38.1 C
Bhubaneswar
Friday, April 26, 2024
Homeଓଡିଶାପିଲାଙ୍କ ଠାରେ କୋଭାକ୍ସିନ୍‌ର ପରୀକ୍ଷଣ ପାଇଁ ମିଳିଲା ଅନୁମତି

ପିଲାଙ୍କ ଠାରେ କୋଭାକ୍ସିନ୍‌ର ପରୀକ୍ଷଣ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ : ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍‌) ସହଯୋଗରେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା କୋଭାକ୍ସିନ୍‌ର ୨ରୁ ୧୮ବର୍ଷ ବୟସର ପିଲାମାନଙ୍କ ଠାରେ ପ୍ରଥମଥର ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଏହି ବୟସର ପିଲାଙ୍କ ଠାରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ । ଏକ ବିଶେଷଜ୍ଞ କମିଟି ଏଥିପାଇଁ ସୁପାରିସ କରିଛି । ଏମ୍‌ସ ଦିଲ୍ଲୀ, ଏମ୍‌ସ ପାଟନା ଓ ମେଦାନ୍ତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ, ନାଗପୁର ସମେତ ବିଭିନ୍ନ ସ୍ଥାନରେ ପରୀକ୍ଷା କରାଯିବ । ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ(ସିଡିଏସ୍‌ସିଓ)ର ଏକ ବିଶେଷଜ୍ଞ କମିଟି ଭାରତ ବାୟୋଟେକର ଏହି ଟିକାର ପରୀକ୍ଷଣ ପାଇଁ ଅନୁମତି ଦେଇଛି । ଏହା ନିରାପଦ କି ନୁହେଁ, ଏହାର ପାଶ୍ୱର୍ପ୍ରତିକ୍ରିୟା ରହିଛି କି ନାହିଁ ଏବଂ ଏହାର ରୋଗ ପ୍ରତିରୋଧକ ଶକ୍ତି ଆଦି ସମ୍ପର୍କରେ ଏହି ପରୀକ୍ଷାରୁ ଜଣାପଡ଼ିବ ।

ପରୀକ୍ଷଣ ସମୟରେ ଏହିଭଳି ୫୨୫ଟି ବିଷୟର ଅନୁଧ୍ୟାନ କରାଯିବ । ତେବେ ଏଥିପାଇଁ କେତେକ ସର୍ତ୍ତ ମଧ୍ୟ ରଖାଯାଇଛି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ କମ୍ପାନୀ ଡାଟା ଆଣ୍ଡ ସେଫ୍ଟି ମନିଟରିଂ ବୋର୍ଡ(ଡିଏସ୍‌ଏମ୍‌ବି) ଅନୁମୋଦନ ସହିତ ଦ୍ୱିତୀୟ ପର୍ଯ୍ୟାୟର ମଧ୍ୟବର୍ତ୍ତୀକାଳୀନ ନିରାପତ୍ତା ତଥ୍ୟ ସିଡିଏସ୍‌ସିଓଙ୍କ ନିକଟରେ ଦାଖଲ କରିବ । ଏହି ସୂତ୍ରରୁ ଜଣାପଡ଼ିଛି ବିଶେଷଜ୍ଞ କମିଟି ୨ରୁ ୧୮ବର୍ଷ ବୟସର ପିଲାଙ୍କ ଠାରେ ଏହାର ପରୀକ୍ଷା ପାଇଁ ଅନୁମତି ଦେବା ପୂର୍ବରୁ ଏହାର ବିଭିନ୍ନ ଦିଗ ସମ୍ପର୍କରେ ବିଚାର ଆଲୋଚନା କରିଥିଲା । ଉଲ୍ଲେଖଯୋଗ୍ୟ, ଗତ ଫେବୃଆରୀ ୨୪ରେ ଏସ୍‌ଇସି ବୈଠକରେ ଭାରତ ବାୟୋଟେକ୍ ଏହି ପ୍ରସ୍ତାବ ଉପରେ ଆଲୋଚନା କରି ସଂଶୋଧିତ କ୍ଲିନିକାଲ୍ ଟ୍ରାଏଲ ପ୍ରୋଟୋକଲ୍ ଦାଖଲ କରିବା ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିଲା । ଭାରତ ବାୟୋଟେକ ଦ୍ୱାରା ସ୍ୱଦେଶ ପ୍ରସ୍ତୁତ କୋଭାକ୍ସିନ୍ ଟିକା ଏବେ ସାରା ଦେଶରେ ପ୍ରାପ୍ତ ବୟସ୍କଙ୍କୁ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking