26.7 C
Bhubaneswar
Saturday, July 4, 2026
Homeଓଡିଶା'କକ୍ରୋଚ୍‌ ଜନତା ପାର୍ଟି’କୁ ନେଇ ଓଡ଼ିଶାରେ ତାତି

‘କକ୍ରୋଚ୍‌ ଜନତା ପାର୍ଟି’କୁ ନେଇ ଓଡ଼ିଶାରେ ତାତି

ଭୁବନେଶ୍ୱର: ଜାତୀୟସ୍ତରରେ କକ୍ରୋଚ୍‌ ଜନତା ପାର୍ଟିକୁ ନେଇ ଚର୍ଚ୍ଚା ବଢିଥିବା ବେଳେ ଓଡ଼ିଶାରେ ଏହାର ଭିତ୍ତିଭୂମି ପଡିଛି। ସାମ୍ବାଦିକ ସମ୍ମିଳନୀରେ ଛାତ୍ରନେତା ବିଭୂତି ମହାପାତ୍ର କହିଛନ୍ତି, ମେଧାବୀ ଯୁବକ ଯୁବତୀଙ୍କୁ ଯଦି କକ୍ରୋଚ୍‌ କୁହାଯାଉଛି ସେଥିପାଇଁ ଆମେ ଗର୍ବିତ। ରାଜ୍ୟରେ ଏସ୍‌ଆଇ ପରୀକ୍ଷାରେ ଦୁର୍ନୀତି ହେଲା, ଏବେ ଏକ ଲକ୍ଷ ୫୬ ହାଜର କକ୍ରୋଚ୍ ଚାକିରି ଅପେକ୍ଷାରେ ରହିଛନ୍ତି। ଜିଆରଏସ୍‌ ଫର୍ମ ପକାଇ ୨ ଲକ୍ଷ ମେଧାବୀ ଯୁବବର୍ଗ ଚାକିରିକୁ ଅପେକ୍ଷା କରିଛନ୍ତି। ଏକାଧିକ ବିଭାଗରେ ଲକ୍ଷାଧିକ ଛାତ୍ରଛାତ୍ରୀ ଚାକିରି ଆଶାରେ ରହିଛନ୍ତି।  ତେଣୁ ସରକାର ତୁରନ୍ତ ଚାକିରୀର ବିଜ୍ଞପ୍ତି ତାରିଖ ଘୋଷଣା କରନ୍ତୁ ନଚେତ ଆନ୍ଦୋଳନ ତାରିଖ ଘୋଷଣା କରନ୍ତୁ ବୋଲି ଚେତାବନୀ ଦେଇଛନ୍ତି। ଏହି ଦାବି ପୂରା ନହେଲେ ମେଧାବୀ ଯୁବବର୍ଗ ଅସରପା ଭଳି ଲୋକସେବା ଭବନ କାନ୍ଥକୁ ଅତିକ୍ରମ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking