43.9 C
Bhubaneswar
Friday, April 19, 2024
Homeକରୋନାବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି, କରୋନାର ନୂଆ ଷ୍ଟ୍ରେନ୍ ବା ପ୍ରକାର ଆସିଲେ ଅଧିକ ଭୟାବହ ହୋଇପାରେ ତୃତୀୟ ଲହର । କାରଣ ରୂପ ବଦଳାଉଥିବା କରୋନା, ଦ୍ୱିତୀୟ ଲହରରେ ଅଧିକ ସଂକ୍ରାମକ ହୋଇଛି । ଆଉ ଏହାରି ଭିତରେ ଇଂଲଣ୍ଡରେ ଦେଖାଯାଇଛି କରୋନାର ନୂଆ ଷ୍ଟ୍ରେନ୍ । ପ୍ରାୟ ୧୬ ଜଣଙ୍କଠାରେ ଏହି ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହେବାପରେ ନୂଆ ଷ୍ଟ୍ରେନ୍ ବାବଦରେ ସୂଚନା ଦେଇଛି ବ୍ରିଟେନ୍ ଜନସ୍ୱାସ୍ଥ୍ୟ ବିଭାଗ । ଏହି ନୂଆ ପ୍ରକାର ଭୂତାଣୁ-ବି ଡଟ୍ ୱାନ ଡଟ୍ ୬୨୧ ବୋଲି ଚିହ୍ନଟ କରାଯାଇଛି । ତେବେ ଏହାର ପ୍ରଭାବ ନେଇ ଅଧିକ କିଛି ଜଣାପଡିନାହିଁ । ଅର୍ଥାତ କରୋନା ଟିକାକୁ ଏହି ନୂଆ ଷ୍ଟ୍ରେନ୍ ପ୍ରଭାବହୀନ କରିପାରିବ ନା ନାହିଁ, ସେନେଇ ଅଧିକ ଗବେଷଣା ଜାରି ରହିଛି । ସେହିପରି ଏହା କେତେ ଦ୍ରୁତ ବେଗରେ ସଂକ୍ରମିତ ହେବ ଏବଂ ଆକ୍ରାନ୍ତଙ୍କ ଅବସ୍ଥା କେତେ ସଂକଟାପନ୍ନ ହେବ ସେନେଇ ମଧ୍ୟ ଅଧିକ ଅଧ୍ୟୟନ କରାଯାଉଛି । ଆଉକିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କରୋନାର ଏହି ଷ୍ଟ୍ରେନ୍ ଇଂଲଣ୍ଡ ପାଇଁ ନୂଆ ହୋଇଥିଲେ ମଧ୍ୟ, ଗତ ଜାନୁଆରୀରରେ ଏହା କଲମ୍ବିୟାରେ ଦେଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking