28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗବନ୍ୟା ପାଇଁ ଏହି ଜିଲ୍ଲାରେ କୋହଳ ହେବ ସପ୍ତାହନ୍ତ କଟକଣା, ଜାଣନ୍ତୁ କେଉଁ ଜିଲ୍ଲା

ବନ୍ୟା ପାଇଁ ଏହି ଜିଲ୍ଲାରେ କୋହଳ ହେବ ସପ୍ତାହନ୍ତ କଟକଣା, ଜାଣନ୍ତୁ କେଉଁ ଜିଲ୍ଲା

ନୂଆଦିଲ୍ଲୀ : ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ କରୋନା ମୁକାବିଲା କରିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।ଏହାସହ କେତେକ ଜିଲ୍ଲାରେ ସପ୍ତାହର ଶେଷ ଦୁଇ ଦିନ ଶନିବାର ଓ ରବିବାର ସଟଡାଉନ ଲାଗୁ କରାଯାଇଛି । ଏହାରି ମଧ୍ୟରେ ଲଗାଣ ବର୍ଷା ଯୋଗୁଁ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ାରେ ସପ୍ତାହନ୍ତ ସଟଡାଉନ କଟକଣାକୁ କୋହଳ କରାଯାଇଛି । କଟକଣା କୋହଳ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking