30.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶରାଜଧାନୀ ରାସ୍ତାରେ ଛାତିଥରା ଘଟଣା : ହିଟ୍‌ ଆଣ୍ଡ ରନରେ ଶ୍ରମିକ ମୃତ

ରାଜଧାନୀ ରାସ୍ତାରେ ଛାତିଥରା ଘଟଣା : ହିଟ୍‌ ଆଣ୍ଡ ରନରେ ଶ୍ରମିକ ମୃତ

ନୂଆଦିଲ୍ଲୀ: ରାଜଧାନୀ ଭୁବନେଶ୍ୱରରେ ହିଟ୍‌ ଆଣ୍ଡ ରନ୍‌ । ରାସ୍ତା କଡ଼ରେ ଶୋଇଥିବା ସମୟରେ ଚାଲିଗଲା ଶ୍ରମିକଙ୍କ ଜୀବନ । ରାଜମହଲ ଛକ ଫୁଟ୍‌ପାଥ୍‌ରେ ଶୋଇଥିବା ବେଳେ ଜଣକ ଉପରେ ଚଢ଼ି ପଳାଇଛି ଏକ କାର୍‌ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ଏବେ ବି ଫୁଟପାଥରେ ଗାଡି ଚଢାଇ ଦେବାର ଚକା ଦାଗ ରହିଛି ।

ଫୁଟପାଥରେ ଜଣେ ଶ୍ରମିକ ଶୋଇଥିବା ବେଳେ ତାଙ୍କ ଉପରେ ଗାଡି ଚଢାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର । ତେବେ ମୃତ ଶ୍ରମିକଙ୍କ ପରିଚୟ ମିଳିପାରିନି । ପରିଚୟ ପାଇଁ ମୃତକଙ୍କ ଫଟୋକୁ ସାର୍ବଜନୀନ କରିଛି ପୋଲିସ । ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇଛି ପୋଲିସ।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗତକାଲି ରାତିରେ ମୃତକ ଫୁଟପାଥରେ ଶୋଇଥିଲେ । ହେଲେ ରାତି ପାଖାପାଖି ୧.୪୦ରେ ଏକ ନାଲି ରଙ୍ଗର ଗାଡ଼ି ଆସି ଶୋଇଥିବା ଶ୍ରମିକଙ୍କୁ ଘୋଷାଡ଼ି ନେଇଥିଲା । ମୃତ ଶ୍ରମିକଙ୍କ ସହ ଆଖପାଖରେ ମଧ୍ୟ ଶୋଇଥିଲେ ଶ୍ରମିକ। ହେଲେ ସେମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking