30.1 C
Bhubaneswar
Thursday, May 9, 2024
Homeଛତିଶଗଡ ବିଧାନସଭା ନିର୍ବାଚନ-2023ଛତିଶଗଡ ବିଧାନସଭା ନିର୍ବାଚନ: ଗୋଟିଏ ସିଟ୍‌ ପାଇଁ ଦାଦା-ପୁତୁରା ଲଢେଇ

ଛତିଶଗଡ ବିଧାନସଭା ନିର୍ବାଚନ: ଗୋଟିଏ ସିଟ୍‌ ପାଇଁ ଦାଦା-ପୁତୁରା ଲଢେଇ

ରାୟପୁର : ଚଳିତ ବର୍ଷ ଶେଷରେ ହେବାକୁ ଥିବା ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଭାଜପା ପ୍ରାର୍ଥୀ ଘୋଷଣା କରିଛି। ସେଥିରେ ୨୧ ଜଣଙ୍କର ନାଁ ରହିଛି। ତେବେ ଭାଜପାର ଏହି ନିଷ୍ପତ୍ତି ସହିତ ଏହା ନିଶ୍ଚିତ ଯେ ଏଥର ମୁକାବିଲା ମୁଖ୍ୟମନ୍ତ୍ରୀ ବଘେଲ ବନାମ ପୁତୁରା ବଘେଲଙ୍କ ମଧ୍ୟରେ ଦେଖିବାକୁ ମିଳିବ। ବାସ୍ତବରେ ଛତିଶଗଡର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲ ଦୁର୍ଗ ଜିଲାର ପାଟନ ବିଧାନସଭା ଆସନରୁ ବିଧାୟକ ଅଟନ୍ତି। ଏହି ଆସନରୁ ଭାଜପା ମୁଖ୍ୟମନ୍ତ୍ରୀ ବଘେଲଙ୍କ ପୁତୁରା ଏବଂ ଦୁର୍ଗରୁ ଥିବା ଏମ୍‌ପି ବିଜୟ ବଘେଲଙ୍କୁ ଭାଜପା ପ୍ରାର୍ଥୀ କରିଛି। ଏହାପୂର୍ବରୁ ବିଧାନସଭା ନିର୍ବାଚନରେ ଉଭୟ ଦୁଇଥର ମୁହାଁମୁହିଁ ହୋଇଥିଲେ ଯେଉଁଥିରେ ଉଭୟେ ଥରେ ଥରେ ବିଜୟ ହାସଲ କରିଥିଲେ। ବିଜୟ ବଘେଲ କେବଳ ୨୦୦୦ ପର୍ଯ୍ୟନ୍ତ କଂଗ୍ରେସରେ ଥିଲେ, ପରେ ଭାଜପାରେ ଯୋଗ ଦେଇଥିଲେ। ୨୦୦୮ ରେ ସେ ପାଟନରୁ ଭୂପେଶ ବଘେଲଙ୍କୁ ୬.୩୭ ପ୍ରତିଶତ ଭୋଟରେ ପରାସ୍ତ କରିଥିଲେ। ୨୦୧୩ ନିର୍ବାଚନରେ ଭୂପେଶ ବଘେଲ ବିଜୟ ବଘେଲଙ୍କୁ ଟିକେ ଅଧିକ ବ୍ୟବଧାନ ଭୋଟରେ ପରାସ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking