26.1 C
Bhubaneswar
Wednesday, May 25, 2022
Homeକରୋନାଆମେ ଟିକା ନେବୁନି’... କିଏ ଦୌଡ଼ି ପଳାଇଲେ ତ ଆଉ କିଏ ଗଛରେ ଚଢ଼ିଗଲେ...

ଆମେ ଟିକା ନେବୁନି’… କିଏ ଦୌଡ଼ି ପଳାଇଲେ ତ ଆଉ କିଏ ଗଛରେ ଚଢ଼ିଗଲେ…

ଲକ୍ଷ୍ନୌ: ଦେଶରେ କରୋନାର ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍ କରିଥିବା ବେଳେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ହେଲେ କିଛି ଲୋକ ଟିକା ନେବାକୁ ଭୟ କରୁଥିବା ଦେଖିବାକୁ ମିଳିଛି । ଟିକା ନନେବା ପାଇଁ କିଏ ଦୌଡ଼ି ପଳାଉଛନ୍ତି ତ ଆଉ କିଏ ଗଛ ଉପରେ ଚଢ଼ି ଯାଉଛନ୍ତି । ଏପରି କିଛି ଦୃଶ୍ୟ ଉତ୍ତରପ୍ରଦେଶ ଓ ବିହାରରେ ଦେଖିବାକୁ ମିଳିଛି । ଏପରିକି ଜଣେ ଡଙ୍ଗା ଚାଳକ ଟିକା ନନେବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଯୁକ୍ତିତର୍କ କରୁଥିବା ମଧ୍ୟ ନଜର ଆସିଛି । ଉତ୍ତରପ୍ରଦେଶ ବଲିଆରେ ଟିକା ଦେବାକୁ ଯାଇଥିବା ସ୍ୱାସ୍ଥ୍ୟକର୍ମୀ ହଟହଟା ହୋଇଥିବା ନଜର ଆସିଛି । ଡଙ୍ଗା ଧରି ଲୋକଙ୍କୁ ନଦୀ ପାର୍ କରୁଥିବା ନାଉରିଆ ଟିକା ନେବାକୁ ଅମଙ୍ଗ ହୋଇଥିଲେ । ଟିକା ନେବା ପାଇଁ ଯେତେ ବୁଝାଇଲେ ବି ଡଙ୍ଗା ଚାଳକ ଜଣକ କିଛି ଶୁଣି ନଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ଟିକାକରଣ ପାଇଁ ଯାଇଥିବା ଅଧିକାରୀଙ୍କୁ ନାଉରିଆ ଜଣକ ଆକ୍ରମଣ କରିବାକୁ ମଧ୍ୟ ପଛାଇଲେ ନାହିଁ । ଏହାପରେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ । ବୁଝାଶୁଝା କରାଯିବା ପରେ ଶେଷରେ ସେ ଟିକା ନେବାକୁ ରାଜି ହୋଇଥିଲେ । ବିହାରରେ ବି ପ୍ରାୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ବିହାର ରିଓତିରେ ଟିକା ଦେବାକୁ ଯାଇଥିବା ଅଧିକାରୀଙ୍କୁ ଦେଖି ଗଛ ଉପରକୁ ଜଣେ ଯୁବକ ଚଢ଼ି ଯାଇଥିଲେ । ଟିକା ନେବା ପାଇଁ ତାଙ୍କୁ ଯେତେ ବୁଝାଶୁଝା କରାଯାଇଥିଲେ ମଧ୍ୟ ସେ ତଳକୁ ଆସିନଥିଲେ । ଖବରପାଇ ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚି ଯୁବକଙ୍କୁ ଗଛରୁ ତଳକୁ ଓହ୍ଲାଇବାରେ ସଫଳ ହୋଇଥିଲେ । ବୁଝାଶୁଝା ପରେ ଯୁବକ ଜଣକ ଟିକା ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking