30.1 C
Bhubaneswar
Thursday, May 9, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସବୁ ନାଗରିକଙ୍କୁ ମିଳିବ ମାଗଣା ଟିକା

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସବୁ ନାଗରିକଙ୍କୁ ମିଳିବ ମାଗଣା ଟିକା

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାତି ୮ଟାରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ ସାରା ଦେଶ ଆଜି ଏକ କଠିନ ପରିସ୍ଥିିତି ଦେଇ ଗତି କରୁଛି, ଗତବର୍ଷ ଠାରୁ ଏବର୍ଷର ସ୍ଥିତି ଆହୁରି ଭୟଙ୍କର। ପରିସ୍ଥିତିର ଭୟାବହତାକୁ ବୁଝିବା ଲାଗି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କୋଭିଡ୍ ଗାଇଡ୍ ଲାଇନ୍‌କୁ ମାନିବା ଲାଗି ଅନୁରୋଧ ନବୀନ କରିଛନ୍ତି। ମୁଁ ଲକ୍ଡାଉନ୍ ସପକ୍ଷରେ ନୁହେଁ।

ସାରା ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ଦେଶ ଆଜି ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି । ଗତବର୍ଷଠାରୁ ଏବର୍ଷର ସ୍ଥିତି ଆହୁରି ଭୟଙ୍କର ରହିଛି । ପରିସ୍ଥିତି ଭୟାବହତାକୁ ବୁଝିବା ଲାଗି ରାଜ୍ୟବାସୀଙ୍କୁ ନବୀନ ଆହ୍ୱାନ ଦେଇଛନ୍ତି ।

ଏହି ଘୋଷଣା ପୂର୍ବରୁ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବଡ ଘୋଷଣା କରି କହିଛନ୍ତି ଯେ, ରାଜ୍ୟ ମାଗଣା ଟିକା ଘୋଷଣା କରିଛନ୍ତି।  ‘ରାଜ୍ୟର ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ କରୋନା ଟିକା ମିଳିବ । ଏବାବଦରେ ରାଜକୋଷରୁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।’

କରୋନା ଟିକା କୋଭାକ୍ସିନ୍‌ର ଦର ନିର୍ମାତା କଂପାନୀ ଭାରତ ବାୟୋଟେକ୍। କୋଭାକ୍ସିନ୍ ଟିକାର ଡୋଜ୍ ପିଛା ଦର ରାଜ୍ୟ ସରକାରଙ୍କ ପାଇଁ ୬ ଶହ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୧୨ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିସହ ବିଦେଶ ରପ୍ତାନୀ ପାଇଁ ଡୋଜ୍ ପିଛା ଦର ୧୫ରୁ ୨୦ ଡଲାର୍ ରଖିଛି ଭାରତ ବାୟୋଟେକ୍। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଏହା କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ ଯୋଗାଇ ଆସୁଥିଲା କୋଭାକ୍ସିନ୍।

ଦେଶର ଅଧିକାଂଶ ରାଜ୍ୟରେ ଅକ୍ସିଜେନ ସଙ୍କଟ ଏବଂ କୋଭିଡ ମାମଲା ବୃଦ୍ଧି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ବେଳେ ଓଡିଶାରେ ସ୍ଥିତି ଏବେ ବି ଆୟତରେ । ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁଁ ରାଜ୍ୟରେ ସଂକ୍ରମଣକୁ ରୋକାଯାଇପାରିଛି । ଅଧିକ ଟେଷ୍ଟ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ନିୟନ୍ତ୍ରଣରେ ରହିଛି କରୋନା ।

କରୋନାର ଟ୍ରିପଲ ମ୍ୟୁଣ୍ଟାଟକୁ ସୀମାରେ ହି ଚେକ ଦେଇଛନ୍ତି ସରକାର । ଫଳରେ ଏବେ ସୁଦ୍ଧା ରାଜ୍ୟରେ ଗୋଟିଏ ବି ଟ୍ରିପଲ ମ୍ୟୁଟାଣ୍ଟ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଅନ୍ୟପଟେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଦୁଇ ଜିନିଆ ସଟଡାଉନ ମଧ୍ୟ ଜାରି କରିଛନ୍ତି ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking