39.1 C
Bhubaneswar
Friday, April 26, 2024
Homeଓଡିଶାନୀଳାଚଳଶ୍ରମିକ ସଂଗଠନ ର କର ବା ମର ଆନ୍ଦୋଳନ 5ଦିନ ରେ ପଂହଁଚିଲା

ନୀଳାଚଳଶ୍ରମିକ ସଂଗଠନ ର କର ବା ମର ଆନ୍ଦୋଳନ 5ଦିନ ରେ ପଂହଁଚିଲା

ଯାଜପୁର (ଓଏନଏ) : କରୋନା ମହାମାରୀ ସମୟ ରେ ଦରମା ଦାବିରେ ନୀଳାଚଳ କର୍ମଚାରୀଙ୍କ ଦିବା ରାତ୍ର ଧାରଣା ପଞ୍ଚମ ଦିନରେ ପଂହଁଚିଛି । ପାଞ୍ଚ ଦିନ ଧରି ନୀଳାଚଳ ରେଲୱେ ଟ୍ରାକରେ ଅଟକି ରହିଛି ଲୋଡିଙ୍ଗ ରେକ ।ନୀଳାଚଳ ମ୍ୟାନେଜମେଣ୍ଟ କିମ୍ବା ମୁଖ୍ୟ ଅଂଶୀଦାର ଏମ ଏମ ଟିସି ତରଫରୁ କେହି ଧାରଣା ସ୍ଥଳକୁ ଆସି ନାହାନ୍ତି । କର୍ମଚାରୀ ପ୍ରତିନିଧିମାନେ କଷ୍ଟ ସହି ଖରା କାକରରେ ଦିନ ରାତି ପଡି ରହିଛନ୍ତି । ଦରମା ନଦେବା ପର୍ଯ୍ୟନ୍ତ ନୀଳାଚଳ ରେଲୱେ ଟ୍ରାକ ଉପରେ ଧାରଣା ଜାରି ରହିବ ବୋଲି କର୍ମଚାରୀମାନେ ଅଡ଼ି ବସିଛନ୍ତି ।ଏହି ଧାରଣାରେ ନିର୍ବାହୀ ସଂଘ ,ସମସ୍ତ ୟୁନିୟନ ଏବଂ ମିଳିତ ମଞ୍ଚ କର୍ମକର୍ତ୍ତାମାନେ ସାମିଲ ହୋଇଛନ୍ତି ।ଏହି ଧାରଣା ଚାଲିଥିବା ସମୟ ରେ ଅନ୍ଧୋଲନ କାରୀଙ୍କ ଅଘଟଣ ଘଟେ ସେଥି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦାଇ ରହିବେ ବୋଲି ମିଳିତ ମଞ୍ଜ ପକ୍ଷରୁ ସୂଚାଇ ଦିଆ ଯାଇଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking