28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପୁଣି ଚୀନର ଦାଦାଗିରି, ଭାରତ ସୀମାଭିତରୁ କରିନେଲା ଅପହରଣ

ପୁଣି ଚୀନର ଦାଦାଗିରି, ଭାରତ ସୀମାଭିତରୁ କରିନେଲା ଅପହରଣ

ନୂଆଦିଲ୍ଲୀ : ପୁଣି ଚୀନର ଦାଦାଗିରି । ଅରୁଣାଚଳ ପ୍ରଦେଶ ସୀମାରୁ ଜଣେ କିଶୋରଙ୍କୁ ଅପହରଣ କରିଛି ଚୀନ ସେନା । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଇଷ୍ଟ ଅରୁଣାଚଳ ପ୍ରଦେଶ ସାଂସଦ ତାପିର ଗାଓ । ବୁଧବାର ଚୀନର ପିପୁଲସ ଲିବରେସନ ଆର୍ମି ପକ୍ଷରୁ ଅରୁଣାଚଳ ପ୍ରଦେଶର ଦୁଇଜଣଙ୍କୁ ବଳପୂର୍ବକ ଅପହରଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଖସି ଆସିଥିବା ବେଳେ ଆଉ ଜଣେ ତାଙ୍କ କବଳରେ ରହିଛନ୍ତି । ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ସାଂସଦ ତାପିର ଗାଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଗତବର୍ଷ ଅରୁଣାଚଳ ପ୍ରଦେଶର ସୁବନସିରି ଜିଲ୍ଲାରୁ ୫ଜଣଙ୍କୁ ପିଏଲଏ ପକ୍ଷରୁ ଅପହରଣ କରାଯାଇଥିଲା । ଏନେଇ ଭାରତ ପକ୍ଷରୁ କଡା ପ୍ରତିବାଦ ପରେ ସପ୍ତାହକ ପରେ ୫ ଅପହୃତଙ୍କୁ ଚୀନ ମୁକ୍ତ କରିଥିଲା । ଅନ୍ୟପଟେ ବିସ୍ତାରବାଦୀ ଚାଇନାର ଆଉ ଏକ ଚାଲ ମଧ୍ୟ ସାମ୍ନାକୁ ଆସିଛି । ଚାଇନା ପକ୍ଷରୁ ବିବାଦୀୟ ପାଙ୍ଗୋଙ୍ଗ ହ୍ରଦରେ ବେଆଇନ ଭାବେ ବ୍ରିଜ୍ କାମ ଜୋରସୋରରେ ଚାଲିଛି । ଏବେ ପ୍ରବଳ ତୁଷାର ପାତ ହେଉଛି । ଏହି ତୁଷାର ପାତ ବନ୍ଦ ହେବା ପୂର୍ବରୁ ହିଁ ବ୍ରିଜ୍ କାମ ଶେଷ କରି ଚାଇନା ପଡ଼ୋଶୀ ଭାରତକୁ ଚେକ୍ ଦେବାକୁ ଚାହୁଁଥିବା ନୂଆ ସ୍ୟାଟେଲାଇଟ ଛବିରୁ ତଥ୍ୟ ସାମ୍ନାକୁ ଆସିଛି । ଚୀନ୍ ପାଙ୍ଗୋଙ୍ଗରେ ନିର୍ମାଣ କରୁଥିବା ବ୍ରିଜ୍‌ର ଲମ୍ବ ୪୦୦ ମିଟର ଓ ଚଉଡ଼ା ୮ ମିଟର । ପାଙ୍ଗୋଙ୍ଗର ଉତ୍ତର ଉପକୂଳରେ ଥିବା ଗୋଟିଏ ଚାଇନିଜ୍ ଆର୍ମି ଫିଲ୍ଡର ଦକ୍ଷିଣ ଭାଗରେ ଏହି ବ୍ରିଜ୍‌ଟି ରହିଛି । ୨୦୨୦ ମସିହାରେ ଭାରତ ଓ ଚାଇନା ମଧ୍ୟରେ ଯେତେବେଳେ ବିବାଦ ହୋଇଥିଲା ଏଠାରେ ବେଜିଂର ହସ୍ପିଟାଲ ଓ ଯବାନଙ୍କ ରହିବା ପାଇଁ ବିଭିନ୍ନ ନିର୍ମାଣ କାମ କରାଯାଇଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking