28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କରୋନା ପଜିଟିଭ

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କରୋନା ପଜିଟିଭ

ଚାନ୍ଦବାଲି : ରାଜ୍ୟର ଆଉ ଜଣେ ବିଧାୟକଙ୍କୁ କରୋନା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କରୋନା ପଜିଟିଭ ବୋଲି ନଜେ ସୂଚନା ଦେଇଛନ୍ତି । ବିଧାୟକ ନିଜେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଏହି କିଛି ଦିନ ଭିତରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ସଙ୍ଗରୋଧରେ ରହିବେ । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ।
ସୂଚନା ଅନୁଯାୟୀ, ଏହା ପୂର୍ବରୁ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଭୁବନେଶ୍ୱର ମଧ୍ୟ ଅନନ୍ତ ନାରାୟଣ ଜେନା, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ଭଦ୍ରକ ଏମପି ମଞ୍ଜୁଲତା ମଣ୍ଡଳ, ବଡମ୍ବା ବିଧାୟକ ଦେବୀ ମିଶ୍ର, କୋରାପୁଟ ଜିଲ୍ଲାର ଟାଣୁଆ ବିଜେପି ନେତା ଜୟରାମ ପାଙ୍ଗୀ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking