30.1 C
Bhubaneswar
Friday, April 26, 2024
Homeଓଡିଶାଚିକିତ୍ସା ଅବହେଳାରୁ ୩ ଦିନର ଶିଶୁ ମୃତ୍ୟୁ

ଚିକିତ୍ସା ଅବହେଳାରୁ ୩ ଦିନର ଶିଶୁ ମୃତ୍ୟୁ

ନୟାଗଡ଼ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ଏକ ନବଜାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ସହ ଖୋର୍ଦ୍ଧା ବଲାଙ୍ଗିରୀ ଜାତୀୟ ରାଜପଥ ଅବରୋଧ କରିଥିଲେ ।
ସୂଚନା ଅନୁଯାୟୀ, ନୂଆଗାଁ ଥାନା ଅନ୍ତର୍ଗତ ମହୀପୁର ପଂଚାୟତ ମାଳିସର ଗ୍ରାମର ଚନ୍ଦ୍ରମଣୀ ପ୍ରଧାନଙ୍କ ସ୍ତ୍ରୀ ରୀତା ପ୍ରଧାନ ଗତ ସୋମବାର ଦିନ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ମେଡିକାଲ କର୍ମଚାରୀମାନେ ପୁଅ ହୋଇଛି କହି ୫ ହଜାର ଟଙ୍କା ଦେବାକୁ ଦାବି କରିଥିଲେ । ମାତ୍ର ଏହାକୁ ରିତାଙ୍କ ପରିବାର ଲୋକେ ଦେବାକୁ ଅମଙ୍ଗ ହେବାରୁ ଜାଣିଶୁଣି ନବଯାତ ଶିଶୁ ପୁତ୍ରକୁ ଅଣଦେଖା କରାଯାଇଥିଲା । ଫଳରେ ମଙ୍ଗଳବାର ଶିଶୁକୁ ଟିକା ଦିଆଯିବା ପର ଠାରୁ ଜର ଆସିଥିଲେ ମଧ୍ୟ କୈାଣସି ଡାକ୍ତର ତାଙ୍କୁ ଦେଖିବାକୁ ଆସିନଥିଲେ । ବୁଧବାର ଶିଶୁଟି ଆଲେଜିଆ ହୋଇପଡ଼ିଥିବା ବେଳେ ପରିବାର ଲୋକେ ତାକୁ ଶିଶୁ ବିଭାଗ ଡାକ୍ତର ତିଳୋତ୍ତମା ଷଡ଼ଙ୍ଗୀଙ୍କୁ ବସାକୁ ନେଇ ଦେଖାଇଥିଲେ । ମାତ୍ର ଶିଶୁଟିର ମୃତ୍ୟୁ ଘଟି ସାରିଥିବା କୁହାଯିବା ପରେ ପରିବାର ପକ୍ଷରୁ ମୃତ ଶିଶୁର ଶବକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଗରେ ଧାରଣା ଦେଇଥିଲେ।
ଏନେଇ ପରିବାର ଲୋକେ ଥାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ନମିଳିବାରୁ ସେମାନେ ଖୋର୍ଦ୍ଧା ବଲାଙ୍ଗିରୀ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଘଟଣାସ୍ଥଳରେ ଟାଉନଥାନା ପୁଲିସ ପହଂଚି ଉତକ୍ତ୍ୟ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିବା ବେଳେ ପରିବାର ଲୋକେ ଶିଶୁକୁ ନେଇ ପୁଣିଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଧାରଣା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking