉଦ୍ଦେଶ୍ୟ ହେଉଛି ନାକାବନ୍ଦୀ ଏବଂ ଦ୍ବୀପ ଉପରେ ଆକ୍ରମଣ କରିବା । ଏହାକୁ ନେଇ ତାଇପେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବିଶେଷ କରି ଆମେରିକାର ହାଉସ୍ ସ୍ପିକର ନ୍ୟାନ୍ସି ପେଲୋସୀ ତାଇଓ୍ବାନ ଗସ୍ତ କରିବା ପରଠାରୁ ରକ୍ତ ମୁଖା ହୋଇଉଠିଛି ଡ୍ରାଗନ୍ ସେନା ।
କେବଳ ସେତିକି ନୁହେଁ ତାଇଓ୍ବାନ ସୀମା ଭିତରେ ପ୍ରବେଶ କରି ଚୀନ ଫାଇଟର୍ ଜେଟର ପାଇଲଟ ମାନେ ଭିଡିଓ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ଏପରିକି ସମୁଦ୍ର ମଧ୍ୟରେ ବି ଡ୍ରିଲ୍ ଜାରି ରଖିଛି ଚୀନ ନୌସେନା । ଅଗଷ୍ଟ ୧୫ ତାରିଖ ଯାଏଁ ଲାଇଭ୍ ଫାୟାର ଡ୍ରିଲ୍ କରିବାକୁ ଦେଇଛି ଚେତାବନୀ । ଅନ୍ୟପଟେ ତାଇଓ୍ବାନ ମଧ୍ୟ ଚୀନକୁ ଦୃଢ ଜବାବ ଦେବାକୁ ପ୍ରସ୍ତୁତ ଥିବା କହିସାରିଛି । ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ବିବାଦ ଏବେ ଯୁଦ୍ଧ ମୁହାଁ ହୋଇଛି । ତେଣୁ ଯେକୌଣସି ମୁହୁର୍ତ୍ତରେ ଚୀନ ସେନା ତାଇଓ୍ବାନ ଉପରେ ଆକ୍ରମଣ କରିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking