କଟକ : କଲେଜ ଛକ ଅଞ୍ଚଳରେ ଥିବା ଏକ ହୋଟେଲ୍ରେ ଅତି ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବାରୁ ଆଜି କଟକ ମହାନଗର ନିଗମ ପକ୍ଷରୁ ଚଢଉ କରାଯାଇ ହୋଟେଲ୍କୁ ସିଲ୍ କରାଯାଇଛି । ଏଥିସ ସହିତ ହୋଟେଲରୁ ପ୍ରାୟ ୬୦ କିଲୋ ନିମ୍ନମାନର ଖାଦ୍ୟ ଜବତ କରାଯାଇଥିଲା ବେଳେ ୧୫ ହଜାର ଟଙ୍କା ଜୋରିମନା କରାଯାଇଛି । ପରବର୍ତ୍ତୀ ଆଦେଶ ନମିଳିବା ପର୍ଯ୍ୟନ୍ତ ହୋଟେଲ୍ ଖୋଲାଯାଇ ପାରିବ ନାହିଁ ବୋଲି ସିଏମ୍ସି ନିର୍ଦ୍ଦେଶ ଦେଇଛି । କଲେଜ ଛକର ଅମ୍ବର ନାମକ ଏହି ହୋଟଲ୍ର ଟ୍ରେଡ ଲାଇସେନ୍ସ ନଥିବା ବେଳେ ଏଠାରେ ଅତି ନିମ୍ନମାନର ଖାଦ୍ୟ ବିକ୍ରି କରାଯାଉଥିଲା । କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରାୟ ସବୁବର୍ଗର ଲୋକମାନଙ୍କ ଭିଡ଼ ଜମୁଥିଲା ଏହି ହୋଟେଲରେ । ତେବେ କିଛିଦିନ ହେବ ଏଠାରେ ନିମ୍ନମାନର ଖାଦ୍ୟ ତିଆରି କରାଯାଉଥିଲା ।
ଯାହା ଅତି ଅସ୍ୱାସ୍ଥ୍ୟକର ବୋଲି ଅଭିଯୋଗ ଉଠିଥିଲା । ଗ୍ରାହକମାନଙ୍କୁ ଏଭଳି ନିମ୍ନମାନର ଖାଦ୍ୟ ଦେଇ ଅତି ଚଢାଦରରେ ବିକ୍ରି କରୁଥିଲେ ହୋଟେଲ ମାଲିକ । ସେ ଏପରି ମସଲା ବ୍ୟବହାର କରୁଥିଲେ ତାହା ଖାଇବାକୁ ତ ଭଲ ଲାଗିଥିଲା ମାତ୍ର ସେହିସବୁ ଖାଦ୍ୟ ଜିନିଷ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଥିଲା । ଏଭଳି ଅଭିଯୋଗ ମିଳିବା ପରେ ସିଏମ୍ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଆଜି ଏହି ହୋଟେଲ୍ ଉପରେ ଅତର୍କୀତ ଭାବେ ଚଢାଉ ଆରମ୍ଭ କରାଯାଇଥିଲା । ଚଢଉବେଳେ ସେଠାରେ ୬୦ କିଲୋ ବାସୀଖାଦ୍ୟ ମିଳିଥିଲା ।
ଏଥିସହିତ ଗ୍ରାହକମାନଙ୍କୁ ପାର୍ସଲ୍ ଦେବା ପାଇଁ ପ୍ୟାକିଂ ହୋଇଥିବା ପୁଡ଼ିଆଗୁଡିକରେ ମଧ୍ୟ ନିମ୍ନ ମାନର ଖାଦ୍ୟ ରହିଥିବା ଜଣାପଡ଼ିଛି । ବିନା ଟ୍ରେଡ୍ ଲାଇସେନ୍ସରେ ନିମ୍ନମାନର ଖାଦ୍ୟ ତିଆରି କରୁଥିବାରୁ ହୋଟେଲକୁ ସିଲ୍ କରାଯାଇଥିବା ସିଏମ୍ସି କର୍ତ୍ତୃପକ୍ଷ ସୂଚନା ଦିଆଯାଇଛି । ଏହି ହୋଟେଲରୁ ପ୍ରାୟ ୬୦ କିଲୋ ଖାଦ୍ୟ ଜବତ କରାଯାଇଛି । ଏହି ଘଟଣାରେ ମାଲ୍ଗୋଦାମ୍ ପୁଲିସ ଜଣକୁ ଅଟକ ପଚରାଉଚରା ଚଳାଇଛି । ଅପରପକ୍ଷେ ହୋଟେଲ୍ ୧୫ ହଜାର ଟଙ୍କାର ଜରିମାନା ଲଗେଇବା ସହ ପରବର୍ତ୍ତିୀ ନିର୍ଦ୍ଦେଶ ଓ ସଠିକ୍ ଟ୍ରେଡ ଲାଇସେନ୍ସ ଆସିଲେ ହିଁ ହୋଟେଲ ଖୋଲିବାକୁ ଅନୁମତି ଦିଆଯାଇପାରେ ବୋଲି ସିଏମସି ସ୍ୱାସ୍ଥ୍ୟଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି ।