30.4 C
Bhubaneswar
Sunday, June 7, 2026
Homeଓଡିଶାଉତ୍କଳ ଗ୍ୟାଲେରିଆରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଦେଖିଲେ ମୁଖ୍ୟମନ୍ତ୍ରୀ

ଉତ୍କଳ ଗ୍ୟାଲେରିଆରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ଗ୍ୟାଲେରିଆ ମଲ୍‌ର ‘ପିଭିଆର ସିନେମାସ’ (PVR Cinemas) ଠାରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ଏକ ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରସିଦ୍ଧ ସିନେ ତାରକା ତଥା ସାଂସଦ ସୁଶ୍ରୀ କଙ୍ଗନା ରନାୱତ୍‌ଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ମନ୍ତ୍ରୀ ଗଣ ଏଵଂ ରାଜ୍ୟର ପ୍ରମୁଖ ନେତୃବୃନ୍ଦ ଏକତ୍ର ବସି ଚଳଚ୍ଚିତ୍ରଟିକୁ ଦେଖିଥିଲେ। କଙ୍ଗନା ନିଜ ଅଦମ୍ୟ ପରିଶ୍ରମରେ ଯେଉଁ ସଫଳତା ହାସଲ କରିଛନ୍ତି, ତାହା ନବାଗତ ମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ କାର୍ଯ୍ୟକ୍ରମରେ ‘ଭାରତ ଭାଗ୍ୟ ବିଧାତା’ ଚଳଚ୍ଚିତ୍ରର ପୁରା ଟିମ୍ ସଦସ୍ୟ, ଓଡ଼ିଶା ଚଳଚ୍ଚିତ୍ର ଜଗତର ଅନ୍ୟାନ୍ୟ ପ୍ରତିଭାବାନ ବ୍ୟକ୍ତିତ୍ୱ, ବହୁ ସଂଖ୍ୟାରେ ଗଣମାଧ୍ୟମର ପ୍ରତିନିଧି ଏବଂ ସ୍ଥାନୀୟ ସିନେପ୍ରେମୀ ଜନସାଧାରଣ ଏହି ସ୍ୱତନ୍ତ୍ର ଉତ୍ସବରେ ସାମିଲ ହୋଇଥିଲେ। ଏହା ପୂର୍ବରୁ, ଆଜି ‘ବିଶ୍ୱ ପରିବେଶ ଦିବସ’ ଅବସରରେ ମୁଖ୍ୟମନ୍ତ୍ରୀ ଓ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନ ରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଠାରେ ବୃକ୍ଷ ରୋପଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking