30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଦିଲ୍ଲୀରେ ମମତା ବାନାର୍ଜୀ ଓ କଂଗ୍ରେସ ନେତା କମଲନାଥଙ୍କ ସାକ୍ଷାତ

ଦିଲ୍ଲୀରେ ମମତା ବାନାର୍ଜୀ ଓ କଂଗ୍ରେସ ନେତା କମଲନାଥଙ୍କ ସାକ୍ଷାତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସର ବରିଷ୍ଠ ନେତା କମଲନାଥଙ୍କ ସହିତ ସାକ୍ଷାତ କରିଛନ୍ତି । ଦୁଇ ନେତାଙ୍କ ସାକ୍ଷାତ ଦିଲ୍ଲୀରେ ହୋଇଛି । ଟିଏମସି ମୁଖ୍ୟଙ୍କ ସହିତ ସାକ୍ଷାତ ପରେ କମଲନାଥ କହିଛନ୍ତି, ମମତା ବାନାର୍ଜୀଙ୍କ ସହିତ ଆମର ସଂପର୍କ ପୁରୁଣା । ମୁଁ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସିଥିଲି । ୨୦୨୪ ରଣନୀତିର ଚର୍ଚ୍ଚା ସୋନିଆ ଗାନ୍ଧୀଙ୍କ ସହିତ ହେବ । ମମତା କାଲି ସକାଳେ ସୋନିଆ ଗାନ୍ଧୀଙ୍କୁ ଭେଟିବେ । ମମତା ଦେଶରେ ମହଙ୍ଗା ବୃଦ୍ଧି, କାନୁନ ବ୍ୟବସ୍ଥା ଭଲି ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଥିଲେ ।

ଏହା ବ୍ୟତୀତ କଂଗ୍ରେସ ନେତା ଆନନ୍ଦ ଶର୍ମା ମଧ୍ୟ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ଏଠାରେ କହି ରଖିବୁ ଯେ ସୋମବାର ଦିନ ମମତା ପାଞ୍ଚ ଦିନିଆ ଗସ୍ତରେ ଦିଲ୍ଲୀରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଗସ୍ତ। ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟି ପାରନ୍ତି ବୋଲି ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking