33.1 C
Bhubaneswar
Saturday, April 27, 2024
Homeଆଇପିଏଲ୍ -2022ଚେନ୍ନାଇର ନବମ ବିଜୟ, ପ୍ଲେଅଫ୍ ନିକଟତର

ଚେନ୍ନାଇର ନବମ ବିଜୟ, ପ୍ଲେଅଫ୍ ନିକଟତର

ଶାରଜାହ: ଚଳିତ ଆଇପିଏଲ୍‌ର ୟୁଏଇ ଚରଣରେ ଗୁରୁବାର ୪୪ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଚେନ୍ନାଇ ସୁପର୍ କିଙ୍ଗ୍‌ସକୁ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟ୍‌ରେ ପରାସ୍ତ କରିଛି ।ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ସନ୍‌ରାଇଜର୍ସ ୨୦ ଓଭର୍‌ରେ ୭ ୱିକେଟ୍ ହରାଇ ୧୩୪ ରନ୍ କରିଥିଲା । ଏହାର ଜବାବରେ ଚେନ୍ନାଇ ୧୯.୪ ଓଭର୍‌ରେ ୪ ୱିକେଟ୍ ହରାଇ ୧୩୯ ରନ୍ କରି ପ୍ରତିଯୋଗିତାରେ ତା\’ର ଏକାଦଶ ମ୍ୟାଚ୍‌ରେ ନବମ ବିଜୟ ହାସଲ ପୂର୍ବକ ପ୍ଲେଅଫ୍ ନିକଟତର ହୋଇଛି । ସନ୍‌ରାଇଜର୍ସ ଓପନର ଜେସନ୍ ରୟ ମାତ୍ର ୨ ରନ୍ କରି ଆଉଟ୍ ହେବା ପରେ ତାଙ୍କ ଯୋଡ଼ିଦାର ଋଦ୍ଧିମାନ୍ ସାହା ଓ ଅଧିନାୟକ କେନ୍ ୱିଲିୟମ୍‌ସନ୍‌ଙ୍କ ମଧ୍ୟରେ ୨୦ ରନ୍‌ର ଭାଗୀଦାରୀ ହୋଇଥିଲା । ଅଧିନାୟକ ୱିଲିୟମ୍‌ସନ୍ ୨ଟି ଚୌକା ସହ ୧୧ ରନ୍ କରିଥିଲେ । ପରେ ପ୍ରିୟମ୍ ଗର୍ଗ ମାତ୍ର ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ୪୬ଟି ବଲ୍‌ରେ ଗୋଟିଏ ଚୌକା ଓ ୨ଟି ଛକା ମାରି ସାହା ୪୪ ରନ୍‌ରେ ପ୍ୟାଭିଲିୟନ୍ ଫେରିଥିଲେ । ଏହାପରେ ଆଉ କେହି ବଡ଼ ସ୍କୋର୍ କରିପାରି ନ ଥିଲେ । ଅବଶ୍ୟ ଅଭିଷେକ ଶର୍ମା ଗୋଟିଏ ଲେଖାଏଁ ଚୌକା ଓ ଛକା ଜରିଆରେ ୧୮ ଓ ଅବଦୁଲ୍ ସମଦ୍ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୮ ରନ୍ ଏବଂ ଶେଷ ଭାଗରେ ରଶିଦ୍ ଖାନ୍ ୨ଟି ଚୌକା ସହ ୧୭ ରନ୍ କରି ଅପରାଜିତ ରହିଥିଲେ । ଚେନ୍ନାଇ ପକ୍ଷରୁ ପେସର୍ ଜୋଶ୍ ହେଜଉଲଡ୍ ୩ଟି ଓ ଡ୍ୱେନ୍ ବ୍ରାଭୋ ୨ଟି ୱିକେଟ୍ ନେଇଥିଲେ ।
ଜବାବରେ ଚେନ୍ନାଇର ଦୁଇ ଓପନର ଋତୁରାଜ ଗାଏକ୍ୱାଡ୍ ଓ ଫାଫ୍ ଡୁପ୍ଲେସିସ୍ ୭୫ ରନ୍‌ର ଦୃଢ଼ ଭାଗୀଦାରୀ କରି ଦଳକୁ ବିଜୟ ପଥରେ ଅଗ୍ରସର କରାଇନେଇଥିଲେ । ଗାଏକ୍ୱାଡ୍ ୩୮ଟି ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ସହ ୪୫ ଏବଂ ଡୁପ୍ଲେସିସ୍ ୩ଟି ଚୌକା ଓ ୨ଟି ଛକା ସହ ୪୧ ରନ୍ କରିଥିଲେ । ପରେ ମୋଇନ୍ ଅଲୀ ୨ଟି ଚୌକା ସହ ୧୭ ରନ୍ କରିଥିଲେ । ଏହାଛଡ଼ା ଶେଷ ଭାଗରେ ଅମ୍ବାତି ରାୟୁଡୁ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୭ ଏବଂ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗୋଟିଏ ଚୌକା ଓ ଗୋଟିଏ ଛକା ସହ ୧୪ ରନ୍ କରି ଅପରାଜିତ ରହିଥିଲେ । ସନ୍‌ରାଇଜର୍ସ ପକ୍ଷରୁ ଜେସନ୍ ହୋଲ୍‌ଡର ୩ଟି ଓ ରଶିଦ୍ ଖାନ୍ ଗୋଟିଏ ୱିକେଟ୍ ନେଇଥିଲେ । ସନ୍‌ରାଇଜର୍ସ ଏକାଦଶ ମ୍ୟାଚ୍‌ରେ ନବମ ପରାଜୟ ସହ ପ୍ଲେଅଫ୍‌ଠାରୁ କ୍ରମଶଃ ଦୂରେଇ ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking