29.1 C
Bhubaneswar
Saturday, April 20, 2024
Homeଓଡିଶାଦାରିଦ୍ର‌୍ୟତାର ବିକଳ ଚିତ୍ର , ବୃଦ୍ଧା ମା’କୁ ନଦୀପଠାରେ ଛାଡ଼ିଲେ ୨ ପୁଅ

ଦାରିଦ୍ର‌୍ୟତାର ବିକଳ ଚିତ୍ର , ବୃଦ୍ଧା ମା’କୁ ନଦୀପଠାରେ ଛାଡ଼ିଲେ ୨ ପୁଅ

ଭଞ୍ଜନଗର :  ଦାରିଦ୍ର‌୍ୟତାର ବିକଳ ଚିତ୍ର କେତେ ଭୟଙ୍କର ଆଜି ତାହା ଭଞ୍ଜନଗରରେ ଦେଖିବାକୁ ମିଳିଛି । ଜଣେ ୮୫ବର୍ଷର ବୃଦ୍ଧା ମା’କୁ ଭିନ୍ନକ୍ଷମ ୨ ପୁଅ ଅନ୍ୟଉପାୟ ନପାଇ ଶେଷରେ ନଦୀ ପଠାରେ ଛାଡିଦେଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକ ଦ୍ୱାରା ଧରାପଡ଼ିଥିଲେ । ପୁଲିସ ସୂଚନା ପାଇ ଦୁଇ ପୁଅକୁ ଅଟକ ରଖିବା ସହ ସଂପୃକ୍ତ ବୃଦ୍ଧାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳଳୟରେ ଭର୍ତ୍ତି କରିଛି । ସୂଚନା ପ୍ରକାରେ, ବ୍ରହ୍ମପୁର ସହର ନିକଟ ଗୋଳନ୍ଥରା ଗ୍ରାମର ୮୫ବର୍ଷର ବୃଦ୍ଧା ବିଜୟା ପଟ୍ଟନାୟକଙ୍କୁ ତାଙ୍କର ଦୁଇ ଭିନ୍ନକ୍ଷମ ପୁଅ ରବିନ୍ଦ୍ରନାଥ ଓ ରମେଶ ଗତ ୫ବର୍ଷ ପୂର୍ବେ ନିଜ ଭଉଣୀଘର ଜଗନ୍ନାଥପ୍ରସାଦରେ ଛାଡି ଦେଇ କାମଧନ୍ଦା ଅନ୍ୱେଷଣରେ କୋଲକାତା ଚାଲିଯାଇଥିଲେ ।

କିଛି ଦିନ ହେଲା ଉଭୟେ କୋଲକାତାରୁ ଫେରି ଭଉଣୀ ଘରେ ଆଶ୍ରୟ ନେଇଥିଲେ । ତେବେ ବିଧବା ଭଉଣୀର ସେଭଳି ଆର୍ଥିକ ସ୍ୱଚ୍ଛତା ନଥିବା କାରଣରୁ ବାଧ୍ୟ ହୋଇ ମା’କୁ ନେଇ ଉଭୟ ଭାଇଙ୍କୁ ଘରୁ ଚାଲିଯିବାକୁ କହିଥିଲା । ଏଥିନେଇ ପାଟିତୁଣ୍ଡ ହେବାପରେ ଶେଷରେ ଦୁଇ ଭାଇ ରବିନ୍ଦ୍ର ଓ ରମେଶ ମା’ ବିଜୟାକୁ ନେଇ ସେଠାରୁ କୌଣସି ମତେ ଭଞ୍ଜନଗର ଆସିବାପରେ ବାଇପାସ ରୋଡରେ ଲୋହରାଖଣ୍ଡି ବ୍ରିଜ ତଳକୁ ବୃଦ୍ଧା ମାଆଙ୍କୁ ଟାଣି ଟାଣି ନେଇଥିଲେ । ଦୂରରୁ ଏଭଳି ଘଟଣା କିଛି ସ୍ଥାନୀୟ ଲୋକ ଦେଖିବାପରେ ହୁଏତ ଦୁହେଁ ଶବ ଧରି ନଦୀପଠାକୁ ଯାଉଥିବା ଭାବି ଲକ୍ଷ୍ୟ କରିଥିଲେ ।

ତେବେ ବୃଦ୍ଧାଙ୍କୁ ନଦୀ ପଠାରେ ଶୁଆଇ ଉଭୟ ଭାଇ ଘଟଣାସ୍ଥଳରୁ ଖସୁଥିବା ବେଳେ ଲୋକମାନେ ବୃଦ୍ଧା ବଞ୍ଚିଥିବା ଦେଖି ଚିତ୍କାର  କରି ଉଭୟଙ୍କୁ ଧରିଥିଲେ । ଦୁଇ ଭାଇଙ୍କ ଆଖିକୁ ଦେଖାଯାଉନଥିବାରୁ ଏମାନେ ମଧ୍ୟ ଘଟଣାସ୍ଥଳରୁ ଖସି ପାରିନଥିଲେ । ପରେ ଲୋକମାନେ ଉଭୟଙ୍କୁ ଧରି ପୁଲିସରେ ସୂଚନା ଦେଇଥିଲେ । ପୁଲିସ ବୃଦ୍ଧାଙ୍କୁ ଉଦ୍ଧାର କରିବାସହ ମେଡିକାଲରେ ଭର୍ତ୍ତିର୍ି କରିଥିଲେ । ବୃଦ୍ଧାଙ୍କ ୨ ପୁଅକୁ ଥାନାରେ ଅଟକ ରଖାଯିବାସହ ଜଗନ୍ନାଥପ୍ରସାଦରେ ଥିବା ତାଙ୍କ ଭଉଣୀକୁ ଡାକିଛି ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking