32.1 C
Bhubaneswar
Sunday, April 28, 2024
Homeଓଡିଶାଖୁବଶୀଘ୍ର ଖୋଲିବ କଲେଜ

ଖୁବଶୀଘ୍ର ଖୋଲିବ କଲେଜ

ଭୁବନେଶ୍ୱର: କଲେଜ ଖୋଲିବା ନେଇ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି, କଲେଜ ଖୋଲିବା ଲାଗି ବିଚାର ବିମର୍ଶ ଚାଲିଛି । ଖୁବଶୀଘ୍ର ରାଜ୍ୟରେ କଲେଜ ଖୋଲିବ । ସେହିଭଳି  ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ ରାଜ୍ୟରେଥିବା ସମସ୍ତ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ସମସ୍ତ ମେଡିକାଲ କଲେଜ ସମେତ ନର୍ସିଂ, ଫାର୍ମାସି, ଫିଜୋଥୋରପି ତଥା ପାରାମେଡିକାଲ ଅନୁଷ୍ଠାନ ଖୋଲିବା ପାଇଁ ଡିଏମ୍‌ଇଟିଙ୍କୁ ଚିଠି ଲେଖି ଜଣାଇଛନ୍ତି ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର । ତେବେ ଥିଓରି କ୍ଲାସ ଅନଲାଇନରେ ହେବ ।ପ୍ରାକ୍ଟିକାଲ କ୍ଲାସ ପାଇଁ ପିଲାମାନଙ୍କୁ ଗ୍ରୁପରେ ବିଭକ୍ତ କରାଯାଇ କ୍ଲାସ୍‌ ହେବ । ଏଥିପାଇଁ ସ୍ୱତନ୍ତ୍ର ୩ଟି ବ୍ୟାଚ୍ କରାଯିବ । କୋଭିଡର ୨ଟିଯାକ ଟିକା ନେଇଥିବା, ଗୋଟିଏ ଡୋଜ ଟୀକା ନେଇଥିବା ଏବଂ ଆଦୌଂ ଟିକା ନେଇଥିବା ଛାତ୍ରଛାତ୍ରୀଙ୍କୁ ଅଲଗା ଅଲଗା ବ୍ୟାଚରେ ରଖାଯିବ । ଛାତ୍ରଛାତ୍ରୀଙ୍କୁ କଲେଜ ପ୍ରବେଶ କରିବା ପାଇଁ ଅଭିଭାବକଙ୍କ ଅନୁମତି ବାଧ୍ୟତାମୂଳକ । କ୍ୟାମ୍ପସରେ କୋଭିଡ ଗାଇଡଲାଇନ ମାନିବା ବାଧ୍ୟତାମୂଳକ ରହିଛି । ଯେପରି ମାସ୍କ, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା । ଚିଠିରେ ସ୍କ୍ରିନିଂ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking