30.4 C
Bhubaneswar
Sunday, June 7, 2026
Homeଓଡିଶାବାରଙ୍ଗ ପୋଲିସ ହାଜତ ହିଂସା ସରକାର ବିଚାର ବିଭାଗୀୟ ତଦନ୍ତ କଲେ ନାହିଁ କାହିଁକି ?

ବାରଙ୍ଗ ପୋଲିସ ହାଜତ ହିଂସା ସରକାର ବିଚାର ବିଭାଗୀୟ ତଦନ୍ତ କଲେ ନାହିଁ କାହିଁକି ?

ଭୁବନେଶ୍ୱର: ବାରଙ୍ଗ ହାଜତ ନିର୍ଯ୍ୟାତନା ଓ଼ ରାଜ୍ୟରେ ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ହାଜତ ମୃତ୍ୟୁ ମାମଲାକୁ ନେଇ ପିସିସି ଗଣମାଧ୍ୟମ ତରଫରୁ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଓ଼ ପିସିସି ଉପସଭାପତି ଡଃ ଦେବାଶିଷ ପଟ୍ଟନାୟକ ଓ଼ ପିସିସି ଗଣମାଧ୍ୟମ ଅଧ୍ୟକ ଅରବିନ୍ଦ ଦାସ ଯୋଗ ଦେଇଥିଲେ l ପ୍ରାରମ୍ଭିକ ସୂଚନା ଦେଇ ଶ୍ରୀ ଦାସ କହିଥିଲେ ଡବଲ ଇଂଜିନ ସରକାର ଦୁଇ ବର୍ଷର ପୂର୍ତ୍ତୀ ଉପଲକ୍ଷେ ରାଜ୍ୟକୁ ଉତ୍ସବ ମୁଖର କରିବାରେ ଲାଗିଛନ୍ତି l ପୁଣି ମାନ୍ୟବର ପ୍ରଧାନମନ୍ତ୍ରୀ ଏହି ଉତ୍ସବରେ ଯୋଗଦାନ କରିବା କାର୍ଯ୍ୟକ୍ରମ ଅଛି l ରାଜ୍ୟକୁ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଭିତରକୁ ଠେଲି ଦେଇ ଉତ୍ସବ ପାଳନ କରିବା ଜନତାଙ୍କୁ ହତବାକ କରୁଛି l ଓଡିଶାକୁ ଭିଡହିଂସା କବଳିତ କରିଯାଇଛି, ବର୍ତ୍ତମାନ ପୋଲିସ ହାଜତ ନିର୍ଯାତନା ଓ ତଦଜନିତ ମୃତ୍ୟୁ ରାଜ୍ୟରେ ଗଭୀର ଚିନ୍ତାର ବିଷୟ ପାଲଟିଛି l ସରକାର ଭିଆଇପି ସୁରକ୍ଷା ତଥା ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରିବା ଦ୍ୱାରା ପୋଲିସ ନିଷ୍କ୍ରିୟ ହୋଇ ପଡୁଛି ଫଳରେ ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି l ଜନତାଙ୍କ ଆକ୍ରୋଶରୁ ରକ୍ଷା ପାଇବା ପାଇଁ ପୋଲିସକୁ ଏନକାଉଣ୍ଟର କରିବା ପାଇଁ ବାଧ୍ୟ କରୁଛି l ଯାହା ଆଇନ ସଙ୍ଗତ ନୁହଁ ଏବଂ ମାନବୀୟ ଆଚରଣର ଉଲଂଘନ ମଧ୍ୟ ବୋଲି ଶ୍ରୀ ଦାସ କହିଥିଲେ l

ଡଃ ପଟ୍ଟନାୟକ ଗଣମାଧ୍ୟମକୁ ନିଜ ବିବୃତିରେ କହିଲେ ଯେ, ବାରଙ୍ଗ ହାଜତ ହିଂସା ଘଟଣାକୁ ନେଇ ଡବଲ ଇଞ୍ଜିନ ସରକାରରେ ଦେଶ ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା କିଭଳି ଭୁଶୁଡି ପଡ଼ିଲାଣି ତାର ଉଦାହରଣ ଦେଇ ସୌମ୍ୟ ମର୍ଡର କେଶଠାରୁ ତାଳଚୁଆ ଏବଂ କେନ୍ଦ୍ରାପଡା ଇତ୍ୟାଦି ଘଟଣା ଉପରେ ଆଲୋକ ପାତ କରି ଥିଲେ ସେ ବାରଙ୍ଗରେ କିଭଳି ବାଲି ମାଫିଆ ମାଇନିଙ୍ଗ ମାଫିଆ ପଥର ମାଫିଆ ଏବଂ ସରକାରର ମଧୁ ଚନ୍ଦ୍ରିକା ବିଷୟରେ ବିଜେପି ସରକାର କୁ ପ୍ରଶ୍ନ ପଚାରିଥିଲେ ଏବଂ ବାରଙ୍ଗରେ ଏକ ଅଜଣା ମହିଳା ମୃତଦେହ ମିଳିବା ଏବଂ ଏହି କେଶରେ ବାରଙ୍ଗର ରାକେଶ ବେହେରାକୁ ବିନା କୌଣସି ପ୍ରମାଣରେ ପୋଲିସ ଆରେଷ୍ଟ କରି ଥାନାରେ ଥାର୍ଡ଼ ଡ଼ିଗ୍ରୀ ଦବା ଏବଂ ସେ କିଭଳି କଟକ ବଡ ମେଡିକାଲରେ ମରଣ ସହ ସଂଘର୍ଷ କରୁଛନ୍ତି ତାହା ମଧ୍ୟ ବର୍ଣନା କରିଥିଲେ l ସରକାର ଏହି ଘଟଣାର ତଦନ୍ତ ଭାର ଜୁଡ଼ିସିଆଲ ତଦନ୍ତ ନକରି ଏଚଆରପିସି ଯାହା ସରକାରଙ୍କ ଦ୍ୱାରା ନିଯୁକ୍ତ ତାଙ୍କ ଦ୍ୱାରା ତଦନ୍ତ କଲେ ଦୋଷୀ କଣ ଦଣ୍ଡ ପାଇବେ କି ? ଏବଂ ଏ ସରକାରକୁ ଚେତାବନୀ ଦେଇ ଆଗାମୀ ଦିନରେ ସରକାର ଯଦି ଆଇନ ଶୃଙ୍ଖଳା ଠିକ ନ କରି ପାରିଲେ ରାଜ୍ୟରେ ଭୟଙ୍କର ଆନ୍ଦୋଳନ କଂଗ୍ରେସ ନେତୃତ୍ୱରେ ହେବ ଏବଂ ଏହି ଆନ୍ଦୋଳନରେ ହଜାର ଯୁବକ ସାମିଲ ହେବେ ବୋଲି କହିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking