25.1 C
Bhubaneswar
Saturday, May 2, 2026
Homeଓଡିଶାରାଜସ୍ୱ ସେବାକୁ ଅଧିକ ସହଜ, ସରଳ ଓ ଲୋକାଭିମୁଖୀ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଲେ ମୁଖ୍ୟ...

ରାଜସ୍ୱ ସେବାକୁ ଅଧିକ ସହଜ, ସରଳ ଓ ଲୋକାଭିମୁଖୀ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ (ROTI), ଗୋଠପାଟଣାଠାରେ ଆଜି ଓଡିଶା ପ୍ରଶାସନିକ ସେବା ୨୦୨୩ ବ୍ୟାଚ୍‌ର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ବୃକ୍ଷରେ ଜଳଦାନ କରି ସଭାକାର୍ଯ୍ୟ ଆରମ୍ଭ ହେଇଥିଲା। ଏହି କାର୍ଯକ୍ରମରେ ୩୦ଜଣ ଓଡି଼ଶା ପ୍ରଶାସନିକ ସେବା ଅଧିକାରୀ ଏବଂ ୭୪ଜଣ ଓଡିଶା ରାଜସ୍ୱ ସେବା ଅଧିକାରୀ ଯୋଗ ଦେଇଥିଲେ ।

ପ୍ରଶିକ୍ଷଣ ଶେଷ କରିଥିବା ଅଧିକାରୀମାନଙ୍କୁ ସମ୍ବୋଧିତ କରି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଡିଜିଟାଲ୍ ଯୁଗରେ ରାଜସ୍ୱ ପ୍ରଶାସନର ବଦଳୁଥିବା ଭୂମିକା ଉପରେ ଆଲୋକପାତ କରିଥିଲେ l ଏହି ପରିପ୍ରେକ୍ଷୀରେ ସେ ନୂଆ ଓଡ଼ିଶାର ସ୍ଵପ୍ନ ଦେଖିବା ପାଇଁ ଅଧିକାରୀମାନଙ୍କୁ ଉପଦେଶ ଦେଇଥିଲେ l ପୁନଶ୍ଚ ମୁଖ୍ୟ ଶାସନ ସଚିବ ଓଡ଼ିଶା ରାଜସ୍ୱ ସେବାକୁ ଅଧିକ ସରଳ ଏବଂ ସାଧାରଣଜନତାଙ୍କ ପାଇଁ ସହଜଲବ୍ଧ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। 7’S’ ଉପରେ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇ ଭୂ-ପରିଚାଳନା କ୍ଷେତ୍ରରେ ଦୁର୍ନୀତିମୁକ୍ତ ଏବଂ ସ୍ୱଚ୍ଛ ଶାସନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ l ଜମିଜମା କ୍ଷେତ୍ରରେ ସଚ୍ଚୋଟତାକୁ ସର୍ବାଧିକ ଗୁରୁତ୍ଵ ଦେବାକୁ କହିବା ସହ ରାଜ୍ୟରେ ଥିବା ୧ କୋଟି ୧୯ ଲକ୍ଷ ଏକର ସରକାରୀ ଜମିକୁ ସୁରକ୍ଷା ଦେବା ଦାୟିତ୍ଵ ଓଡ଼ିଶାର ରାଜସ୍ୱ ଅଧିକାରୀଙ୍କର ବୋଲି ସେ ମତପ୍ରକାଶ କରିଥିଲେ। ଏଥିସହିତ ଓଡ଼ିଶାକୁ ୨୦୩୬ରେ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସେ ଅଧିକାରୀମାନଙ୍କୁ ଆହ୍ଵାନ ଦେଇଥିଲେ । ପରିଶେଷରେ ଦୁଇ ଜଣ ରାଜସ୍ୱ ବିଶେଷଜ୍ଞଙ୍କୁ ସମ୍ମାନିତ କରିଥିଲେ ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ରାଜସ୍ୱ ଅଧିକାରୀ ମାନଙ୍କୁ IPS ମନ୍ତ୍ର ଯଥା Integrity (ସଚ୍ଚୋଟତା), Performance (କାର୍ଯ୍ୟଦକ୍ଷତା) ଏବଂ Sensitivity (ସହାନୁଭୁତି)କୁ ପାଥେୟ କରି ଜନତାଙ୍କ ସେବା କରିବା ଉଚିତ ବୋଲି ମତ ରଖିଥିଲେ । ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ (ROTI)ରୁ ପ୍ରଶିକ୍ଷଣ ସମାପ୍ତ କରି ଏହି ମାନସିକତାକୁ ରାଜସ୍ୱ ଅଧିକାରୀମାନେ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରନ୍ତୁ ବୋଲି ଶ୍ରୀ ପାଢ଼ୀ ଦୃଢ଼ ଆଶାବ୍ୟକ୍ତ କରିଥିଲେ ।

ସେହିପରି ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଗନ୍ତ ରାଉତରାୟ ମହୋଦୟ କହିଲେ ଯେ, ଆପଣମାନେ ଚାକିରୀର ପ୍ରଥମ ଅବସ୍ଥାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ତହସିଲଦାର ରୂପେ କାର୍ଯ୍ୟରେ ଯୋଗ ଦେବେ, ତେଣୁ ଓଡିଶାର ପ୍ରଗତିରେ ଆପଣମାନେ ମୁଖ୍ୟ ଅଂଶ, ସେଥିପାଇଁ ସର୍ବଦା ନିଷ୍ଠାବାନ୍ ହେବେ ଏବଂ ପରୋପକାରକୁ ଜୀବନର ବ୍ରତ କରିବେ l

ତାଲିମ ନେଉଥିବା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସୋମ୍ୟଶ୍ରୀ ବେହେରା ଏବଂ ଓଡିଶା ରାଜସ୍ୱ ସେବା ଅଧିକାରୀ ପୂଜା ଯୋଶୀ ROTIର ପ୍ରଶିକ୍ଷଣ ସମ୍ବନ୍ଧରେ ନିଜର ଅନୁଭୂତି ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ l

ସଭା ମଞ୍ଚକୁ ଶ୍ରୀଯୁକ୍ତ ସୌମ୍ୟକାନ୍ତ ସୌମ୍ୟଦର୍ଶୀ ପରିଚାଳନା କରିଥିଲେ। ଏହି ସଭାରେ ଅତିରିକ୍ତ ନିର୍ଦେଶକ ଶ୍ରୀମତୀ ଲୁସି ସ୍ଵାଇଁ, ଉପନିର୍ଦଶକ ଶ୍ରୀ ବିରାଞ୍ଚି ନାରାୟଣ ବେହେରା, ଶ୍ରୀମତୀ ସୁଜାତା ପାତ୍ର, ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନିତା ପଣ୍ଡା ଓ ସହନିର୍ଦ୍ଦେଶକ ଶ୍ରୀମତୀ ଅନିନ୍ଦିତା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଅନୁଷ୍ଠାନର ଯୁଗ୍ମ ନିର୍ଦେଶକ ଶ୍ରୀଯୁକ୍ତ ମନୋଜ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking