26.1 C
Bhubaneswar
Friday, March 29, 2024
Homeଓଡିଶା୧୧ରୁ ମାଟ୍ରିକ ଖାତାଦେଖା

୧୧ରୁ ମାଟ୍ରିକ ଖାତାଦେଖା

ଭୁବନେଶ୍ୱର: ଅଫଲାଇନରେ ଚାଲିଥିବା ମାଟ୍ରିକ ପରୀକ୍ଷା ଖାତା ଦେଖା ଅଗଷ୍ଟ ୧୧ରୁ ଆରମ୍ଭ ହେବ । ମାଟ୍ରିକ ଖାତା ଦେଖା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ମିଳିଛି । ଅଗଷ୍ଟ ୧୧ରୁ ଆରମ୍ଭ ହୋଇ ୩ ଦିନରେ ଖାତା ଦେଖା ସରିବ । ୭ ଜିଲ୍ଲାରେ ୧୫ଶହ ପରୀକ୍ଷକ ଖାତା ଦେଖିବେ । ଖାତାଦେଖା ବେଳେ ସାମାଜିକ ଦୂରତା ବଜାୟ ରହିବ । ସେଥିପାଇଁ ୧୦ରୁ ରିପୋର୍ଟିଂ ନିର୍ଦ୍ଦେଶ ରହିଛି ।

ସୂଚନାଯୋଗ୍ୟ , ୫୦୪ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିବା ମାଟ୍ରିକ ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆବେଦନ କରିଥିଲେ । ହାଇସ୍କୁଲ ସାର୍ଟିଫିକେଟରେ ୨୭୮ କେନ୍ଦ୍ରରେ ୬୫୯୭ଜଣ, ରାଜ୍ୟ ଓପନ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାରେ ୨୨୨ କେନ୍ଦ୍ରରେ ୮୪୯୩ଜଣ ଏବଂ ମଧ୍ୟମାରେ ୪ଟି କେନ୍ଦ୍ରରେ ୬୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ଦିନ ୧୦ଟାରୁ ୧୨ ପର୍ଯ୍ୟନ୍ତ ଚାଲିବ। ପାର୍ଟ-୧ରେ ଅବଜେକ୍ଟିଭ୍ ଓ ପାର୍ଟ-୨ରେ ସବ୍‌ଜେକ୍ଟିଭ୍‌ ପରୀକ୍ଷା ହେବ। ପରୀକ୍ଷାର୍ଥୀମାନେ ପ୍ରତି ବିଷୟରେ ମୋଟ ୮୦ ନମ୍ବରର ପରୀକ୍ଷା ‌ଦେବେ । ପାର୍ଟ-୧ରେ ୫୦ ନମ୍ବର ଓ ପାର୍ଟ-୨ରେ ୩୦ ନମ୍ବରର ପରୀକ୍ଷା ହେବ। ପ୍ରତି ପାର୍ଟ ଘଣ୍ଟାଏ ଲେଖାଏ କରାଯିବ। ତେବେ ଗଣିତ ପରୀକ୍ଷା ମୋଟ ୨ଘଣ୍ଟା ୧୫ ମିନିଟ୍‌ ଧରି ଚାଲିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking