40.1 C
Bhubaneswar
Tuesday, April 30, 2024
Homeଓଡିଶାଛାତ୍ରାବାସ ନଥିଲେ ରହିବା ଲାଗି ବିକଳ୍ପ ବ୍ୟବସ୍ଥା କଲେଜ କରିବ

ଛାତ୍ରାବାସ ନଥିଲେ ରହିବା ଲାଗି ବିକଳ୍ପ ବ୍ୟବସ୍ଥା କଲେଜ କରିବ

ଭୁବନେଶ୍ୱର: ୨୦୨୪-୨୫ଶିକ୍ଷାବର୍ଷ ଲାଗି ଉଭୟ +୨ ଏବଂ +୩ ନାମଲେଖା ପ୍ରକ୍ରିୟା ଆଗକୁ ଆରମ୍ଭ ହେବାକୁ ଯାଉଛି । ତେବେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ । ରାଜ୍ୟରେ ୨୦୬୬ଟି +୨ ଜୁନିୟର କଲେଜ ଏବଂ ୧୦୨୫ଟି ଡିଗ୍ରୀ କଲେଜ ରହିଛି । ସେଥିରୁ +୨ସ୍ତରରେ ୪୭୦ଟି ଘରୋଇ କଲେଜ ଏବଂ +୩ଡିଗ୍ରୀ କଲେଜରେ ୫ଟି ଘରୋଇ କଲେଜରେ ଶିକ୍ଷାଦାନ ବ୍ୟବସ୍ଥା ରହିଛି । ତେବେ ରାଜ୍ୟରେ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ଜୁନିୟକର କଲେଜ ଗୁଡିକ ମଧ୍ୟରୁ ପ୍ରାୟ ୬୦% କଲେଜରେ ଛାତ୍ରବାସ ସୁବିଧା ରହିଥିବା ବେଳେ ଡିଗ୍ରୀକଲେଜ ସ୍ତରରେ ମାତ୍ର ୪୫% କଲେଜରେ ଛାତ୍ରବାସ ବ୍ୟବସ୍ଥା ରହିଛି । ତେଣୁ ଗତ କିଛି ବର୍ଷ ହେବ ନାମଲେଖା ଲାଗି ଦୂରଦୂରାନ୍ତରରୁ ପିଲାମାନେ ଆସୁଥିବାରୁ ଛାତ୍ରାବାସ ବ୍ୟବସ୍ଥା ନଥିବାରୁ ଅନେକ ପିଲା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଉଭୟ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ନିଷ୍ପତ୍ତି ଅନୁସାରେ ଚଳିତବର୍ଷ ନାମଲେଖା ପୂର୍ବରୁ ସମସ୍ତ କଲେଜର ଛାତ୍ରବାସ ବ୍ୟବସ୍ଥା ଏବଂ ଭିତ୍ତିଭୂମିକୁ ଯାଞ୍ଚ କରାଯିବ । ଫଳରେ ଛାତ୍ରଛାତ୍ରୀ ବିଶେଷକରି ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ବେଶ ସହାୟକ ହୋଇପାରିବ ।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୮ଟି ଜିଲ୍ଲାରେ ସର୍ବାଧିକ ରେସିଡେନ୍ସିଆଲ କଲେଜ ରହିଛି । +୨ ଲାଗି ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ଏହି କଲେଜ ପକ୍ଷରୁ ପିଲାଙ୍କୁ ରହିବା ସୁବିଧା ଦିଆଯାଇଥାଏ । ମାତ୍ର ଅନେକ ରେସିଡେନ୍ସିଆଲ କଲେଜର ଭିତ୍ତିିଭୂମି ଅତ୍ୟନ୍ତ ନିମ୍ନମାନର ରହିଥିବା ବେଳେ ଖାଇବା ତଥା ମୌଳିକ ବ୍ୟବସ୍ଥାଗୁହିଡ ଅତ୍ୟନ୍ତ କଦର୍ଯ୍ୟ ବୋଲି ଅଭିଯୋଗ ହେଉଛି । ଏ ଦିଗରେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ତେବେ ଗତ ୫ବର୍ଷ ହେବ ରାଜ୍ୟରେ +୨ରେ ସିଟ୍ ସଂଖ୍ୟା ବୃଦ୍ଧି ପାଇଥିବାରୁ ଅନେକ ଗରୀବ ମେଧାବୀଙ୍କ ସମେତ ମଧ୍ୟବିତ ପରିବାର ପିଲାମାନେ ସରକାରୀ ନଚେତ ଅନୁଦାନ ପ୍ରାପ୍ତ କଲେଜରେ ନାମଲେଖାଇବାର ସୁଯୋଗ ପାଉଛନ୍ତି । ମାତ୍ର ଆବେଦନ ବ୍ୟବସ୍ଥା ଅନଲାଇନ୍ ରେ ହେଉଥିବା ବେଳେ ନାମଲେଖା ପ୍ରକ୍ରିୟା ମଧ୍ୟ ଅନ୍‌ଲାଇନ୍‌ରେ ହେଉଛି । ଫଳରେ ପିଲାମାନେ ଘରଠାରୁ ବହୁ ଦୂରରେ ପଢ଼ିବାର ସୁଯୋଗ ପାଉଛନ୍ତି । ଅନ୍‌ଲାଇନ୍‌ରେ ଅନେକ କଲେଜରେ ଛାତ୍ରବାସ ରହିଥିବା କୁହାଯାଉଥିବା ବେଳେ ପକୃତପକ୍ଷେ ସେଗୁଡିକର ଭିତ୍ତିଭୂମିକୁ ନେଇ ପରେ ପିଲାମାନେ ବାହାରେ ଘରଭଡା ନେଇ ରହୁଛନ୍ତି । ଫଳରେ ଅନେକ ପିଲା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଛାତ୍ରୀମାନେ ମଧ୍ୟ ଅସୁବିଧାରେ ପଡୁଛନ୍ତି । ଅନେକ ପିଲାଙ୍କ ଉପରେ କୌଣସି ଗାଇଡାନ୍ସ ରହୁନଥିବାରୁ ସେମାନେ ମଧ୍ୟ ନିଜ ଲକ୍ଷ୍ୟରୁ ଦୂରେଇ ଯାଉଛନ୍ତି । ରାଜ୍ୟରେ ସରକାରୀ ତଥା ଅନୁଦାନପ୍ରାପ୍ତ କଲେଜ(+୨)ରେ ମୋଟ୍ ଉପରେ ୧.୫ଲକ୍ଷ ପିଲାଙ୍କ ଲାଗି ରହିବା ଲାଗି ଛାତ୍ରାବାସର ବ୍ୟବସ୍ଥା ରହିଥିବା ବେଳେ ପକୃତ ପକ୍ଷେ ଭିତ୍ତିଭୂମି ଅନୁସାରେ ୩୫ହଜାର ପିଲାମାନେ ରହୁଛନ୍ତି । ସେହିପରି ଡିଗ୍ରୀ କଲେଜରେ ମୋଟ୍ ଉପରେ ପ୍ରାୟ ୮୦ହଜାର ପିଲାଙ୍କ ଲାଗି ଛାତ୍ରାବାସ ରହିଥିବା ଉଲ୍ଲେଖ କରାଯାଇଥିବା ବେଳେ ୨୦ହଜାରରୁ କମ୍ ପିଲା ଛାତ୍ରାବାସରେ ରହୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking