33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଚୁଲିପୂଜା

ଚୁଲିପୂଜା

ଉଦଳା : ଭାରତୀୟ ପରମ୍ପରାରେ ଵାର ମାସରେ ତେର ପର୍ବ ।  ଏଠାରେ ପାହାଡ,ପର୍ଵତ,ନଦୀ,ସମୁଦ୍ର, ଵୃକ୍ଷ, ଲତା,ଗାଈ ଵଳଦ,ରଥ,ପଥ ସମସ୍ତେ ଦେଵତା । ଏଠାରେ ସମସ୍ତ ଙ୍କୁ ପୂଜା କରିଵାର ପରମ୍ପରା ରହିଛି । ସେଥି ମଧ୍ୟରୁ ଚୂଲି ପୂଜା ଅନ୍ୟତମ ।
ଚୂଲି କହିଲେ ଆଜିକାଲିର ଲୋକେ ସହଜରେ ଵୁଝି ପାରିଵେ ନାହିଁ । ଆଜି ଆଧୁନିକ ଯୁଗରେ ଗ୍ୟାସ ଚୁଲା,ବିଦ୍ୟୁତ ଚୂଲା ର ବ୍ୟାପକ ବ୍ୟବହାର ଯୋଗୁଁ ଲୋକମାନେ ଚୂଲିର ବ୍ୟବହାର କରୁ ନାହାନ୍ତି । ଆମର ପୂର୍ବ ପୁରୁଷ ଏହି ଚୂଲି ସାହାର୍ଯ୍ୟରେ ରୋଷେଇ କରୁଥିଲେ ।  ଏଵେ ମଧ୍ୟ ଗାଁ ମାନଙ୍କରେ ଚୂଲି ରୋଷେଇ ଦେଖିଵାକୁ ମିଳେ । ଏହି ଚୂଲି ରୋଷେଇ ରେ ଖାଦ୍ଯ ସ୍ଵାଦିଷ୍ଟ ହୋଇଥାଏ ।

ଆଜି ପଵିତ୍ର ଵାମନ ଜନ୍ମ । ସୁନିଆ, କାଳୀୟ ଦଳନ ଏକାଦଶୀ । ଆଜିର ଦିନରେ ଓଡ଼ିଶାର ଗାଁ ଗହଳିରେ ଚୂଲି ପୂଜା ବା ଅରାନ୍ଧିଆ ପର୍ଵ ପାଳିତ ହୁଏ । ପୂରାଣ ଵର୍ଣ୍ଣିତ ଆଜିର ଦିନରେ ଭଗଵାନ ଶ୍ରୀ କୃଷ୍ଣ କାଳିୟ ହ୍ରଦରେ କାଳୀନାଗକୁ ଦଳନ କରିଥିଲେ । ତାକୁ ଦେଖିଵା ପାଇଁ ଗୋପ ଓ ମଥୁରାରୁ ଲକ୍ଷ ଲକ୍ଷ ଲୋକ ଯାଇଥିଲେ । ଯେଉଁ ମାନେ ରୋ ଷେଇ ନ କରି ଯାଇଥିଲେ, ସେମାନଙ୍କୁ ଗୋପ ପୁରିଆ କୁହାଯାଏ । ଆଉ ଯେଉଁ ମାନେ ରୋଷେଇ ସାରି ଯାଇଥିଲେ ସେ ମାନଙ୍କୁ ମଥୁରା ପୁରିଆ କୁହାଯାଏ । ଆଜିର ଦିନରେ ମଧ୍ୟ ଏହି ଉତ୍ସବ କୁ ଦୁଇ ପ୍ରକାର ପାଳନ କରାଯାଏ । କିଛିଲୋକ ରୋଷେଇ ନକରି ଚୂଲି ପୂଜା କରୁଥିବା ଵେଳେ ଆଉକିଛି ଲୋକ ରୋଷେଇ ପରେ ପୂଜା କରନ୍ତି  ଯେଉଁ ଫୁଲ ସାଧାରଣ ଠାକୁର ପୂଜାରେ ଲାଗେ ଏହି ପୂଜା ରେ ତାହା ଲାଗେନାହିଁ, କିଛି ଅପୂଜା ଫୁଲ ଯଥା କଇଁ, କାକୁଡି, କଖାରୁଫୁଲରେ ଏହିପୂଜା
ହୋଇଥାଏ ।
ଓଡିଶା ଏକ ଧର୍ମ ନିରପେକ୍ଷ ରାଜ୍ୟ । ଏଠାରେ ସମସ୍ତ ଙ୍କୁ ସମ୍ମାନ କରାଯାଇ ଦେଵତୁଲ୍ୟ ମାନିବାର ପରମ୍ପରା ଆଵାହମାନ କାଳରୁ ପ୍ରଚଳିତ ହୋଇଆସୁଛି ।  ଯିଏ ଆମକାମରେ ଆସନ୍ତି । ତାଙ୍କୁ ବର୍ଷ ରେ ଗୋଟିଏ ଦିନ ଵିଶ୍ରାମ ଦିଆଯାଇ ପୂଜା କରାଯାଏ । ଏପରିକି ଗୈଣି,ପାଛିଆ, କୁଲା,ହଳ,ଲଙ୍ଗଳ ସମସ୍ତ ଙ୍କୁ ପୂଜାର୍ଚ୍ଚନା କରାଯାଏ । ଵିଷେଶ କରି ମା”ମାନେ ସଵୁଦିନ ରୋଷେଇ କରିଥାନ୍ତି । ଆଜି ଦିନରେ ରୋଷେଇ ହେଉଥିବା ଚୂଲିକୁ ପୂଜା କରିଵା ଦ୍ଵାରା ମା ମାନେ ଵିଶ୍ରାମ ପାଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking