25.1 C
Bhubaneswar
Saturday, May 2, 2026
Homeଓଡିଶାମଇ ୧୪ରେ ଭୁବନେଶ୍ୱରରେ ମହା ସମାବେଶ

ମଇ ୧୪ରେ ଭୁବନେଶ୍ୱରରେ ମହା ସମାବେଶ

ଭୁବନେଶ୍ୱର: ଢିଙ୍କିଆ, ନୂଆଗାଁ, ଗଡକୁଜଙ୍ଗ ଅଂଚଳରେ ଦୀର୍ଘ ୨୦ବର୍ଷ ହେଲା କମ୍ପାନୀ ମାନଙ୍କ ସ୍ୱାର୍ଥରେ ( ପୋସ୍କ,ଜିନ୍ଦଲ) ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ଜୁଲମ୍ କୁ ନେଇ ଆଜି କଂଗ୍ରେସ ଭବନଠାରେ ମିଳିତ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ (ସୁର ଭାଇ) ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ପିସିସି ଉପସଭାପତି ଡଃ ଲଲାଟେନ୍ଦୁ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ଜେନା, କଂଗ୍ରେସ ନେତା ସୁଧାଂଶୁ ଦେଓ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାଶ, କଟକ ଜିଲ୍ଲା ରୁରାଲ ସଭାପତି ପ୍ରଦୀପ୍ତ କୁମାର ଦାସ, ଜଗତସିଂହପୁର ଜିଲ୍ଲା ସଭାପତି ଦେବୀ ପ୍ରସାଦ ନାୟକ,କଟକ ସିଟି ଜିଲ୍ଲା କଂଗ୍ରେସ ସଭାପତି ଶାନ୍ତାୟନ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକ, ନିମାପଡାର ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ , ପାରାଦ୍ୱୀପ ବିଧାନସଭା ପ୍ରାର୍ଥୀ ନିରଞ୍ଜନ ନାୟକ ଏରସମା ଜିଲ୍ଲା ପରିଷଦ ସଦସ୍ୟ ପିନାକୀ ଦାସ
କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନି ରେ ଯୋଗଦେଇ ଅଚଂଳରେ ଶିଳ୍ପସଂସ୍ଥାମାନଙ୍କ ଦ୍ୱାରା ଘଟୁଥିବା ଅନ୍ୟାୟ,ଅତ୍ୟାଚାର, ଶୋଷଣ ଓ ପ୍ରଦୁଷଣ ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ ଓ ଶୋଷଣକାରୀ କମ୍ପାନୀ ବିରୁଦ୍ଧରେ ଆଗାମୀ ମଇ ୬ ତାରିଖରୁ ୧୪ ତାରିଖ ପର‌୍ୟ୍ୟନ୍ତ ବିଶାଳ ପଦଯାତ୍ରା ଆରମ୍ଭ ହେବ ଏବଂ ପଦଯାତ୍ରା ଭୁବନେଶ୍ବରେର ପହଂଚି ଏକ ବିଶାଳ ସମୋବେଶ ଅନୁଷ୍ଠିତ ହୋଇ ପ୍ରତିବାଦ କରାଯିବ ବୋଲି ପଦଯାତ୍ରା କମିଟିର ଅଧ୍ୟକ୍ଷ ସୁରେଶ କୁମାର ରାଉତରାୟ ଘୋଷଣା କରିଥିଲେ।
ଢିଙ୍କିଆ ଏକ ଶସ୍ୟ ଶ୍ୟାମଳା ଏବଂ ସ୍ୱ-ଅର୍ଥନୈତିକ ସମୃଦ୍ଧ ଅଂଚଳ ଭାବରେ ସମଗ୍ର ଭାରତ ବର୍ଷରେ ଧାନ,ପାନ,ମୀନ କୁ ନେଇ ପରିଚିତ । ବାପା ଅଜା ଅମଳରୁ ଭୋଗ ଦଖଲ କରିଆସୁଥିବା ଜଙ୍ଗଲ ଜମି (ଅଧିବାସୀ ଓ ପାରାମ୍ପରିକ ବନବାସୀ) ଙ୍କୁ ଜଙ୍ଗଲ ଜମିର ଅଧିକାର ପରିବର୍ତେ ବର୍ତମାନର ରାଜ୍ୟ ସରକାର ଯେଉଁଭଳି ଭାବରେ କର୍ପୋରେଟ୍ ପାଇଁ ସାଧାରଣ ଲୋକଙ୍କର ଜୀବନ ଜୀବିକା ଉପରେ ପ୍ରହାର କରିଛନ୍ତି । ଜୀବନ ଜୀବିକା ଓ ମାଟି ପ୍ରତି ସମ୍ବେଦନଶୀଳ ଓ ନିଜ ଭିଟା ମାଟିରୁ ଉଚ୍ଛେଦ ନହେବା ପାଇଁ ଲଢେଇ କରି ଆସୁଛି । ୨୦୦୫ ମସିହା ଠାରୁ ଅଦ୍ୟାବଧି ଏହି ମାଟିର ମଣିଷ ମାନେ ଏହି ଭିଟାମାଟିକୁ ରକ୍ଷା କରିବା ପାଇଁ ଅବିରତ ସଙ୍ଗ୍ରାମ କରି ଆସୁଛନ୍ତି । ଏଥିପାଇଁ ଚାରି ଚାରି ଜଣଙ୍କର ଜୀବନହାନି ଘଟିବା ସହ ହଜାର ହଜାର ଲୋକଙ୍କ ନାମରେ ମିଥ୍ୟା ମକୋଦ୍ଦମାରେ ଜଡିତ କରାଯାଇଛି । ଏଠି ସରକାର ନିଦାବିଷ୍ଣୁ ପାଲଟି ଜେ.ଏସ୍‌.ଡବ୍ଲ୍ୟୁ ପ୍ରେମରେ ଅନ୍ଧ ହୋଇ ଏହି ଶସ୍ୟ ଶ୍ୟାମଳା ଓ ଓଡିଶାର ଭୁସ୍ୱର୍ଗ କାଶ୍ମୀର ଅଂଚଳକୁ ବିନା ଗ୍ରାମସଭା ଓ ଲୋକଙ୍କର ବିନା ସହମତିରେ କମ୍ପାନୀକୁ ଟେକି ଦେବା ଅତ୍ୟନ୍ତ ନିନ୍ଦନୀୟ ଓ ଗଣତନ୍ତ୍ର ହତ୍ୟାର ନଗ୍ନ ଉଦାହରଣ ।
୧.ଜଙ୍ଗଲ ଅଧିକାର ଆଇନ୍ ୨୦୦୬ ଅନୁଯାୟୀ ଗ୍ରାମସଭାକୁ ପ୍ରାଧାନ୍ୟ ଦେବା ସହିତ ଏହି ଅଂଚଳର ଲୋକଙ୍କ ମତକୁ ଆଇନତଃ ସ୍ୱିକାର କରି ଜେ.ଏସ୍‌. ଡବ୍ଲ୍ୟୁ କାରଖାନା ପାଇଁ ଜମି ଅଧିଗ୍ରହଣ କରିବାର ପ୍ରୟାସରୁ ତୁରନ୍ତ ନିବୃତ ରହି ଜଙ୍ଗଲ ଅଧିକାର ଆଇନ୍ କୁ କାର‌୍ୟ୍ୟକାରୀ କରି ଜଙ୍ଗଲ ଜମିରେ ଚାଷ ଓ ବସବାସ କରିଆସୁଥିବା ଅଧିବାସୀ ଓ ପାରମ୍ପରିକ ବନବାସୀଙ୍କୁ ତୁରନ୍ତ ନିସର୍ତରେ ଜଙ୍ଗଲ ଜମିର ଅଧିକାର ପ୍ରଦାନ କରାଯାଉ ।
୨. ୧୯୯୯ ମହାବାତ୍ୟାରୁ ଅଚଂଳକୁ ରକ୍ଷାକରି ଆସୁଥିବା ସୂଉଚ୍ଚ ବାଲୁକା ସ୍ତୁପ ଓ ଘଂଚ ଝାଉଁ ଜଙ୍ଗଲକୁ ବେଆଇନ୍ ଭାବରେ ଲକ୍ଷ ଲକ୍ଷ ଗଛ କଟାଯାଉଛି ଓ ବାଲୁକା ସ୍ତୁପ କୁ ତାଡି ଅନ୍ୟତ୍ର ବିକ୍ରି କରାଯାଉଛି ତାହା ବିରୁଦ୍ଧରେ ତ୍ୱରିତ୍ୱ ପଦକ୍ଷେପ ନେଇ ଏହାକୁ ବନ୍ଦ କରାଯିବା ସହ ପୁନଃ ବୃକ୍ଷରୋପଣ କରାଯିବା ନିମନ୍ତେ ପଦକ୍ଷେପ ନିଆଯିବାକୁ ଦାବି କରୁଅଛୁ ।
୩. ୧୯୭୨ ଜଙ୍ଗଲ ସଂରକ୍ଷଣ ଓ ବନ୍ୟ ପ୍ରାଣୀ ଆଇନ୍ ଅନୁଯାୟୀ ହଜାର ହଜାର ବନ୍ୟ ଜନ୍ତୁଙ୍କୁ ମାରି ଦିଆଯାଉଛି ତାହା ବନ୍ୟପ୍ରାଣୀ ଆଇନ୍‌ର ଜେ.ଏସ୍‌.ଡବ୍ଲ୍ୟୁ ଦ୍ୱାରା ଖୁଲମ ଖୁଲା ଉଲଂଘନ କରାଯିବା ଘଟଣା ଓ ତତ୍‌ସହିତ ନୂଆଗାଁ ଫରେଷ୍ ବିଟ୍ , ରେଞ୍ଜର କୁଜଙ୍ଗ ଓ ଡିଏଫ୍‌ଓ ରାଜନଗରଙ୍କ ବିରୁଦ୍ଧରେ ସୂଚନା ଅଧିକାର ଆଇନ୍ ଅନୁଯାୟୀ ଭୁଲ୍‌ଭାଲ ମନ୍ତବ୍ୟ ଦେଉଥିବା ଅଧିକାରୀ ମାନଙ୍କ ବିରୁଦ୍ଧରେ ବନ ବିଭାଗ ଦ୍ୱାରା ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ତଦନ୍ତ ପରିସରଭୁକ୍ତକୁ ଅଣାଯାଉ ।
୪. ଉଜତ ଆଇନ୍ କୁ ଉଲଂଘନ କରି ହଜାର ହଜାର ବାଲୁକାସ୍ତୁପ ତାଡି ବିକ୍ରି କରୁଥିବା ଠିକାଦାର ଓ ଏହା ଜେ.ଏସ୍‌.ଡବ୍ଳ୍ୟୁ ପାଚେରୀ ଭିତରେ ଅନ୍ଧାଧୁନିଆ ଭାବରେ କାର‌୍ୟ୍ୟକାରୀ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯାଉ ।
୫. ବର୍ତମାନ ଜେ.ଏସ୍‌.ଡବ୍ଳ୍ୟୁ ବେଆଇନ୍ ଭାବରେ ପରିବେଶ ମଞ୍ଜୁରି ନଥାଇ ଏଠି ସିମେଟଂ ପ୍ଲାଟଂ, ପାୱାର ପ୍ଲାଟଂ, ଷ୍ଟିଲ ପ୍ଲାଟଂ ଓ ଅନିତୀ ଦୁରରେ ପାରାଦ୍ୱିପ ବନ୍ଦର ଥାଉଁ ଥାଉଁ ଜେଟି ନାମରେ ସମୁଦ୍ର କୂଳେ କୂଳେ ଆଉ ଏକ ବନ୍ଦର ନିର୍ମାଣ କାର‌୍ୟ୍ୟ କରିବା ଅତ୍ୟନ୍ତ ଲଜ୍ଜ୍ୟାଜନକ ବିଷୟ ଏହି ନିର୍ମାଣ କାର‌୍ୟ୍ୟକୁ ତୁରନ୍ତ ବନ୍ଦ କରାଯାଉ ।
୬. ମିନାଗୁପ୍ତା କମିଟି, ସାକ୍ ସେନା କମିଟି ଓ ପି ସାଇନାଥଙ୍କ ରିପୋର୍ଟ ଭିତିରେ ଏହି ଅଂଚଳରେ ଜଙ୍ଗଲ ଜମିରେ ଚାଷ, ବସବାସ, ଜୀବନ ଜୀବିକା ନିର୍ବାହ କରୁଥିବା ଅଂଚଳବାସୀଙ୍କୁ ତୁରନ୍ତ ଅଧିକାର ପ୍ରଦାନ କରାଯିବା ପାଇଁ ସ୍ୱତନ୍ତ୍ର ଭାବରେ ଦାବୀ କରୁଅଛୁ ।
୭. ଜଟାଧାର ମୁହାଣ ଉପରେ ନିର୍ଭରକରି କାଳିଆପାଟ,ଗଣ୍ଡିପୁର,ମଙ୍ଗରାଜପୁର,ଢିଙ୍କିଆ,ନୂଆଗାଁ,ଗଡକୁଜଙ୍ଗ,ନୋଳିଆସାହି, ବାଲିତୁଠ, ଚଟୁଆ,ବଳେଇପୁର,ଖୁରାଂଟ ଆଦି ଅଂଚଳରୁ ନିର୍ଭର କରି ପେଟ ପୋଶି ଆସୁଥିଲେ ବର୍ତମାନ ଜେ.ଏସ୍‌.ଡବ୍ଲ୍ୟୁ ଜେଟି ପାଇଁ ଡ୍ରେଜିଂ ହେବା ଦ୍ୱାରା ଏହି ସବୁ ମତ୍ସଜୀବୀ ହାତବାନ୍ଧି ଘରେ ବସିଛନ୍ତି ତତ୍ ସହିତ ନୋଳିଆସାହି ଆଦି ମତ୍ସ୍ୟଜିବୀ ଅଂଚଳକୁ ଉଚ୍ଛେଦ କରିବା ପ୍ରୟାସ କୁ ତୁରନ୍ତ ବନ୍ଦ କରାଯିବା ସହିତ ଜଟାଧାର ମୁହାଣରୁ ଡ୍ରେଜିଂ ବନ୍ଦ କରାଯାଉ ।
୮. ପୋସ୍କ କାରଖାନା ଓ ବର୍ତମାନ ଜେ.ଏସ୍‌.ଡବ୍ଲ୍ୟୁ କାରଖାନା ପାଇଁ ଯେଉଁ ଜୀବନ ଜୀବିକା ବିନା ସହମ୍ମତିରେ ନଷ୍ଟ କରାଯାଇଛି ତାହାର ପର‌୍ୟ୍ୟପ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସହିତ ପୁନଃ ଚାଷ ଓ ବସବାସ ନିମନ୍ତେ ଅନୁମତି ପ୍ରଦାନ କରାଯିବା ପାଇଁ ଦାବି କରୁଅଛୁ ।
ଅଚଂଳର ବୃହର୍ତର ସ୍ୱାର୍ଥ ଦୃଷ୍ଟିରୁ କଂଗ୍ରେସ ଦଳ ଆସନ୍ତା ତା୦୬.୦୫.୨୦୨୬ ରିଖ ଠାରୁ ତା୧୪-୦୫-୨୦୨୬ ରିଖ ପର‌୍ୟ୍ୟନ୍ତ ବିଶଳ ଗାନ୍ଧିପଥେ ପଦଯାତ୍ରା ଆରମ୍ଭ ହେବ ବୋଲି ବକ୍ତବ୍ୟରେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking