33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଭାରତ-ବାଂଲାଦେଶ ସୀମା ନିକଟରୁ ଚୀନ୍ ନାଗରିକ ଅଟକ

ଭାରତ-ବାଂଲାଦେଶ ସୀମା ନିକଟରୁ ଚୀନ୍ ନାଗରିକ ଅଟକ

ନୂଆଦିଲ୍ଲୀ : ଗୁରୁବାର ଭାରତ-ବାଂଲାଦେଶ ସୀମା ନିକଟରେ ବିଏସ୍‌ଏଫ୍‌ର ଯବାନମାନେ ଚୀନ୍‌ର ଜଣେ ୩୫ବର୍ଷୀୟ ନାଗରିକଙ୍କୁ ଠାବକରି ଅଟକ ରଖିଛନ୍ତି । ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏହି ଚୀନ୍ ନାଗରିକଙ୍କୁ ସୀମା ସନ୍ନିକଟ ପଶ୍ଚିମବଙ୍ଗର ମାଲଦା ଜିଲ୍ଲା ଠାରେ ସନ୍ଦିଗ୍ଧ କାର୍ଯ୍ୟକଳାପ ନେଇ ଅଟକ ରଖାଯାଇଛି । ତାଙ୍କ ନିକଟରୁ ଏକ ଲାପ୍‌ଟପ୍ ଓ ଏକ ପାସ୍‌ପୋର୍ଟ ଜବତ ହୋଇଛି । ବିଏସ୍‌ଏଫ୍ ପକ୍ଷରୁ ଏକ ବିବୃତିରୁ କୁହାଯାଇଛି, ଏବେ ଏହି ଚୀନ୍ ନାଗରିକଙ୍କୁ ଜେରା କରାଯାଉଛି । ତେବେ ତାଙ୍କର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବିଏସ୍‌ଏଫ୍‌ର ବରିଷ୍ଠ ଅଧିକାରୀମାନେ ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ବିଶେଷ କିଛି ପ୍ରକାଶ କରିବାକୁ କୁଣ୍ଠା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ଜେରା ସରିବା ପରେ କୌଣସି ବିଧିବଦ୍ଧ ତଥ୍ୟ ମିଳିଲେ ତାହା ଜଣାଇ ଦିଆଯିବ । ଚୀନ୍ ନାଗରିକଙ୍କୁ ଧରାଯିବା ପରେ ପରେ ସ୍ୱରାଷ୍ଟ୍ର ବ୍ୟାପାର ଓ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ତୁରନ୍ତ ଅବଗତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking