33.1 C
Bhubaneswar
Friday, April 26, 2024
Homeଓଡିଶାକେନ୍ଦ୍ର ଓ ରାଜ୍ୟ ସରକାର ଉଭୟ କୃଷକ ବିରୋଧୀ

କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ କୃଷକ ବିରୋଧୀ

*ଧାନକିଣାରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ଲୋକୟୁକ୍ତଙ୍କୁ ତଦନ୍ତଭାର ଦିଆଯାଉ*

 

*ସମବାୟ ନିର୍ବାଚନ ବନ୍ଦ ରଖିବା ଚାଷୀଙ୍କୁ ପ୍ରତାରଣା : କଂଗ୍ରେସ*

ଭୁବନେଶ୍ୱର – କେନ୍ଦ୍ର ସରକାର ପାରିତ କରିଥିବା ତିନୋଟି ନୂତନ କୃଷି ଆଇନ ବିରୋଧରେ ଗତବର୍ଷ ନଭେମ୍ବର ୨୬ ତାରିଖରୁ ଦୀର୍ଘ ୮ ମାସ ଧରି ଦିଲ୍ଲୀର ରାଜରାସ୍ତାରେ ଭାରତବର୍ଷର କୃଷକମାନେ ଆନ୍ଦୋଳନ ଜାରିି ରଖିଛନ୍ତି । ଏହି କୃଷକ ବିରୋଧୀ ଆଇନଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର କରିବାର ଦାବି ନେଇ କୃଷକମାନଙ୍କର ଆନ୍ଦୋଳନରେ ଦେଶର ଶତାଧିକ କୃଷକଙ୍କର ପ୍ରାଣହାନି ଘଟିସାରିଲାଣି । ବାରମ୍ବାର କୃଷକମାନଙ୍କ ସହିତ ଆଲୋଚନା ଆଳରେ କେନ୍ଦ୍ର ସରକାର କେବଳ ପ୍ରତାରଣାର ପନ୍ଥା ଅବଲମ୍ବନ କରିଚାଲିଛନ୍ତି । ନବୀନ ବାବୁଙ୍କ ବିଜୁଜନତା ଦଳର ସାଂସଦମାନେ ସଂସଦ ଗୃହରେ କୃଷକମାନଙ୍କ ସପକ୍ଷରେ ପଦେହେଲେ ପାଟିି ଖୋଲୁନାହାନ୍ତି । ନିଜର ଦାବି ସପକ୍ଷରେ କୃଷକମାନଙ୍କର ଆନ୍ଦୋଳନ ଓ ଏକତାକୁ ଐତିହାସିକ ବୋଲି ଅବତାରଣା କରି ତୁରନ୍ତ କୃଷକ ବିରୋଧୀ ତିନୋଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଆଜି ରାଜ୍ୟ କଂଗ୍ରେସ ଭବନଠାରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ଦାବି ଉପସ୍ଥାପିତ କରାଯାଇଛି । ରାଜ୍ୟ ବିଧାନସଭାରେ ସର୍ବସମ୍ମତି କ୍ରମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରାଯାଉ ବୋଲି ପ୍ରସ୍ତାବ ପାରିତ ହୋଇଥିଲା । ଏହି ପ୍ରସଙ୍ଗରେ ଓଡ଼ିଶାରୁ ସର୍ବଦଳୀୟ ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପିତ କରିବାକୁ ବାରମ୍ବାର ବାରମ୍ବାର ଚେଷ୍ଟା କରିଥିଲେ ସୁଦ୍ଧା ପ୍ରଧାନ ମନ୍ତ୍ରୀଙ୍କ ପକ୍ଷରୁ ସମୟ ଦିଆଗଲା ନାହିଁ । ଏ ସମ୍ପର୍କରେ ବିଜୁ ଜନତା ଦଳର ନିରବତା ଅତ୍ୟନ୍ତ ରହସ୍ୟଜନକ ମନେହୁଏ । କୃଷକମାନଙ୍କର ବୃହତର ସ୍ୱାର୍ଥ ଦୃଷ୍ଟିରୁ ସର୍ବସମ୍ମତ ଗୃହୀତ ହୋଇଥିବା ୨୯୩୦ ଟଙ୍କାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କଂଗ୍ରେସ ଦଳ ପକ୍ଷରୁ ଆଜି ଦୃଢ଼ ଦାବି ଉପସ୍ଥାପିତ କରାଯାଇଛି ।

ଧାନ କିଣାରେ ବ୍ୟାପକ ଅନିୟମିତା ହୋଇଥିବାରୁ ଏବେବି ତିିନି ଲକ୍ଷରୁ ଉର୍ଦ୍ଧ ପଞ୍ଜିକୃତ ଚାଷୀଙ୍କ ଧାନ ସରକାର କିଣୁ ନାହାନ୍ତି । ଅସାଧୁ ବ୍ୟବାସାୟୀ ଓ ସରକାରଙ୍କ ମଧୁଚନ୍ଦ୍ରିକାରେ ପ୍ରତ୍ୟେକ ବର୍ଷ ବ୍ୟାପକ ଦୁର୍ନିତ ହେଉଛି । ଦୁର୍ନୀତିକୁ ଅତୀତରେ କୃଷି ବିଭାଗର ମନ୍ତ୍ରୀ ସ୍ୱୀକାର କରିବା ସହ ବିଭାଗୀୟ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ ସରକାର ତଦନ୍ତ କରିବାପାଇଁ ସୁପାରିଶ କରିଥିବା ବେଳେ, ଅଭିଯୋଗ ଆସିଥିବା ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସରକାର ସୁରକ୍ଷା ଦେଉଥିବାର ବହୁ ନଜିର ଅଛି । ସ୍ୱଚ୍ଛତା ଅବଲମ୍ବନ କରିବାପାଇଁ ଏହି ଦୁର୍ନୀତର ତଦନ୍ତ ଭାର ଲୋକୟୁକ୍ତଙ୍କୁ ଦିଅନ୍ତୁ । ଏହି ଧାନ କିଣା ଦୁର୍ନୀତିରେ ତଳଠୁ ସଚ୍ଚିବାଳୟ ପର୍ଯ୍ୟନ୍ତ ସମେସ୍ତ ସାମିଲ ଅଛନ୍ତି । ନାମକୁ ମାତ୍ର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଧାନ କିଣାର ଅବଧି ବଢ଼ାଇବା ପାଇଁ ଚିଠି ଲେଖି ଚୁପ ହୋଇ ବସିଛନ୍ତି । ଚିଠିର ଉତର ଆସକୁ ନ ଆସୁ ସରକାର ତୁରନ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣନ୍ତୁ । ଚଳିତ ଖରିଫରେ ବୀମା ପଞ୍ଜିକରଣ ସମୟ ଯାହା ଜୁଲାଇ ୩୧ ତାରିଖ ପରିବର୍ତେ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ଓ ଖରିଫ ଧାନ ପଞ୍ଜିକରଣ ସମୟ ଅଗଷ୍ଟ ୧୫ ପରିବର୍ତେ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କଂଗ୍ରେସ ଦାବି କରିଛି ।

ଚଳିତ ବର୍ଷ ଖରିଫ ଋତୁର ଚାଷକାମ ଆରମ୍ଭ ହୋଇଥିଲେ ମଧ୍ୟ ସରକାର ଚାଷୀଙ୍କୁ ଆବଶ୍ୟକ ପରିମାଣର ବିହନ ଓ ସାର ଯୋଗାଇବାରେ ବିଫଳ ହୋଇଛନ୍ତି । ସାର ଦୁଇଗୁଣ ଚଢ଼ା ଦରରେ କଳାବଜାରି ହେଉଛି । ଚଳିତ ବର୍ଷ ଜୁଲାଇ ମାସ ସରିବାକୁ ବସିଲାଣି, ଆଶାନୁରୂପ ମୌସୁମୀ ବର୍ଷା ନାହିଁ, କୃଷକମାନେ ଚାଷକାର୍ଯ୍ୟ ପାଇଁ କେନାଲ ପାଣିକୁ ଅପେକ୍ଷା କରି ଦିନ ଗଣୁଛନ୍ତି ଅଥଚ କେନାଲରେ ପାଣି ଆସୁନାହିଁ ଓ ଅଧିକାଂଶ ସ୍ଥାନରେ ଏବେ ନାମକୁ ମାତ୍ର କେନାଲ ମରାମତି କାମ ନାମରେ ଅର୍ଥ ହରିଲୁଟ ଚାଲିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଚାଷୀଙ୍କ ପାଇଁ ଦରଦୀ ବୋଲି ଡିଣ୍ଡିମ ପିଟୁଥିବା ସରକାର ଜାଣିସୁଣି ଦୀର୍ଘଦିନ ହେଲାଣି ସମବାୟ ନିର୍ବାଚନ ଘୁଂଚାଇ ଚାଲିଛନ୍ତି ବୋଲି ଆରୋପ କରିବା ସହିତ ତୁରନ୍ତ ଏହି ନିର୍ବାଚନ କରିବା ପାଇଁ ଆଜିର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଡକ୍ଟର ଗୋବିନ୍ଦ ଭୂୟାଁ, ମୁଖପାତ୍ର ମନୋଜ ମହାପାତ୍ର ଓ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଦାବି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking